ଓଡ଼ିଶାରେ ଡ୍ରାଇଭରଙ୍କ ଧର୍ମଘଟ; ୧୦ ଦଫା ଦାବିକୁ ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Drivers Protest: ୬ ଦଫା ଦାବିକୁ ରାଜ୍ୟ ସରକାର (State Government) ପୂରଣ କରିନଥିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ସଙ୍ଘ (Drivers union)।

ଡ୍ରାଇଭରଙ୍କ ଧର୍ମଘଟ

ଡ୍ରାଇଭରଙ୍କ ଧର୍ମଘଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Drivers Protest: ଆଜି ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି ଡ୍ରାଇଭର। ଡ୍ରାଇଭରଙ୍କ (Drivers) ୧୦ ଦଫା ଦାବିକୁ ରାଜ୍ୟ ସରକାର (State Government) ପୂରଣ କରିନଥିବାରୁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ସଙ୍ଘ ((Drivers union)।

ଟ୍ୟାକ୍ସି, କାର୍ ଓ ପରିବହନ ସହ ଜଡ଼ିତ ଅନ୍ୟ ଗାଡ଼ିର ଡ୍ରାଇଭରମାନେ ସବୁ ବ୍ଲକ ଓ ସଦର ମହକୁମାରେ ଧର୍ମଘଟକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି।

ପରିବହନ ସଚିବଙ୍କ ସହ ଆଲୋଚନା ବିଫଳ ହୋଇଛି। ତେବେ ଓଡ଼ିଶା ଚାଳକ ମହାସଙ୍ଘ ଆନ୍ଦୋଳନରୁ ଓହରିବାକୁ ପରିବହନ ମନ୍ତ୍ରୀ ଅପିଲ୍ କରିଛନ୍ତି। ଆନ୍ଦୋଳନରୁ ଓହରିଯିବା ପାଇଁ ସଂଘକୁ ମନ୍ତ୍ରୀ ଟୁକୁନି ସାହୁ ଅନୁରୋଧ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ସଙ୍ଘର ଯେଉଁ ସବୁ ଦାବି ରହିଛି, ସରକାର ତା ଉପରେ ଆଲୋଚନା କରିବେ। ଉଚ୍ଚସ୍ତରୀୟ ବୈଠକରେ ଦାବି ଉପରେ ଆଲୋଚନା କରାଯିବ। ଏବେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲିଛି। ତେଣୁ ପରୀକ୍ଷାର୍ଥୀଙ୍କ ଅସୁବିଧା ଏବଂ ଲୋକମାନଙ୍କ ସମସ୍ୟାକୁ ନଜରରେ ରଖି ଡ୍ରାଇଭରମାନେ ଆନ୍ଦୋଳନରୁ ଓହରି ଯାଆନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଶୃଙ୍ଖଳକାରୀଙ୍କୁ ଚେତାବନୀ ଦେଇଛି ପୋଲିସ। ଟ୍ବିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଗାଡ଼ି ଡ୍ରାଇଭରମାନେ ଧର୍ମଘଟ ବେଳେ ଯଦି ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଲୋକମାନେ କୌଣସି ସ୍ଥାନରେ ସମସ୍ୟାରେ ପଡ଼ିଲେ, ୧୧୨କୁ କଲ୍‌ କରି ସହୟତା ନେବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର। ପରୀକ୍ଷାର୍ଥୀ, ବିମାନ ଓ ରେଳଯାତ୍ରୀଙ୍କ ସୁବିଧା ପାଇଁ ପୋଲିସ ସଜାଗ ରହିଛି। ଧର୍ମଘଟକୁ ଆଖିରେ ରଖି ଭୁବନେଶ୍ବରରେ ଅତିରିକ୍ତ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ କମିଶନର କହିଛନ୍ତି।

ତେବେ ସୂଚନା ମିଳିଛି ଡ୍ରାଇଭର ମହାସଙ୍ଘର ଧର୍ମଘଟରେ ସାମିଲ ହେବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ। ଏ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ଘରୋଇ ବସ୍‌ ମାଲିକ ସଙ୍ଘ।

ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ, ‘‘୧୫ ତାରିଖରେ ରାଜ୍ୟର ସବୁ ରୁଟ୍‌ରେ ଘରୋଇ ବସ୍‌ ଚଳାଚଳ କରିବ। ଏହି ଧର୍ମଘଟ ବେଳେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ନିବେଦନ କରିଛି ଘରୋଇ ବସ୍‌ ମାଲିକ ସଙ୍ଘ।’’

ପ୍ରକାଶ ଥାଉକି ଗତବର୍ଷ ଯେତେବେଳେ ଗାଡ଼ି ଚାଳକମାନେ ରାଜଧାନୀକୁ ଆସି ଆନ୍ଦୋଳନ କରିଥିଲେ ସେତେବେଳେ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜଧାନୀର ବିଭିନ୍ନ ପ୍ରବେଶ ପଥ ଦେଇ ସହର ଭିତରକୁ ମାଡ଼ି ଆସିଥିଲେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର। ପୂରା ଭୁବନେଶ୍ୱରକୁ କବ୍‌ଜା କରି ନେଇଥିବା ପରି ଲାଗୁଥିଲା। ଫଳରେ ରାଜଧାନୀରେ ସୃଷ୍ଟି ହୋଇଥିଲା ଗୁରୁତର ଟ୍ରାଫିକ ସମସ୍ୟା। ଭିଡ଼ ଭିତରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଫସିରହିବା ସହ ଖୁବ୍ ହନ୍ତସନ୍ତ ମଧ୍ୟ ହୋଇଥିଲେ।
Published by:Lipina Das
First published: