ଆଜି କାର୍ତିକ ମାସର ଚର୍ତୁର୍ଧଶି ଯୁକ୍ତ ଅମାବାସ୍ୟା ତିଥି
- News18 Odia
- Last Updated :
- New Delhi, India
News 18 Odia Digital
ପୁରୀ: ଆଜି ହେଉଛି କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ତିଥି। ଆଜିର ତିଥିରେ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ତାଙ୍କର ଆଶୀର୍ବାଦ ନେବାର ପରମ୍ପରା ରହିଛି। ଆଜି ସେହି ଉଦ୍ଦେଶ୍ୟରେ କରାଯାଉଛି ପୟା ଶ୍ରାଦ୍ଧ। ଆଉ ଆଜି ମଧ୍ୟ ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡାକିବାର ପରମ୍ପରା ରହିଛି। ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡ ଦାନ କରି ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳି ବଡ଼ବଡ଼ିଆ ଡାକିଥାନ୍ତି। ଆଉ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯେଗ କରି ପିତୃପୁରୁଷଙ୍କ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି। ଏହି ପରମ୍ପରାକୁ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ବେଶ ଭିଡ ଜମିଛି ଶ୍ରଦ୍ଧାଳୁଙ୍କର।
ଏ ନେଇ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଦୀପାବଳି ତିଥିରେ ଆଲୋକ ଦେଖାଇ ବିଦାୟ ଦିଆଯାଇଥାଏ। ଆଲୋକର ପର୍ବ ଦୀପାବଳି ସହିତ ପୟା ଶ୍ରାଦ୍ଧର ପରମ୍ପରା ଆଉ ବଡ଼ବଡୁଆ ଡାକିବା ପାଇଁ ପ୍ରଶାସନ ପକ୍ଷରୁ ସିଂହଦ୍ୱାର ନିକଟରେ ମଙ୍ଗୁ ମଠ ଓ କାକୁଡିଖାଇରୁ ସିଂହଦ୍ୱାର ଦୁଇଟି ଅଞ୍ଚଳରେ ୫ଟି ଜାଗାରେ ବ୍ୟବସ୍ଥା ହୋଇଛି। ସେପଟେ ଓଡ଼ିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଛୁଟି ନେଇ ଆସିଛନ୍ତି ଶ୍ରୀକ୍ଷେତ୍ରକୁ । ବଡଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ହାତରେ କାଉଁରିଆ କାଠି ଧରି ବଡବଡୁଆ ଡାକୁଥିବା ବେଳେ ପିତୃଲୋକଙ୍କୁ ଦୀପ ଦେଖାଇ ପୟା ଶ୍ରାଦ୍ଧ କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।