News18 Odia Digital
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ(Jharasuguda ByElection) ପାଇଁ ବିଜେପି ପ୍ରାର୍ଥୀ(BJP Candidate)ଟଙ୍କଧର ତ୍ରିପାଠୀ(Tankadhar Traipathy) ଆଜି ନାମାଙ୍କନ ପତ୍ର(Nomination) ଦାଖଲ କରିବେ। ସେ ନିଜ ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ନିଜର ପ୍ରାର୍ଥୀପତ୍ର ଦାଖସ କରିବେ।
ଏହି ସମୟରେ ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ଜୁଏଲ୍ ଓରାମ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା, ସଙ୍ଗୀତା ସିଂଦେଓ, ବିଧାୟକ ସୁବାସ ପାଣିଗ୍ରାହୀ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂଦେଓ, ସମୀର ମହାନ୍ତି ପ୍ରମୁଖ ଯୋଗଦେବେ ବୋଲି ବିଜେପି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଝାରସୁଗୁଡ଼ା ଉପ ନିର୍ବାଚନ: ଟଙ୍କଧର ତ୍ରିପାଠୀ ବିଜେପି ପ୍ରାର୍ଥୀ ଅନ୍ୟପଟେ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ୨ ଟି କମିଟି ଗଠନ କରିଛି ରାଜ୍ୟ ବିଜେପି। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ରହିଛନ୍ତି ୮ ଜଣ ସଦସ୍ୟ। ସେହିପରି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଚାର କମିଟିରେ ରହିଛନ୍ତି ୧୪ ସଦସ୍ୟ। ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ମହାପାତ୍ର ରହିଛନ୍ତି ।
ସେହିପରି ପ୍ରଚାର କମିଟିରେ ରହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଂଗୀତା ସିଂଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏବଂ ରଂଜନ କୁମାର ପଟେଲ୍।
ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ କରିଥିବା ବେଳେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବିଜେଡ଼ି ପ୍ରାର୍ଥୀନି ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।