Jharsuguda By Election: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

Jharsuguda ByElection: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଦୀପାଳି ଦାସ

ଦୀପାଳି ଦାସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପ-ନିର୍ବାଚନ(Jharasuguda By Election) ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ(BJD Candidate) ଦୀପାଳି ଦାସ(Deepali Das) ।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ଦାସ । ନାମାଙ୍କନ ବେଳେ ଉପସ୍ଥିତି ରହିବେ ଝାରସୁଗୁଡା ଉପନିର୍ବାଚନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରାସଦ ମିଶ୍ର ଓ ସାରଦା ନାୟକଙ୍କ ସମେତ ଅନ୍ୟ ହେଭିୱେଟ ନେତା। ଅପରାହ୍ନ ୧୨ଟାରୁ ୧ଟା ମଧ୍ୟରେ ଦୀପାଳି ନାମାଙ୍କନ ଦାଖଲ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କ ନିକଟତର ହେଉଛନ୍ତି ଦୀପାଳି। ସେପଟେ ବିଜେଡି କହିଛି ବିଜେପି ଯେଉଁ ଆଇନଶୃଙ୍ଖଳା ପ୍ରସଙ୍ଗ ନିର୍ବାଚନରେ ଉଠାଉଛି ତାହା ଚାଲୁଣି ପୁଣି କହୁଛି ଛୁଞ୍ଚିକୁ କହିବା ସଦୃଶ୍ୟ ।

JHARSUGUDA BYELECTION: ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ପୂର୍ବରୁ ୧୫ ତାରିଖରେ ନବୀନ ନିବାସ ଯାଇ ଦଳର ନେତା, ସଂଗଠନ ସଂପାଦକ ଏବଂ ଦଳୀୟ ପର୍ଯ୍ୟବେଶକଙ୍କ ଉପସ୍ଥିତିରେ ଆଲୋଚନା କରି ଫେରିଥିଲେ ଦୀପାଳି । ବିଜେଡି ସୁପ୍ରିମୋ ନବୀନଙ୍କ ଠାରୁ ଦଳୀୟ ଟିକେଟ ଗ୍ରହଣ କରି ଆସିବା ପରେ ସେ ଗଣମାଧ୍ୟମକୁ ଟିକେଟ୍ ଦେଖାଇଥିଲେ । ସେତେବେଳେ ଦୀପାଳି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ତିନି ପ୍ରମୁଖ ଦଳଙ୍କ ଭିତରେ ବିଜେଡି ପ୍ରଥମେ ଏହାର ପ୍ରାର୍ଥୀ ଘାଷଣା କରିଥିଲା ।
ସୂଚନାଯୋଗ୍ୟ, ଝାରସୁଗୁଡାରେ ପାରଦ ବଢିବା ସହ ବଢିଛି ରାଜନୈତିକ ଉଷ୍ମତା। ମେ ୧୦ର ଭୋଟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ନାମାଙ୍କନ ଦାଖଲ କରିବା ପୂର୍ବରୁ ବାବା ଝାଡ଼େଶ୍ୱର ମନ୍ଦିର ଏବଂ ମାଆ କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ନେଇଥିଲେ ଟଙ୍କଧର। ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଭଳି ନେତା। ବିଜେପି କହିଛି ଉପନିର୍ବାଚନ ଏକ ଭିନ୍ନ ମୋଡ଼ ନେବ ଏବଂ ମୁଖ୍ୟତଃ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏକ ବଡ଼ ପ୍ରସଙ୍ଗ ରହିବ। ରାଜ୍ୟ ସରକାରକୁ ଉଚିତ ଜବାବ ଦେବେ ଝାରସୁଗୁଡାବାସୀ ଏବଂ ବିଜୟୀ ହେବେ ବିଜେପି ପ୍ରାର୍ଥୀ ଟଙ୍କଧର ।


ଝାରସୁଗୁଡା ଉପନିର୍ବାଚନ ତାତି: ହେଭିୱେଟଙ୍କ ଗହଣରେ ନାମାଙ୍କନ ଭରିଲେ ଟଙ୍କଧର




ସେପଟେ କଂଗ୍ରେସ କହିଛି ଝାରସୁଗୁଡ଼ା ମାଟିର ପୁଅ ହେଇଥିବାରୁ ତରୁଣ ପାଣ୍ଡେଙ୍କ ସପକ୍ଷରେ ଯିବ ଅନୁକମ୍ପା ଭୋଟ। ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇନଥିବାରୁ କଂଗ୍ରେସ ଏହାକୁ ମୁଖ୍ୟ ନିର୍ବାଚନୀ ପ୍ରସଂଗ କରିବ। ମଙ୍ଗଳବାର ସରିବ ପ୍ରମୁଖ ପ୍ରାର୍ଥୀଙ୍କ ନାମାଙ୍କନ। ଆଉ ତାପରେ ଆରମ୍ଭ ହେବ ଗ୍ରାଉଣ୍ଡରେ ଫାଇଟ। ସିଟ୍ ବଜାୟ ରଖିବାକୁ ଦମ ଲଗାଇବ ବିଜେଡି। ଗଡ ଫେରି ପାଇବାକୁ ବଳ କଷିବ କଂଗ୍ରେସ। ଆଉ ଝାରସଗୁଡାରେ ପ୍ରଥମ ଥର ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିବ ବିଜେପି ।

Published by:Soumya Das
First published: