ଦୁର୍ଘଟଣାକୁ ରୋକିବା ପାଇଁ ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିଲେ ବ୍ରହ୍ମପୁରର କିଛି ଯୁବକ

ଦୁର୍ଘଟଣାକୁ ରୋକିବା ପାଇଁ ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିଲେ ସହରର କିଛି ଯୁବକ। ବର୍ତ୍ତମାନ ୪୦୦ ବେଲଟ ଗାଈ ବେକରେ ବାନ୍ଧିଥିବା ବେଳେ ୧୦ ହଜାର ବେଲଟ ବାନ୍ଧିବା ନେଇ ଲକ୍ଷ୍ୟ ରଖିଛନ୍ତି ଯୁବକମାନେ।

ଦୁର୍ଘଟଣାକୁ ରୋକିବା ପାଇଁ ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିଲେ ବ୍ରହ୍ମପୁରର କିଛି ଯୁବକ

ଦୁର୍ଘଟଣାକୁ ରୋକିବା ପାଇଁ ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିଲେ ବ୍ରହ୍ମପୁରର କିଛି ଯୁବକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବ୍ରହ୍ମପୁର: ଗାଈର ବେକରେ ଲାଗିଲା ରେଡିୟମ ବେଲଟ। ଆଉ ଏହି ବେଲଟ ବିଏମସି ନୁହେଁ ବରଂ ସହରର କିଛି ଯୁବକମାନେ ଏକାଠି ହୋଇ ଲଗାଇଛନ୍ତି। ବ୍ରହ୍ମପୁର ସହରରେ ବିଶେଷ କରି ରାତି ସମୟରେ ନିୟମିତ ଭାବେ ଗାଈଙ୍କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କିଛି ଯୁବକ ନିଜସ୍ଵ ଉଦ୍ୟମରେ ସହରର ବିଭିନ୍ନ ସାହି ସାହି ବୁଲି ଗାଈମାନଙ୍କୁ ରେଡିୟମ ବେଲଟ ବାନ୍ଧୁଛନ୍ତି।‌

ଗତ କିଛି ଦିନ ମଧ୍ୟରେ ପ୍ରାୟ ୪୦୦ରୁ ଅଧିକ ଗାଈର ବେକରେ ରେଡିୟମ ବେଲଟ ବାନ୍ଧିଥିବା ବେଳେ ସହରରେ ରହିଥିବା ସମସ୍ତ ଗାଈ ବେକରେ ଏହି ରେଡିୟମ ବେଲଟ ବାନ୍ଧିବେ ବୋଲି ଲକ୍ଷ୍ୟ ରଖିଛନ୍ତି ଯୁବକମାନେ। ଆଉ ଏହାଦ୍ବାରା ଗାଈମାନେ ଦୁର୍ଘଟଣାରୁ ବଞ୍ଚିବା ସହ ଲୋକେ ମଧ୍ୟ ସୁରକ୍ଷିତ ଭାବେ ଗାଡ଼ି ଚଳାଚଳ କରିପାରିବେ।

ଗାଈଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ। ଗାଈଙ୍କ ବେକରେ ବାନ୍ଧିଲେ ରେଡିୟମ ବେଲଟ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ। ବ୍ରହ୍ମପୁର ସହରରେ ଗାଈ ମାଲିକମାନେ ରାତି ସମୟରେ ଗାଈକୁ ଖୋଲା ଛାଡ଼ି ଦେଇଥାନ୍ତି। ଯାହାଫଳରେ ରାତି ସମୟରେ ଗାଈ ଗୁଡ଼ିକ ରାସ୍ତାରେ ଚଳପ୍ରଚଳ ହେବା ଦ୍ବାରା ଦୁର୍ଘଟଣା ହୋଇଥାଏ। ଗତ କିଛି ଦିନ ମଧ୍ୟରେ ସହରରେ ଏଭଳି ରାତିରେ ଗାଈଙ୍କ ଯୋଗୁଁ ଦୁର୍ଘଟଣା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କିଭଳି ଭାବେ ଗାଈଙ୍କ ଦ୍ବାରା ହେଉଥିବା ଦୁର୍ଘଟଣାକୁ କମ କରାଯାଇପାରିବ ସେ ନେଇ ସହରର କିଛି ଯୁବକମାନେ ଏକତ୍ରିତ ହୋଇଛନ୍ତି। ସହରର ବିଭିନ୍ନ ସାହିକୁ ସାହି ବୁଲି ଗାଈମାନଙ୍କ ବେକରେ ଲଗାଉଛନ୍ତି ରେଡ଼ିୟମ ବେଲଟ୍‌।

ଦୁର୍ଘଟଣାକୁ ରୋକିବା ପାଇଁ ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିଲେ ବ୍ରହ୍ମପୁରର କିଛି ଯୁବକ


‘‘ଗାଇ ମାଲିକମାନଙ୍କୁ ସଚେତନ କରାଇବା ସହିତ ଏହି ବେଲଟ ଲଗାଇବା ଦ୍ବାରା ୧୦୦ ମିଟର ପର୍ଯ୍ୟନ୍ତ ଜଣାପଡ଼ିବ ରାସ୍ତାରେ ଗାଈ ଠିଆ ହେବାର। ଯାହାଫଳରେ ରାତି ସମୟରେ ଯଦି ରାସ୍ତାରେ ଗାଈ ଚଳାଚଳ ହୁଏ ତେବେ ଲୋକେ ଗାଈକୁ ଦେଖି ସତର୍କର ସହିତ ଗାଡ଼ି ଚଳାଇପାରିବେ। ଏହାଦ୍ବାରା ରାତି ସମୟରେ ଗାଈ ଯୋଗୁଁ ହେଉଥିବା ଦୁର୍ଘଟଣା ମଧ୍ୟ କମିପାରିବ। ଏହାସହିତ ଗାଈମାନେ ସୁରକ୍ଷିତ ରହିବା ସହିତ ଲୋକେ ମଧ୍ୟ ସତର୍କ ଭାବେ ଯାତାୟତ କରିପାରିବେ। ଏହି ଯୁବକମାନେ ସକାଳ ସମୟରେ ନିଜ ନିଜ କାର୍ଯ୍ୟ କରିଥାନ୍ତି। ଆଉ ସନ୍ଧ୍ୟା ସମୟରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଗାଈର ବେକରେ ରେଡ଼ିୟମ ବେଲଟ ବାନ୍ଧିବା କାର୍ଯ୍ୟ ପାଇଁ ବାହାରି ପଡ଼ିଥାନ୍ତି,’’ କହିଛନ୍ତି ରେଡ଼ିୟମ ବେଲଟ ବାନ୍ଧୁଥିବା ଯୁବକ ଶ୍ରୀକାନ୍ତ ପାଳ।

ସେହିପରି ଅନ୍ୟ ଜଣେ ଯୁବକ ଉମାଶଙ୍କର ବାହିନୀପତି କହିଛନ୍ତି, ‘‘ନିଜସ୍ବ ଉଦ୍ୟମରେ ଏଭଳି କରୁଥିବା ବେଳେ ଗୋମାତାର ସୁରକ୍ଷା ଦିଗରେ ଏଭଳି କାମ କରି ନିଜକୁ ଆନନ୍ଦ ମିଳୁଛି। ବର୍ତ୍ତମାନ କମ ଦିନ ମଧ୍ୟରେ ପ୍ରାୟ ୪୦୦ରୁ ଅଧିକ ଗାଈର ବେକରେ ରେଡ଼ିୟମ ବେଲଟ ବାନ୍ଧିଥିବା ବେଳେ ଆଗାମୀ ଦିନରେ ପ୍ରାୟ ୧୦ ହଜାର ରେଡ଼ିୟମ ବେଲଟ ବାନ୍ଧିବା ନିମନ୍ତେ ଯୋଜନା ରହିଛି।’’

ବ୍ରହ୍ମପୁର ସହରରେ ଏଭଳି ଦୀର୍ଘ ବର୍ଷ ଧରି ଗାଈମାନଙ୍କ ଦ୍ବାରା ଉଣା ଅଧିକେ ଦୁର୍ଘଟଣା ହେଉଛି। ଦୁର୍ଘଟଣା କିଭଳି କମିବ ସେ ନେଇ ଗାଈ ମାଲିକମାନେ ତତ୍ପର ରହିଥାନ୍ତି। ଏହାସହିତ କିଭଳି ଗାଈମାନେ ଅଧିକ ସମୟ ବାହାରେ ନ ବୁଲି ଗୁହାଳରେ ରହିବେ ସେ ନେଇ କାମ କରାଯାଇଥାଏ।

ବର୍ତ୍ତମାନ କିଛି ଯୁବକମାନେ ଆସି ଏଭଳି ଗାଈର ବେକରେ ରେଡ଼ିୟମ ବେଲଟ ଲଗାଇଛନ୍ତି। ଯାହାଫଳରେ ରାତିରେ ଗାଈଙ୍କ ଯୋଗୁଁ ହେଉଥିବା ଦୁର୍ଘଟଣା ହେବା କମ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ତେଣୁ ଯୁବକମାନଙ୍କ ଅନୁରୋଧ କ୍ରମେ ଗାଈର ବେକରେ ବେଲଟ ବନ୍ଧାଯାଇଛି। ରାତି ସମୟରେ ଗାଈମାନେ ବାହାରକୁ ବୁଲିବାକୁ ଯାଇ ପୁଣି ଭୋରରୁ ଗୁହାଳକୁ ଫେରୁଛନ୍ତି। ତେଣୁ ଏହି ବାହାରେ ବୁଲିବା ସମୟରେ ହେଉଥିବା ଦୁର୍ଘଟଣାକୁ ରୋକିବା ନିମନ୍ତେ ଯୁବକମାନେ ଏଭଳି ବେଲଟ ବାନ୍ଧିଥିବା ବେଳେ ସେମାନଙ୍କୁ ସହଯୋଗ କରାଯାଉଛି ବୋଲି କହିଛନ୍ତି ଗାଈ ମାଲିକ ଶ୍ରୀନିବାସ ରାଓ।

‘‘ଯୁବକମାନେ ଏଭଳି ଗାଈ ବେକରେ ରେଡ଼ିୟମ ବେଲଟ ବାନ୍ଧିବା ପୂର୍ବରୁ ବିଏମସିକୁ ଅବଗତ କରାଇଥିଲେ। ଯଦିଓ ଏହି ବେଲଟ ବାନ୍ଧିବା ଦ୍ବାରା ଦୁର୍ଘଟଣାକୁ କିଛି ମାତ୍ରାରେ ବି ରୋକାଯାଇପାରବ ତାହା ସ୍ବାଗତଯୋଗ୍ୟ। ଏହି କ୍ଷେତ୍ରରେ ଯଦି ସଫଳତା ମିଳେ ତେବେ ବିଏମସି ସେହି ଯୁବକମାନଙ୍କୁ ଆହୁରି ସହଯୋଗ କରିବ। ଏହାସହିତ ଏହି ରେଡ଼ିୟମ ବେଲଟ ବାନ୍ଧିବା ସହିତ ଗାଈମାଲିକ ମାନେ କିଭଳି ଭାବେ ଅଧିକ ସଚେତନ ହେବ ସେ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ,’’ କହିଛନ୍ତି ବିଏମସି କମିଶନର ଜେ.ସୋନାଲ।

ରାତି ସମୟରେ ମାଳ ମାଳ ଗାଈ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ବୁଲୁଥିବା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବା ଯୋଗୁଁ ପୂର୍ବରୁ ବିଏମସି ପକ୍ଷରୁ ଦୁର୍ଘଟଣାକୁ ରୋକିବା ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ସୁଫଳ ହୋଇପାରିନଥିଲା। ବର୍ତ୍ତମାନ ସହରର କିଛି ଯୁବକମାନେ ଆଗକୁ ଆସି ଏଭଳି ପଦକ୍ଷେପ ନେଇଥିବା ବେଳେ ଏହା କେତେ ପରିମାଣରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
Published by:Lipina Das
First published: