ଚର୍ମ ତଳେ ରହିବ ମେଡ଼ିସିନ କିଟ
- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ୱର: ପରିବାର ନିୟୋଜନ ପାଇଁ ଓଡ଼ିଶାରେ ଲଞ୍ଚ ହେଲା କେନ୍ଦ୍ର ସରକାରଙ୍କ ନୂଆ ପାଇଲଟ ଯୋଜନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ପରିବାର ନିୟୋଜନ ‘ସବଡରମାଲ ଇମପ୍ଲାଣ୍ଟ’ (Subdermal Implant) ପ୍ରୟୋଗ କରାଯାଇଛି। ରାଜ୍ୟର ପ୍ରଥମ କରି କଟକ ଓ ଗଜପତି ଜିଲ୍ଲାରେ ଏହାର ପ୍ରୟୋଗ କରାଯିବ। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଆଧାରରେ ଆଜି ଜିଲ୍ଲାରେ ପ୍ରଥମ କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ସଫଳତାର ସହିତ ୫ଜଣ ମହିଳାଙ୍କ ଶରୀରରେ ପ୍ରୟୋଗ କରାଯାଇଛି । ଏଥିସହିତ ଗଞ୍ଜାମ ଜିଲ୍ଲାରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଆବଶ୍ୟକ କିଟସ ଉପଲବ୍ଧ ହେବା ପରେ ରାଜ୍ୟର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି କୌଶଳ ଆରମ୍ଭ ହେବ ।
ଓଡ଼ିଶାର ଏହି ସହରକୁ ଆସୁଛି ତିନି ରାଜ୍ୟର ଆମ୍ୱ; ବୋହି ନେଉଛନ୍ତି ଲୋକପରିବାର ନିୟୋଜନ ପାଇଁ ରାଜ୍ୟ ସରକାର ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ପୂର୍ବରୁ ଇଞ୍ଜେକସନ ମାଧ୍ୟମରେ ପରିବାର ନିୟନ୍ତ୍ରଣ କରାଯାଉଥିବା ବେଳେ ଏଣିକି ମହିଳାଙ୍କର ବାହୁର ଚର୍ମ ତଳେ ମେଡିସିନ୍ କିଟସ୍ ରଖାଯିବ। ଏହି କିଟସରେ ପ୍ରୋଜେଷ୍ଟେରୋନ ହରମୋନ ରଖାଯାଇ ତାହାକୁ ଚର୍ମରେ ପ୍ରତିରୋପଣ କରାଯିବ। କିଟସକୁ ଚମଡ଼ା ତଳେ ରଖି ତାହାକୁ ସିଲେଇ କରିଦିଆଯିବ। ୩ ବର୍ଷ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ପଦ୍ଧତି କାର୍ଯ୍ୟ କରିବ। ତେବେ କିଟସରୁ ଔଷଧ କ୍ଷରଣ ହେଲେ ମହିଳାଙ୍କ ଗର୍ଭ ସଞ୍ଚାର ହୋଇପାରିବ ନାହିଁ । ୩ ବର୍ଷ ପରେ ଉକ୍ତ କିଟସକୁ ମହିଳାଙ୍କ ହାତରୁ ବାହାର କରାଯିବ। ଜଣେ ଚାହିଁଲେ ତାହାକୁ ପୁଣି ଥରେ ପ୍ରତିରୋପଣ କରିପାରିବେ। କାଢ଼ିବା ବେଳେ ମହିଳାଙ୍କୁ କୌଣସି ଭାବେ କଷ୍ଟ ସହିବାକୁ ପଡ଼ିନଥାଏ । ସେ ତାଙ୍କ ଦୈନଦିନ କାର୍ଯ୍ୟ ସୁରୁଖୁରରେ କରିପାରିବେ । ଏହି କିଟସ ପ୍ରତିରୋପଣ ଫଳରେ ମହିଳାଙ୍କର ନିୟମିତ ଋତୁସ୍ରାବ ହେବ ନାହିଁ । ଡିମ୍ବାଣୁ ଯେପରି ନ ଆସିବ ସେଥିପାଇଁ ପ୍ରୋଜେଷ୍ଟେରୋନ ହରମୋନ କାର୍ଯ୍ୟ କରିବ। ଆଠଗଡ଼ର ଜଣେ ଡାକ୍ତର କୋଲକତାରୁ ଏ ବାବଦରେ ଟ୍ରେନିଂ ନେଇ ଫେରିବା ପରେ ଏହାକୁ ରାଜ୍ୟରେ ଆରମ୍ଭ କରାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।