ରାଷ୍ଟ୍ରପତିଙ୍କୁ ଅପମାନ କରି ଫସିଲେ TCM ନେତା ଅଖିଳ ଗିରି; ଗିରଫ ଦାବିରେ BJP

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କର ମନ୍ତ୍ରୀ ତଥା ଟିଏମସି ନେତା ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହା ବର୍ତ୍ତମାନ ତାଙ୍କୁ ମହଙ୍ଗା ପଡ଼ିଛି।

ରାଷ୍ଟ୍ରପତିଙ୍କୁ ଅପମାନ କରି ଫସିଲେ TCM ନେତା ଅଖିଳ ଗିରି

ରାଷ୍ଟ୍ରପତିଙ୍କୁ ଅପମାନ କରି ଫସିଲେ TCM ନେତା ଅଖିଳ ଗିରି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digtal

କୋଲକାତା: ବଙ୍ଗମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା ରାଷ୍ଟ୍ରପତିଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା। ଜନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶୋଭନୀୟ ଟିପ୍ପଣୀ ଦେଇଥିବା ପଶ୍ଚିମବଙ୍ଗର ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଏତଲା ଦେଇଛି ପଶ୍ଚିମବଙ୍ଗ ବିଜେପି। ନନ୍ଦିଗ୍ରାମ ଥାନାରେ ଏତଲା ଦେଇଛନ୍ତି ବିଜେପି ନେତା ସାହେବ ଦାସ।

ଏଭଳି ଅଭଦ୍ରୋଚିତ ଟିପ୍ପଣୀ ପାଇଁ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏତଲାରେ ଉଲ୍ଲେଖ କରିଛି ବିଜେପି। ସେପଟେ ବିଜେପିର ଅନ୍ୟ କିଛି ନେତା ଗିରିଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଶବ୍ୟାପୀ ଉଠିଛି ସ୍ବର। ଦଳମତ ନିର୍ବିଶେଷରେ ମନ୍ତ୍ରୀ, ସାଂସଦ, ବିଧାୟକମାନେ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ କଡ଼ା ଆକ୍ସନ ପାଇଁ ଦାବି ଉଠାଇଛନ୍ତି।

ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମସି ନେତା ଅଖିଳ ଗିରିଙ୍କ ବିବାଦୀୟ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଲ ଗିରି ନନ୍ଦିଗ୍ରାମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।
ମମତାଙ୍କ ମନ୍ତ୍ରୀ କହିଥିଲେ, "ଆମେ କାହାକୁ ସେମାନଙ୍କର ଚେହେରା ଦ୍ୱାରା ବିଚାର କରୁନାହୁଁ, ଆମେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ସମ୍ମାନ କରୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?" ଟିଏମସି ନେତା ଅଖିଲ ଗିରି ଏହି ବିବୃତ୍ତିକୁ ନେଇ ରାଜନୀତି ମହଲରେ ସମାଲୋଚନା କରାଯାଉଛି।



ମମତାଙ୍କ ମନ୍ତ୍ରୀ କହିଛନ୍ତି - ମୁଁ କାହାର ନାମ ନେଇନାହିଁ

ତେବେ ଏହି ବିବୃତ୍ତି ପରେ ଟିଏମସି ନେତା ଅଖିଳ ଗିରି ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ପରେ ସେ କହିଥିଲେ, ‘‘ମୁଁ ରାଷ୍ଟ୍ରପତିଙ୍କୁ ସମ୍ମାନ କରେ। ମୁଁ ଏହି ପୋଷ୍ଟକୁ ରେଫର୍ କରିଥିଲି ଏବଂ ସୁଭେନ୍ଦୁ ଅଧିକାରୀଙ୍କୁ ଜବାବ ଦେବା ପାଇଁ ତୁଳନା କରିଥିଲି, ମୁଁ କୌଣସି ନାମ ନେଇ ନଥିଲି। ସେ (ସୁଭେନ୍ଦୁ ଆଧିକାରୀ) କହିଥିଲେ ଯେ ଅଖିଲ ଗିରି ଖରାପ ଦେଖାଯାଉଛନ୍ତି। ମୁଁ ଜଣେ ମନ୍ତ୍ରୀ ଏବଂ ମୁଁ ଶପଥ ନେଇଛି। ଯଦି ମୋ ବିରୁଦ୍ଧରେ କିଛି କୁହାଯାଏ, ଏହା ସମ୍ବିଧାନର ଅପମାନ।’’

ମମତାଙ୍କ ମନ୍ତ୍ରୀ ଅଖିଳ ଗିରି ଆହୁରି କହିଛନ୍ତି, "ମୁଁ ରାଷ୍ଟ୍ରପତି କହିଲି, ମୁଁ କାହାର ନାମ ରଖି ନାହିଁ। ଯଦି ଭାରତର ରାଷ୍ଟ୍ରପତି ଅପମାନିତ ଅନୁଭବ କରନ୍ତି, ମୁଁ କ୍ଷମା ମାଗୁଛି ଏବଂ ମୁଁ ଯାହା କହିଛି ସେଥିପାଇଁ ଦୁଃଖ ପ୍ରକାଶ କରୁଛି।"

କେନ୍ଦ୍ର ମନ୍ତ୍ରୀ ଗିରିଙ୍କ ବହିଷ୍କାର ଚାହୁଁଛନ୍ତି

ଏହି ପ୍ରସଙ୍ଗରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଖରାପ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ। ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀ ତୁରନ୍ତ ଏପରି ନେତାଙ୍କୁ ତାଙ୍କ କ୍ୟାବିନେଟରୁ ବହିଷ୍କାର କରିବା ଉଚିତ୍ ଏବଂ ଏଭଳି ମନ୍ତବ୍ୟ ପାଇଁ ଦେଶକୁ କ୍ଷମା ମାଗିବା ଉଚିତ୍। ସେ ଏହା ଉପରେ ଏକ ବ୍ୟାଖ୍ୟା ଦେବା ଉଚିତ୍। ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ସିଏମ୍ ନିଜେ ଜଣେ ମହିଳା ଏବଂ ତାଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଆମ ଆଦିବାସୀ ରାଷ୍ଟ୍ରପତିଙ୍କ ଉପରେ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି। ଏହା ଆମର ଆନ୍ତର୍ଜାତୀୟ ପରିଚୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ପଶ୍ଚିମବଙ୍ଗ ସରକାର ଆଦିବାସୀ ସମ୍ପ୍ରଦାୟକୁ ହଇରାଣ କରିବେ।

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ ନେଇ ଟିଏମସି ପକ୍ଷରୁ ଆସିଲା ବିଧିବଦ୍ଧ ମନ୍ତବ୍ୟ। ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଲା ଟିଏମସି। ଦଳ ପକ୍ଷରୁ କୁହାଯାଇଛି ଯେ ଏଭଳି ମନ୍ତବ୍ୟକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ରାଷ୍ଟ୍ରପତିଙ୍କ ପ୍ରତି ଦଳର ଗଭୀର ସମ୍ମାନ ରହିଛି। ମହିଳା ସଶକ୍ତିକରଣ ଯୁଗରେ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଆଉ କିଛି ସମୟ ପରେ ଟିଏମସି ପକ୍ଷରୁ ପ୍ରେସମିଟ୍ କରାଯାଇପାରେ। TMC ନେତା କୁନାଲ ଘୋଷ କରିବେ ପ୍ରେସମିଟ୍। ମନ୍ତ୍ରୀ ଅଖିଳ ଗିରିଙ୍କ ବୟାନକୁ ନେଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଦଳ। ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଅଭଦ୍ରୋଚିତ ମନ୍ତବ୍ୟକୁ ଟିଏମସି ପକ୍ଷରୁ କେବଳ ନିନ୍ଦା କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବିବାଦୀୟ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
Published by:Lipina Das
First published: