ତିତିଲି ବନ୍ୟାକୁ ପୂରିଲା ୩ ବର୍ଷ; ଆଜି ବି ସେହି ଦୁଃଖଦ ଦିନକୁ ଭୁଲି ନାହାଁନ୍ତି କେହି

୨୦୧୮ ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ପ୍ରଳୟଙ୍କାରି ବନ୍ୟା ନିଜର ତାଣ୍ଡବ ରଚିଥିଲା । ୧୦ ତାରିଖ ମଧ୍ୟରାତ୍ରର କରାଳ ରାତ୍ରିରେ ସାରା ଆସିକା ସହରରେ ପଶିଯାଇଥିଲା ବନ୍ୟା ଜଳ । ୧୧ ତାରିଖ ସକାଳୁ ସକାଳୁ ପୁରା ସହରର ଗଳିକନ୍ଦିରେ ଢ଼େଉ ମାରୁଥିଲା ସେହି ତିତିଲିର ବନ୍ୟା ଜଳ ।

 ତିତିଲି ବନ୍ୟାକୁ ପୂରିଲା ୩ ବର୍ଷ

ତିତିଲି ବନ୍ୟାକୁ ପୂରିଲା ୩ ବର୍ଷ

  • Share this:
News18 Odia Digital

ଗଞ୍ଜାମ: ଆଜି ସେହି ପ୍ରଳୟଙ୍କାରି ତିତିଲି ବନ୍ୟାକୁ ବିତିଗଲା ତିନି ବର୍ଷ । ଠିକ ଆଜିର ଏହି ଦିନରେ ତଥା ୨୦୧୮ ଅକ୍ଟୋବର ୧୧ ତାରିଖରେ ତିତିଲିର ତାଣ୍ଡଵ ରୂପ ଦେଖିବାକୁ ମିଳିଥିଲା । ଅ।ଉ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଗଞ୍ଜାମ ଜିଲ୍ଲାର ଆସିକା ସହର ଓ ସୋରୋଡାର ଭୂତପଙ୍କାଳ ଗ୍ରାମ । ଆଜି ବି ସେହି କଥା ମନେ ପଡ଼ିଲେ ଛାତି ଥରି ଉଠୁଛି । ଭୂତପଙ୍କାଳ ଗାଁରେ ଛଅ ଜଣଙ୍କ ମୃତ୍ୟୁ ଘଟିଥିଲା । ସତେ ଯେମିତି ଅକ୍ଟୋବର ମାସର ଦୁର୍ଗାପୂଜା ପାଖେଇ ଆସିଲେ ଲୋକଙ୍କ ମନରେ ବଢ଼ିଯାଏ ଭୟର ଆତଙ୍କ । ସତେ ଯେମିତି ଏହି ମାସ ଏକ ଅଭିଶପ୍ତ ମାସ ରୂପେ ଗ୍ରହଣ କରିସାରିଲେଣି ଲୋକେ ।

ଠିକ୍ ୨୦୧୮ ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ପ୍ରଳୟଙ୍କାରି ବନ୍ୟା ନିଜର ତାଣ୍ଡବ ରଚିଥିଲା । ୧୦ ତାରିଖ ମଧ୍ୟରାତ୍ରର କରାଳ ରାତ୍ରିରେ ସାରା ଆସିକା ସହରରେ ପଶିଯାଇଥିଲା ବନ୍ୟା ଜଳ । ୧୧ ତାରିଖ ସକାଳୁ ସକାଳୁ ପୁରା ସହରର ଗଳିକନ୍ଦିରେ ଢ଼େଉ ମାରୁଥିଲା ସେହି ତିତିଲିର ବନ୍ୟା ଜଳ । ସବୁରି ମନରେ ଥିଲା ହୃଦୟଥରା କରୁଣ ଚିତ୍କାର। କେମିତି ଏହି ବନ୍ୟା ଦାଉରୁ ରକ୍ଷା ପାଇବେ ସେ ନେଇ ଚିକ୍ତାର କରୁଥିବା ବେଳେ ସୋରଡାର ଭୂତପଙ୍କାଳ ଗାଁ ପୁରା ଜଳବନ୍ଦୀ ହୋଇଯାଇଥିଲା ।

ବନ୍ୟାରେ ଛଅ ଜଣ ଭାଷି ମୃତ୍ୟୁ ବରଣ କରିଥିଲେ । ଏହି ଦିନକୁ ବିତିଗଲାଣି ତିନି ବର୍ଷ ହେଲେ ଏବେ ବି ଲୋକଙ୍କ ମନରୁ ସେହି ତିତିଲିର କରାଳ କାହାଣୀ ଲିଭି ନାହିଁ । ଏବେ ବି ଲୋକେ ସେହି ଦିନର କଥାକୁ ନିଜ ହୃଦୟରେ ସାଇତି ରଖିଥିବା ବେଳେ ୧୯୯୯ ମହାବତ୍ୟା ଠାରୁ କ୍ରମାଗତ ଭାବେ ଅକ୍ଟୋବର ମାସରରେ ବାତ୍ୟା କିମ୍ବା ବନ୍ୟା ଆସୁଥିବା ହେତୁ ସମସ୍ତେ ଏବେ ଏହି ଅକ୍ଟୋବର ମାସକୁ ଏକ ଅଭିଶପ୍ତ ମାସ ରୂପେ ଗ୍ରହଣ କରିସାରିଲେଣି ।

୨୦୧୮ ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ପ୍ରଳୟଙ୍କାରି ବନ୍ୟା ନିଜର ତାଣ୍ଡବ ରଚିଥିଲା


“ତଥାପି ଭଗବାନଙ୍କ ପାଖରେ ଆସିକା ସହରବାସୀ ମାନେ ପାର୍ଥନା କରନ୍ତି ଯେ ତିତିଲି ଭଳି ବନ୍ୟା ବିପତ୍ତି ନ ଅ।ସୁ ଅ।ଉ ଧରା ପୃଷ୍ଠକୁ । ଏହିଭଳି କ୍ରମାଗତ ଭାବେ ଅକ୍ଟବର ମାସରେ କିଛିନା କିଛି ବାତ୍ୟା ବନ୍ୟା ଆସୁଥିବା ହେତୁ ଲୋକେ ସେହି ପୁରୁଣା କଥାକୁ ମନେ ପକାଇ ଭୟଭୀତ ହୋଇଥାନ୍ତି,’’ କହଛନ୍ତି ଅ।ସିକାର ବରିଷ୍ଠ ଆଇନଜିବି ସନ୍ତୋଷ କୁମାର ପାଣିଗ୍ରାହୀ।

ସେହି ତିତିଲି ବନ୍ୟାରେ ଆସିକା ସହର ସମସ୍ତ ବର୍ଗର ଲୋକେ ପ୍ରଭାବିତ ହୋଇଥିବା ବେଳେ ସବୁ ପ୍ରକାର କ୍ଷତି ସହିଥିଲେ ସହରବାସୀ । ଏବେ ବି ଅନେକ ବ୍ୟବସାୟୀ ସହି ଦିନ ଠାରୁ ଅ।ଉ ଅଣ୍ଟା ସଳଖି ପାରୁନଥିବା ବେଳେ ଅକ୍ଟୋବର ମାସ ଆସିଲେ ସମସ୍ତେ ଏକ ପ୍ରକାର ସତର୍କ ହୋଇଯାଅ।ନ୍ତି । ଆଉ କିମିତି ଏହି ଅକ୍ଟୋବର ମାସ ଯଥା ଶିଘ୍ର ଚାଲିଯିବ ସେ ନେଇ ଭଗବାନଙ୍କ ପାଖରେ ପାର୍ଥନା କରିଥାନ୍ତି । ଏବେ ବି ମଧ୍ୟ ତାଜା ହୋଇ ରହିଛି ସେହି ୨୦୧୮ର ବନ୍ୟାର ଦୁଃଖଦ ଦୃଶ୍ୟ । ଯାହାକୁ ବିତିଗଲା ତିନିବର୍ଷ ।

ଖାଲି ସେତିକି ନୁହଁ । ସେହି ତିତିଲି ବନ୍ୟାରେ ସହରର ସବୁରି ଗଳି କନ୍ଦିରେ କେବଳ ବନ୍ୟା ଜଳ ଦେଖିବାକୁ ମିଳିଥିଲା ବେଳେ ଲୋକେ ଦିନ ଦିନ ଧରି ଖାଇବାକୁ ମଧ୍ୟ ପାଉନଥିଲେ । ଆଉ ସେହି କଥା ମନେ ପକାଇବା ବଦଳରେ ଅକ୍ଟବର ମାସ ୧୧ ତାରିଖ ଆସିଗଲେ ଆପେ ଆପେ ମନେ ପଡ଼ିଯାଏ ସେହି ଦିନର ଦୁଃଖ କଥା ବୋଲି ରାଜ୍ୟ ସରକାରଙ୍କ ଦ୍ଵାରା ତିତିଲି ହିରୋ ଭାବେ ପୁରଷ୍କୃତ ହୋଇଥିବା ସହରର ବରିଷ୍ଠ ଯୁବ ସମାଜସେବୀ ସତ୍ୟନାରାୟଣ ସ୍ଵାଇଁ କହିଛନ୍ତି।

ସତରେ ଏହି ଅକ୍ଟୋବର ମାସ ସମସ୍ତଙ୍କ ପାଇଁ ଏକ ଦେହସୁଆ ମାସ ହୋଇଯାଇଥିବା ବେଳେ ଆସିକବାସୀଙ୍କ ପାଇଁ ଏକ ଅଭିଶପ୍ତ ମାସ ପାଲଟିଗଲାଣି ।
Published by:Lipina Das
First published: