News18 Odia Digital
ହୋଲି ପର୍ବ ଆମକୁ ଆନନ୍ଦ ଓ ସୁଖର ରଙ୍ଗ ଦେଇ ଆଗକୁ ନିଏ । ଆପଣ ହୋଲି ପାଳନ କରିବା ବେଳେ କଠିନ ରାସାୟନିକ ପଦାର୍ଥ ଓ ରଙ୍ଗର ବ୍ୟବହାର କରି ନ ଥିବେ ବୋଲି ଆମେ ଆଶା କରୁ । ଏହି ପର୍ବରେ ନିଜର ସୁସ୍ଥ ଓ ଚମକୁଥିବା ଚର୍ମ ଓ କେଶକୁ ବଜାୟ ରଖିବା ପାଇଁ ସୋଲ୍ ଟ୍ରି (Soul Tree) ର ସଂସ୍ଥାପକ ବିଶାଲ ଭଣ୍ଡାରୀ, ନାଇକାର ମୁଖ୍ୟ କଣ୍ଟେଣ୍ଟ ଅଧିକାରୀ ମାଧବୀ ଇରାନୀ ଓ ଓହରିଆ ଆୟୁର୍ବେଦର ପ୍ରତିଷ୍ଠାତା ରଜନୀ ଓହରୀ କିଛି ଆବଶ୍ୟକୀୟ ଟିପ୍ସ ଓ କୌଶଳ ବିଷୟରେ ପରାମର୍ଶ ଦେଇଛନ୍ତି ।
ହୋଲି ଖେଳି ସାରିବା ପରେ ଏକ ପ୍ରାକୃତିକ ଫେସୱାସରେ ମୁହଁ ଧୁଅନ୍ତୁ ଓ ଚର୍ମକୁ ସଫା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ମୁହଁର ଚ଼ର୍ମରୁ ମଇଳା ଓ କ୍ଷତିକାରକ ରାସାୟନିକ ପଦାର୍ଥ ବାହାର ହୋଇଯିବ, ଆଉ ବ୍ରେକଆଉଟ (ଚ଼ର୍ମ ଫାଟିବା) ହେବ ନାହିଁ । ତା’ ପରେ ଏକ କୋମଳ ସ୍କ୍ରବ୍ ସହିତ ମୁହଁକୁ ସଫା କରନ୍ତୁ । ଏହା ଆପଣଙ୍କ ଚର୍ମକୁ ନରମ ରଖିବାବାରେ ସାହାଯ୍ୟ କରିବ ।
କେଶରୁ ରଙ୍ଗ ଧୋଇବା ପାଇଁ ଏକ ସ୍ପଷ୍ଟୀକରଣ ସାମ୍ପୁ (କ୍ଲାରିଫାଇଂ ସାମ୍ପୁ) ବ୍ୟବହାର କରନ୍ତୁ । ସାମ୍ପୁ କରିବା ପରେ କଣ୍ଡିସନରକୁ କେଶରେ ଦୁଇ ମିନିଟ୍ ପାଇଁ ଲଗାନ୍ତୁ ଓ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ନିଜର ପୂର୍ବରୁ ରଙ୍ଗ ହୋଇଥିବା କେଶ ପାଇଁ ରଙ୍ଗ ସୁରକ୍ଷା କଣ୍ଡିସନର ବ୍ୟବହାର କରନ୍ତୁ ।
କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ରଙ୍ଗରୁ ଆପଣଙ୍କ ଓଠକୁ ରକ୍ଷା କରିବା ପାଇଁ ପେଟ୍ରୋଲିୟମ ଜେଲି ବଦଳରେ ଏକ ଅରଗାନିକ୍ ବାମ ଲଗାନ୍ତୁ । ଏହା ଆପଣଙ୍କ ଓଠକୁ ଭଲ ଆର୍ଦ୍ରତା ଦେବ ଓ ହାଇଡ୍ରେଟେଡ୍ ରଖିବ । ଆପଣଙ୍କ ଓଠ ବି ଚ଼ର୍ମ ପରି ସମାନ ମାତ୍ରାରେ ରଙ୍ଗ ଧରେ ଓ ସମାନ ଭାବରେ ସଂକ୍ରମିତ ହୋଇ ଚିପିଙ୍ଗ୍ ଓ ଫ୍ଲେକିଙ୍ଗର ସାମନା କରେ । ତେଣୁ ଏକ SPF ଥିବା ଓଠ ବାମ୍ ସହିତ ନିଜ ଓଠଙ୍କୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ।
ଆପଣଙ୍କ ନଖକୁ ରକ୍ଷା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ସେହି ସବୁ ରଙ୍ଗର ଦାଗ ବହନ କରନ୍ତି । ହୋଲି ରଙ୍ଗରୁ ନଖକୁ ରକ୍ଷା କରିବା ପାଇଁ ଆପଣଙ୍କୁ ନେଲ ରଙ୍ଗ (ନେଲ୍ ପେଣ୍ଟ୍) ଲଗାଇବାକୁ ପଡିବ । ଅଧିକ ସୁରକ୍ଷା ପାଇଁ ଓ ନଖରେ ଦାଗ ହେବାରୁ ରୋକିବା ପାଇଁ ଏକ ଟପ୍ କୋଟ୍ ପ୍ରୟୋଗ କରି ଆରମ୍ଭ କରନ୍ତୁ । ଉତ୍ସବ ସମାପ୍ତ ହେବା ପରେ, କେବଳ ଏକ ଏସିଟୋନ୍ମୁକ୍ତ ନେଲପଲିସ୍ ରିମୁଭର୍ ସହିତ ଏହି ରଙ୍ଗ ବାହାର କରନ୍ତୁ ।
ଶୋଇବାକୁ ଯିବା ପୂର୍ବରୁ ଏକ ମୃଦୁ ହାତ ଓ ପାଦ କ୍ରିମ୍ ଆଉ ଏକ ଫେସିଆଲ୍ ତୈଳ ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଚର୍ମକୁ ପୂର୍ବ ସ୍ଥିତିକୁ ଆଣିଦେବ ଓ ରାତାରାତି ଏଥିରେ ଆର୍ଦ୍ରତା ଫେରାଇ ଆଣିବାରେ ସାହାଯ୍ୟ କରିବ ।
ହୋଲି ସାଧାରଣତଃ ବାହାରେ ଖେଳାଯାଏ । ସୂର୍ଯ୍ୟ କିରଣ ଓ ଜଳ ସହିତ କ୍ରମାଗତ ସଂସ୍ପର୍ଶରେ ଆସିବାରୁ ଆପଣଙ୍କ ଚର୍ମରୁ ଆର୍ଦ୍ରତା ଦୂର ହୋଇପାରେ ଓ ଆପଣଙ୍କୁ ଟ୍ୟାନଡ୍ କରିପାରେ । ହୋଲି ଖେଳିବାକୁ ବାହାରକୁ ଯିବା ଆପଣ ଏକ ଉତ୍ତମ ପରିମାଣର ଭଲ ସନ୍ସକ୍ରିମ ଲୋସନ, ଯେଉଁଥିରେ ଅତି କମରେ SPF ୫୦ ଥିବ, ନିଜ ବାହୁ, ଗୋଡ଼ ଓ ମୁହଁରେ ପ୍ରୟୋଗ କରିଥିବା ଉଚ଼ିତ । ଏହା ଆପଣଙ୍କୁ ସଂରକ୍ଷଣର ଆଉ ଏକ ସ୍ତର ଦେବ ଓ ଟ୍ୟାନିଂକୁ ରୋକିବ ।
ପର୍ବର କିଛି ଦିନ ପୂର୍ବରୁ ଆପଣଙ୍କ ଚର୍ମକୁ ରାସାୟନିକ ଭିତ୍ତିକ ରଙ୍ଗରେ ଥିବା କଠିନ ରାସାୟନିକ ପଦାର୍ଥରୁ ରକ୍ଷା କରିବା ପାଇଁ ମୁହଁରେ ତେଲ କିମ୍ବା ମଶ୍ଚରାଇଜର ଲଗାନ୍ତୁ ଯାହା ଚର୍ମକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରେ । ଏହି ତେଲ ମୁହଁର ସନ୍ତୁଳନକୁ ପୁନସ୍ଥାପିତ କରିବାରେ ଏବଂ ତ୍ୱଚାକୁ କ୍ଷତିକାରକ ରାସାୟନିକ ପଦାର୍ଥରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।