ଏବେ 2Gକୁ ଇତିହାସର ଅଂଶ କରିବା ଉଚିତ; ଟେଲିକମ୍ ନୀତିରେ ସୁଧାର ଦରକାର: ଅମ୍ବାନୀ

ଭାରତ ଓ ସାରା ବିଶ୍ୱ ଏବେ 5Gର ଦ୍ୱାରରେ ଠିଆ ହୋଇଥିବା ବେଳେ ଏବେ ବି ଭାରତରେ ୩୦ କୋଟି ମୋବାଇଲ୍ ଗ୍ରାହକ 2G ଯୁଗରେ ଅଛନ୍ତି ଓ ଇଣ୍ଟରନେଟର ମୌଳିକ ବ୍ୟବହାରରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ଅମ୍ବାନୀ ।

ମୁକେଶ ଅମ୍ବାନୀ

ମୁକେଶ ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର (Reliance Industries Limited, RIL) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) ଆଜି ଏକ ଭର୍ଚୁଆଲ୍ ସମ୍ବୋଧନରେ ଟେଲିକମ୍ ବିଭାଗ (DoT) ଓ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (COAI)କୁ ଭାରତରେ ମୋବାଇଲ୍‌ ଫୋନ୍‌ ବ୍ୟବହାରର ରୌପ୍ୟ ଜୟନ୍ତୀକୁ ପାଳନ କରୁଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ସଂକ୍ଷିପ୍ତ ମାତ୍ର ପ୍ରଭାବଶାଳୀ ଭାଷଣରେ ଅମ୍ବାନୀ ଚାରୋଟି ମୌଳିକ ଉପାୟ ବିଷୟରେ କହିଛନ୍ତି ଯାହା ଦ୍ୱାରା ଦେଶରେ ମୋବାଇଲ୍ ଟେଲିଫୋନ୍‌ କ୍ଷେତ୍ର ବଦଳିଛି ଓ ଭାରତରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଛି । ବିଶେଷ କରି ମହାମାରୀ ସମୟରେ ଲୋକେ କେମିତି ଜ୍ଞାନ ପାଇବା ପାଇଁ ଓ ପ୍ରଦାନ କରିବା ପାଇଁ ମୋବାଇଲ୍‌ ଫୋନର ସର୍ବୋତ୍ତମ ଉପଯୋଗ କରୁଛନ୍ତି ସେ ବିଷୟରେ ମଧ୍ୟ RIL ଅଧ୍ୟକ୍ଷ କହିଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଡିଜିଟାଲ ଇଣ୍ଡିଆ ମିଶନର (Digital India Mission) ଅଗ୍ରଗତିରେ ପୂର୍ଣ୍ଣ ସହଯୋଗ ପାଇଁ ରିଲାଏନ୍ସ ଜିଓର (Reliance Jio) ପ୍ରତିବଦ୍ଧତା ବିଷୟରେ ସେ ନିଶ୍ଚିତ କରିଛନ୍ତି।

ନେଟୱାର୍କ କାର୍ଯ୍ୟଦକ୍ଷତାରେ କୌଣସି ଡ୍ରପ୍ ନ ହେବା ସହିତ ଲକଡାଉନ୍ ସମୟରେ ଜିଓର ଯୋଗଦାନ ଦୃଢ଼ ରହିଛି ।


ଭାରତର ବଢ଼ୁଥିବା ୪ଜି (4G) ଇଣ୍ଟରନେଟ୍ ଇକୋସିଷ୍ଟମର ଉପଯୋଗ କରିବାରେ ଏ ପର୍ଯ୍ୟନ୍ତ ବିଫଳ ହୋଇଥିବା ଯେକୌଣସି ୨ଜି (2G) ନେଟୱାର୍କ ଓ ଉପଭୋକ୍ତାଙ୍କୁ ୪ଜି ପ୍ଲାଟଫର୍ମକୁ ଆଣିବାର ଆବଶ୍ୟକତା ଉପରେ ଅମ୍ବାନୀ ଗୁରୁତ୍ୱାରୋପ କରିଛନ୍ତି ।

ଆଜି ‘ଦେଶ କି ଡିଜିଟାଲ୍ ଉଡ଼ାନ୍‌’ ଅଧିବେଶନରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ସମ୍ବୋଧିତ କରି ଅମ୍ବାନୀ କହିଛନ୍ତି ଯେ ଭାରତରେ ଏବେ ବି ୨ଜି (2G) ମୋବାଇଲ୍‌ ସିଷ୍ଟମ୍‌ ବ୍ୟବହାର କରୁଥିବା ୩୦ କୋଟି ଉପଭୋକ୍ତାଙ୍କୁ ଅପଗ୍ରେଡ୍‌ କରି ଆଗକୁ ଆଣିବା ପାଇଁ ଟେଲିକମ୍‌ ନୀତିରେ ସଂସ୍କାରର (telecom policy reforms) ଆବଶ୍ୟକତା ଉପରେ ବି ସେ ଗୁରୁତ୍ୱାରୋପ କରିଛନ୍ତି । ୨ଜି ବ୍ୟବହାର କରୁଥିବା ଲୋକେ ଭାରତର ଡିଜିଟାଲ୍ କ୍ରାନ୍ତିକୁ ଉପଯୁକ୍ତ ଭାବେ ଉପଯୋଗ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: ଆଜି ଦେଶ ପାଇଁ ଐତିହାସିକ ଦିନ: ଦେଶର ପ୍ରଥମ ମୋବାଇଲ ଫୋନ୍ କଲ୍‌କୁ ପୂରିଲା ୨୫ ବର୍ଷ

ଏହା ବି ପଢ଼ନ୍ତୁ: ୩ ଲକ୍ଷ ପ୍ରବାସୀଙ୍କୁ ଚାକିରି ଯୋଗାଇବେ ସୋନୁ ସୁଦ୍; ଜନ୍ମ ଦିନରେ ଏଥି ପାଇଁ ଏକ ଆପ୍ ଘୋଷଣା କଲେ

‘‘ଆଜି ଆମେ ଗତ ୨୫ ବର୍ଷ ମଧ୍ୟରେ ମୋବାଇଲ୍‌ ଟେଲିଫୋନିର ସଫଳତା ପାଇଁ ବୈଧ ଭାବେ ଗର୍ବ କରୁଥିବା ବେଳେ ଏହି ଅବସରରେ ଆମେ ଭାରତୀୟ ଉପଭୋକ୍ତା ତଥା ଭାରତୀୟ ସମାଜକୁ ଡିଜିଟାଲ୍ କ୍ରାନ୍ତିରୁ ସମ୍ପୂର୍ଣ୍ଣ ଉପକୃତ ହେବାରୁ ରୋକୁଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ମୁଁ ବିଶେଷ ଭାବରେ ଉଲ୍ଲେଖ କରିବାକୁ ଚାହୁଁଛି ଯେ ଭାରତର ୩୦ କୋଟି ମୋବାଇଲ୍ ଗ୍ରାହକ ଏବେ ବି ୨ଜି (2G) ଯୁଗରେ ଅଛନ୍ତି । ଭାରତ ଓ ସାରା ବିଶ୍ୱ ଏବେ ୫ଜି (5G) ଟେଲିଫୋନିର ଦ୍ୱାରରେ ଠିଆ ହୋଇଥିବା ବେଳେ ଏହି ଲୋକମାନଙ୍କର ଫିଚର୍‌ ଫୋନଗୁଡ଼ିକ ସେମାନଙ୍କୁ ଇଣ୍ଟରନେଟର ମୌଳିକ ବ୍ୟବହାରରୁ ବି ବଞ୍ଚିତ କରିଛି । ମୁଁ ଭାବୁଛି ୨ଜିକୁ (2G) ଇତିହାସର ଏକ ଅଂଶ କରିଦେବା ପାଇଁ ଅତ୍ୟଧିକ ତତ୍ପରତା ସହିତ ଆବଶ୍ୟକ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍,’’ କହିଛନ୍ତି ଅମ୍ବାନୀ ।
Published by:Anand Shankar Thankur Das
First published: