କରୋନା କଟକଣା ପାଇଁ ଫିକା ପଡ଼ିଲା ଏଥର ତିଳତର୍ପଣ; ଖାଁ ଖାଁ ଦେଖାଯାଉଛି ଶ୍ରୀକ୍ଷେତ୍ର

କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ନ ଥିବାରୁ ଏ ବର୍ଷ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଥିବାର ନଜର ଆସୁଛନ୍ତି ।

କରୋନା କଟକଣା ପାଇଁ ଫିକା ପଡ଼ିଲା ଏଥର ତିଳତର୍ପଣ

କରୋନା କଟକଣା ପାଇଁ ଫିକା ପଡ଼ିଲା ଏଥର ତିଳତର୍ପଣ

  • News18 Odia
  • Last Updated :
  • Share this:
News18 Odia Digital

ପୁରୀ: ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଅର୍ଥାତ ପିତୃପକ୍ଷ । ଏହି ତିଥିରୁ ପନ୍ଦର ଦିନ ବ୍ୟାପି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ପରମ୍ପରା ରହିଛି । ଏଥିରେ ପିତା, ପିତାମହ, ପ୍ରପିତାମହ, ମାତା, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବାର ବିଧି ରହିଛି । ଯାହାକୁ ନେଇ ପୁରୀର ତୀର୍ଥ ପୁଷ୍କରିଣୀରେ ତର୍ପଣକାରୀଙ୍କର ଭିଡ଼ ଜମୁଛି ।

୫୨ ବର୍ଷୀୟ ନରେନ୍ଦ୍ର ପୁଷ୍କରିଣୀର ଘାଟ ପୁରୋହିତ ଲୋକନାଥ ଶତପଥି କହିଛନ୍ତି, "ପବିତ୍ର ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ଅର୍ଥାତ ପିତୃପକ୍ଷ ।ଏହି ତିଥିରେ ପୁରୀରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀ ବେଶ୍ ଉତ୍ସବ ମୁଖର ହୋଇଥାଏ । ହେଲେ ବାଇଶି ପାହାଚରେ ଶ୍ରାଦ୍ଧ ଉପରେ କଟକଣା ଲାଗିଥିବାରୁ ବିଭିନ୍ନ ତୀର୍ଥ ପୁଷ୍କରିଣୀମାନଙ୍କରେ ଭିଡ଼ ଜମିଛି । ତେବେ ହାତ ଗଣତି କିଛି ଲୋକ ଆସି କୋଭିଡ କଟକଣା ଭିତରେ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ଦେଖିବାକୁ ମିଳିଛି ।"

ଶ୍ରଦ୍ଧାରୁ ଶ୍ରାଦ୍ଧ । ପିତୃପୁରୁଷଙ୍କୁ ଆବାହନର ପର୍ବ ହେଉଛି ଅପରପକ୍ଷ । ଆଉ ଏହି ପିତୃପକ୍ଷରେ ଖାଁ ଖାଁ ଶ୍ରୀକ୍ଷେତ୍ର ଦେଖାଯାଉଛି । ନା ଅଛି ଗହଳି ଚହଳି । ତିଳତର୍ପଣ କରିବାର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳିନାହିଁ । ଫିକା କରି ଦେଇଛି କରୋନା ମହାମାରୀ । ଶ୍ରୀମନ୍ଦିର ବାଇଶି ପାହାଚରେ ବସି ତର୍ପଣ କରିବା ନେଇ କଟକଣା ଥିବାରୁ ଉତ୍ତର ଦ୍ୱାର ନିକଟରେ ଚାଲିଛି ଶ୍ରାଦ୍ଧ । ସେପଟେ ଶ୍ରୀମନ୍ଦିର ଆଗରେ କଟକଣା ମଧ୍ୟ ଭକ୍ତଙ୍କୁ ନିରାଶ କରିଛି । କେବଳ ଶ୍ରୀମନ୍ଦିର କାହିଁକି ବିଭିନ୍ନ ତୀର୍ଥ ପୁଷ୍କରିଣୀ ପରିସରରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ମାର୍କଣ୍ଡେୟ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ, ଶ୍ୱେତଗଙ୍ଗା, ସ୍ୱର୍ଗଦ୍ୱର ଆଦି ସ୍ଥାନରେ ମଧ୍ୟ କାଁ ଭାଁ ତିଳତର୍ପଣ କରାଯାଉଥିବା ଦେଖିବାକୁ ମିଳୁଛି । ଯେଉଁମାନେ ବି ତିଳତର୍ପଣ କରୁଛନ୍ତି କୋଭିଡ କଟକଣା ମାନି କରୁଥିବା କହିଛନ୍ତି ୫୬ ବର୍ଷୀୟ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

ପିତା, ପିତାମହ, ପ୍ରପିତାମହ, ମାତା, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବାର ବିଧି


ପୁରୀ ପୌରସଂସ୍ଥା ବାସିନ୍ଦା ତର୍ପଣକାରୀ ବସନ୍ତ ତିବାରିଙ୍କ କହିବା ଅନୁସାରେ, "କେବଳ ଏହି ପବିତ୍ର ତିଥିକୁ ପିତୃପୁରୁଷ ଚାହିଁ ବସିଥାନ୍ତି । ପୁତ୍ରଙ୍କ ହସ୍ତରୁ ଜଳଟିକେ ପାଇ ତୃପ୍ତ ହୋଇଥାନ୍ତି। ଏଥିରେ ପିତା, ପିତାମହ, ପ୍ରପିତାମହ, ମାତା, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଇଥାଏ । ପୁତ୍ର ପାଇଁ ଏହି ପବିତ୍ର ତିଥି ବେଶ୍ ମୂଲ୍ୟବାନ। ତେଣୁ ଶୁଦ୍ଧ ପୁତ ରହି ଘରର ଜ୍ୟୋଷ୍ଠ ପୁତ୍ର ନିଜ ପରିବାରର ମୃତକଙ୍କ ପାଇଁ ତିଳ ତର୍ପଣ କରିଥାନ୍ତି । ଏଥିରେ ନିଜ ପିତା କୁଳ, ମାତା କୁଳ ଓ ସମ୍ପର୍କୀୟଙ୍କ ଉଧେଶ୍ୱରେ ତର୍ପଣ କରିଥାନ୍ତି ।’’

"କରୋନା ମହାମାରୀ ସମୟରେ ଉଚିତ ନିୟମ ଅନୁପାଳନ ପୂର୍ବକ ଏହି ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ସବୁଠାରୁ ଶ୍ରେଷ୍ଠ ଦାୟିତ୍ୱ ଲିଭାଇବା ଆବଶ୍ୟକ । ତା ସହିତ ଏହି ୧୫ଦିନ ଧରି ତର୍ପଣକାରୀମାନେ ଖିଅର ବା ବାହାରେ ଖାଦ୍ୟ କି ଜଳ ସ୍ପର୍ଶ କରନ୍ତି ନାହିଁ । ଆଉ ସେମାନେ ପ୍ରତିଦିନ ସକାଳେ ନିଜ ଘର ତୁଳସୀ ଚୌରା ନିକଟରେ ହେଉ ଅବା ତୀର୍ଥପୁଷ୍କରିଣୀ ମାନଙ୍କରେ ରାଶି, କୁସ, ଚାଉଳ, ବଟୁ, ପିତ୍ତଳ ଥାଳି ଓ ପାତ୍ରୀକୁ ନେଇ ମନ୍ତ୍ରପାଠ କରି ପିତୃପୁରୁଷଙ୍କୁ ଆବାହନ କରିଥାନ୍ତି । ଆଉ ରାତିରେ ପିତୃପୁରୁଷଙ୍କ ପାଇଁ ଘର ହାଣ୍ଡିଶାଳରେ ପାଣି ଓ ପିଢ଼ା ରଖାଯାଇଥାଏ । ଏହା ହେଉଛି ଆମ ପରମ୍ପରାର ଅନନ୍ୟ ନିଦର୍ଶନ ଯେଉଁଠି ମୃତ ବ୍ୟକ୍ତିଙ୍କ ପାଇଁ ବି ପରମ୍ପରା ପାଳିତ ହେଉଛି,’’ କହିଛନ୍ତି ୭୦ ବର୍ଷୀୟ ତର୍ପଣକାରୀ ବିନୋଦ ପଣ୍ଡା ।

କରୋନା କଟକଣା ପାଇଁ ଫିକା ପଡ଼ିଲା ଏଥର ତିଳତର୍ପଣ


ପିତୃପକ୍ଷରେ ନିଜ ପିତୃପୁରୁଷଙ୍କୁ ତିଳତର୍ପଣ କରିବାକୁ ସାରା ଦେଶରୁ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି ହଜାର ହଜାର ଭକ୍ତ । ହେଲେ ଏଥର ମଧ୍ୟ ବାଧକ ସାଜିଲା କରୋନା ମହାମାରୀ । କେବେ ହଟିବ କଟକଣା ଆଉ ଶ୍ରୀକ୍ଷେତ୍ରରେ ବଢ଼ିବ ଭକ୍ତଙ୍କ ଗହଳି ସେହି ସମୟକୁ ସମସ୍ତେ ଅପେକ୍ଷା କରିଛନ୍ତି ।
Published by:Lipina Das
First published:
)}