ଜଲଦି ମଧ୍ୟ ପ୍ରଦେଶକୁ ଫେରିଯିବ ବାଘୁଣୀ ସୁନ୍ଦରୀ; ଓଡ଼ିଶାରେ ଦୁଇଟି ମଣିଷ ମାରିଥିଲା

ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିବା ପରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୁନରୁଦ୍ଧାର ଆଶାକୁ ଏକ ଶକ୍ତ ଝଟକା ଲାଗିଛି ।

(ବାମରୁ ଡାହାଣ) ଶିବରାଜ ସିଂ ଚୌହାନ, ବାଘୁଣୀ ସୁନ୍ଦରୀ ଓ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

(ବାମରୁ ଡାହାଣ) ଶିବରାଜ ସିଂ ଚୌହାନ, ବାଘୁଣୀ ସୁନ୍ଦରୀ ଓ ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ୱର/ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ଶୀଘ୍ର ଫେରିଯିବ ମଧ୍ୟ ପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ । ତାକୁ ଫେରାଇ ନେବା ଯାଏଁ ତା’ର ଦେଖାରଖା ଭଲରେ କରିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ବାଘୁଣୀ ସୁନ୍ଦରୀକୁ ନେଇ ଶିବରାଜଙ୍କ ଚିଠି ମିଳିବା ପରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପୁନରୁଦ୍ଧାର ଆଶାକୁ ଲାଗିଛି ଏକ ଶକ୍ତ ଝଟକା । ଦୁଇ ଦୁଇଟି ମଣିଷ ମାରିଥିବା ସୁନ୍ଦରୀର ଫେରିଯିବା ଆଶା ଉଜ୍ବଳ ହେବା ପରେ ଖୁସି ହୋଇଛନ୍ତି ସାତକୋଶିଆ ଅଭୟାରଣ୍ୟର ବାସିନ୍ଦାମାନେ ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ସାତକୋଶିଆ ଅଭୟାରଣ୍ୟରେ ଏକ ଏନକ୍ଲୋଜର ଭିତରେ କେମିତି ଅଛି ବାଘୁଣୀ ସୁନ୍ଦରୀ ଓ ତା’ର ସ୍ବାସ୍ଥ୍ୟାବସ୍ଥା କେମିତି ଅଛି ବୋଲି ଜାଣିବାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ । ଖାଲି ବାଘୁଣୀର ସ୍ବାସ୍ଥ୍ୟାବସ୍ଥା କଥା ନୁହେଁ, ତାକୁ ଫେରାଇ ଆଣିବାକୁ ମଧ୍ୟ ସେ ସଙ୍କେତ ଦେଇଛନ୍ତି । ଯେ ପର୍ଯ୍ୟନ୍ତ ସୁନ୍ଦରୀକୁ କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଫେରାଇ ଅଣାଯାଇନାହିଁ, ସେ ପର୍ଯ୍ୟନ୍ତ ତା’ର ଯତ୍ନ ନେବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି ଶିବରାଜ ।

ଶିବରାଜ ସିଂ ଚୌହାନଙ୍କ ଚିଠି


‘‘ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ମଧ୍ୟ ପ୍ରଦେଶରେ କାହ୍ନା, ବାନ୍ଧବଗଢ଼ ଓ ପେଞ୍ଚ୍‌ ଟାଇଗର୍‌ ରିଜର୍ଭରେ ବାଘ ସଫାରୀର ନିର୍ମାଣ ପାଇଁ ର୍ଷ୍ଚ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସୈଦ୍ଧାନ୍ତିକ ଅନୁମତି ମିଳିସାରିଛି । ସେହି ସଫାରୀର ନିର୍ମାଣ ହେବା ପର୍ଯ୍ୟନ୍ତ ବାଘୁଣୀ ସୁନ୍ଦରୀକୁ ସ୍ଥାୟ ରୂପେ କାହ୍ନା ଟାଇଗର୍‌ ରିଜର୍ଭର ଘୋରେଲା କେନ୍ଦ୍ରରେ ରଖାଯିବ,’’ ନନୀନଙ୍କୁ ନିଜ ଚିଠିରେ ଲେଖିଛନ୍ତି ଶିବରାଜ ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

ଶିବରାଜଙ୍କ ଏହି ଚିଠି ପରେ ସୁନ୍ଦରୀ ମଧ୍ୟ ପ୍ରଦେଶ ଫେରିଯିବା ନେଇ ଥିବା ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଏହା ସହ ମଉଳି ଯାଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ଆଶା ।

‘‘ଯେହେତୁ ସେମାନେ (ମଧ୍ୟ ପ୍ରଦେଶ ସରକାର) ସୁନ୍ଦରୀକୁ ନେବା ପାଇଁ ପ୍ରସ୍ତୁତ ହୋଇଗଲେଣି, ତେଣୁ ତାକୁ ସେମାନେ ନେବା ପର୍ଯ୍ୟନ୍ତ ସେତିକି ଦିନ ଯତ୍ନରେ ଆମେ ରଖିବା ଦରକାର । ବେଳେବେଳେ ମିଡ଼ିଆରେ ଖବର ଆସୁଛି ଯେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ । ଏମିତି ହେବା ଉଚିତ ନୁହେଁ,’’ କହିଛନ୍ତି ବନ୍ୟ ପ୍ରାଣୀ ଗବେଷକ ଲାଲା ଏ.କେ.ସିଂହ ।

ବନ୍ୟ ପ୍ରାଣୀ ଗବେଷକ ଲାଲା ଏ.କେ.ସିଂହ


ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ୨୦୧୮ ଜୁନ୍‌ ମାସରେ ମଧ୍ୟ ପ୍ରଦେଶରୁ ମହାବଳ ମହାବୀର ସହ ସୁନ୍ଦରୀକୁ ଅଣାଯାଇଥିଲା । ସେହି ବର୍ଷ ନଭେମ୍ବର ୧୪ରେ ଜଙ୍ଗଲ ଭିତରେ ଶିକାରୀ ଫାସରେ ମହାବୀରର ମୃତ୍ୟୁ ହେବା ପରେ ହିଂସ୍ର ହୋଇଉଠିଥିଲା ବାଘୁଣୀ ସୁନ୍ଦରୀ । ଦୁଇ ଦୁଇଟି ମଣିଷ ସହ ଗାଈଗୋରୁଙ୍କୁ ମାରି ଦେଇଥିଲା ସେ । ଏହାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ ସାତକୋଶିଆ ବନବାସୀମାନେ । ସେମାନେ ଏହି କାରଣରୁ ବ୍ୟାଘ୍ର ପ୍ରକଳ୍ପକୁ ଘୋର ବିରୋଧ କରିଥିଲେ ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ ସାରା ବ୍ୟାପିଥିଲା!

ମଣିଷଖିଆ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବାକୁ ପୂର୍ବରୁ ଏନଟିସିଏକୁ ଅନେକ ଥର ଚିଠି ଲେଖିଥିଲେ ସାତକୋଶିଆ କର୍ତ୍ତୃପକ୍ଷ । ଏନଟିସିଏ ମଧ୍ୟ ସୁନ୍ଦରୀର ସ୍ଥିତି ଜାଣିବାକୁ ପାଲଟା ଚିଠି ଲେଖିଥିଲା । ଏହା ଭିତରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସୁନ୍ଦରୀର ଫେରିବା ନିଷ୍ପତ୍ତି ଅଧାରେ ଅଟକି ରହିଥିଲା । ହେଲେ ଏବେ ତାହା ନିଶ୍ଚିତ ଲାଗୁଛି ।

୨୦୧୮ ମସିହା ନଭେମ୍ବର ୧୮ରୁ ସାତକୋଶିଆରେ ଏକ ଏନକ୍ଲୋଜର ଭିତରେ ବନ୍ଦୀ ହୋଇ ରହିଛି ସୁନ୍ଦରୀ । ହାତ ଟେକା ମାଂସ ଖାଉଛି । ୟା ଭିତରେ ତା’ର ଜଙ୍ଗଲୀ ସ୍ବଭାବ ବଦଳି ଗଲାଣି । ଏବେ ମଧ୍ୟ ପ୍ରଦେଶ ମୁଖ୍ୟ ମନ୍ତ୍ରୀଙ୍କ ଚିଠି ପରେ ସୁନ୍ଦରୀର ଫେରିଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏହାକୁ ନେଇ ସାତକୋଶିଆ ଅଭୟାରଣ୍ୟ ବାସିନ୍ଦାଙ୍କ ମନରେ ଖୁସି ଆସିଛି ।



‘‘ସେ ବାଘୁଣୀ ମଣିଷକୁ ଖାଇଯାଏ, ଆଜ୍ଞା । ଆମେ ଦିନରାତି ତାହାରି ଭୟରେ କାଳାତିପାତ କରୁଛୁ । ସେ ଯେତେ ଜଲଦି ଏଠୁ ବାହାରିଯିବ ଆମ ପାଇଁ ସେତେ ଭଲ,’’ କହିଛନ୍ତି ସାତକୋଶିଆ ବାସିନ୍ଦା ସନାତନ ପ୍ରଧାନ ।
Published by:Anand Shankar Thankur Das
First published: