News18 Odia Digital
କଟକ: ବୁଧବାରଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା । ଡିସେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଚାରି ଦିନ ଧରି ପରୀକ୍ଷା ହେବା ହେବ । ପ୍ରଥମ ତିନି ଦିନ ଥିଓରୀ ପରୀକ୍ଷା ଦୁଇଟା ସିଟିଂରେ ହେବ ଏବଂ ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ ।
ଏହି ପରୀକ୍ଷା ପାଇଁ ରାଜ୍ୟରେ ମୋ’ଟ ୩,୦୯୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପ୍ରଶ୍ନ ପତ୍ର ଗଚ୍ଛିତ ରଖିବା ପାଇଁ ମୋ’ଟ ୩୧୧ଟି ନୋଡାଲ୍ ସେଣ୍ଟର୍ କରାଯାଇଛି । ଏହି ନୋଡାଲ୍ ସେଣ୍ଟରଗୁଡ଼ିକ ମଧ୍ୟରୁ ସୁରକ୍ଷା ଦୃଷ୍ଟିକୋଣରୁ ୨୨ଟିକୁ ଥାନା ଭିତରେ କରାଯାଇଛି । ମୋ’ଟ ୫ ଲକ୍ଷ ୭୬ ହଜାର ୨୨୩ ଜଣ ପରୀକ୍ଷାର୍ଥୀ ଏହି ସମେଟିଭ୍ ପରୀକ୍ଷା ଦେଉଛନ୍ତି ।
ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ
ବୁଧବାର ସକାଳ ସାଢେ ୮ଟା ବେଳେ ନୋଡାଲ୍ ସେଣ୍ଟରରୁ ପ୍ରଶ୍ନପତ୍ରଗୁଡ଼ିକ ପରୀକ୍ଷା କେନ୍ଦ୍ର ଗୁଡିକରେ ପହଞ୍ଚିବ । ସକାଳ ୧୦ଟା ବେଳେ ପ୍ରଥମ ସିଟିଂ ଆରମ୍ଭ ହେବ । ୧୧ଟା ବେଳେ ପ୍ରଥମ ସିଟିଂ ପରୀକ୍ଷା ଶେଷ ହେବା ପରେ ଗୋଟିଏ ଘଣ୍ଟାର ବ୍ୟବଧାନ ପରେ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ । ପ୍ରତି ବିଷୟ ପାଇଁ ଘଣ୍ଟାଏ ଲେଖାଏଁ ସମୟ ଦିଆଯାଉଥିବା ବେଳେ କେବଳ ଗଣିତ ବିଷୟ ପାଇଁ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ଦିଆଯିବ ।

ବୋର୍ଡ ସଭାପତି ରାମାଶିଷ ହାଜରା
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ସହ ପୂରା ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସାନିଟାଇଜ୍ କରାଯାଇଛି । ଏହା ପ୍ରତି ଦିନ କରାଯିବ । ତା’ ବ୍ୟତୀତ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ଶ୍ରେଣୀରେ ଅତି ବେଶୀରେ ୨୪ ଜଣ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ ବୋଲି କହିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ ।
ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ
କପି ରୋକିବା ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏଥି ପାଇଁ ମୋ’ଟ ୭୨ଟି ସ୍ବାର୍ଡ଼ କରାଯାଇଛି । ୪୦ଟି ସେଣ୍ଟ୍ରାଲ ସ୍ବାର୍ଡ଼ ବି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିୟମିତ ବ୍ୟବଧାନରେ ଗସ୍ତ କରିବେ । ଏହା ବ୍ୟତୀତ ପରୀକ୍ଷା ପରିଚାଳନା କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ପରିଚାଳନା କାର୍ଯ୍ୟକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ପରୀକ୍ଷା କେନ୍ଦ୍ରଗୁଡିକରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ପରୀକ୍ଷା କେନ୍ଦ୍ରର ସୁପରଟେଣ୍ଡେଣ୍ଟମାନେ କେବଳ ନିଜ ପାଖରେ ମୋବାଇଲ ଫୋନ ରଖି ପାରିବେ । କିନ୍ତୁ ପରୀକ୍ଷା ହଲ ଭିତରକୁ ଯିବା ପୂର୍ବରୁ ନିଜ ମୋବାଇଲ୍ ଫୋନକୁ ଲକ ର ରଖିବା ପାଇଁ ନିର୍ଦ୍ଦେଶ ଦେଇଛି ବୋର୍ଡ଼ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍ରେ ବସି ବୁଲୁଛି ଏ ଜାଗାରୁ ସେ ଜାଗା
‘‘ପରୀକ୍ଷା ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ପ୍ରଶ୍ନ ପତ୍ରଗୁଡ଼ିକ ନୋଡାଲ ସେଣ୍ଟରରେ ପହଞ୍ଚି ସାରିଛି । ପୂର୍ବରୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ପରୀକ୍ଷାକୁ ସଫଳତାର ସହ ପରିଚାଳନା କରାଯାଇଛି । ସମେଟିଭ୍ ପରୀକ୍ଷାକୁ ଅଧିକ ସ୍ବଚ୍ଛ କରିବା ପାଇଁ ନିଜ ସ୍କୁଲ୍ ବଦଳରେ ଅନ୍ୟ ସ୍କୁଲରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି,’’ କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ
ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯାଇ ବୋର୍ଡ ଚଳିତ ଶିକ୍ଷା ବର୍ଷରୁ ପ୍ରଥମ ଥର ଲାଗି ଫର୍ମେଟିଭ୍ ଓ ସମେଟିଭ୍ ପରୀକ୍ଷା ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ମେଧା ମୂ୍ଲ୍ୟାୟନ ପାଇଁ ବ୍ୟବସ୍ଥା କରିଛି । ବୁଧବାର ପ୍ରଥମ ସିଟିଂରେ ପ୍ରଥମ ଭାଷାର ପରୀକ୍ଷା ହେବାକୁ ଥିବା ବେଳେ ଦ୍ବିତୀୟ ସିଟିଂରେ ଗଣିତ ପାରୀକ୍ଷା ଅନୁଷ୍ଠିତ ହେବ । ଏହି ସମେଟିଭ୍ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀମାନେ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ସୁଦ୍ଧା ସବୁ ପରୀକ୍ଷାର୍ଥୀ ନିଜ ନିଜ ସ୍କୁଲକୁ ଆସି ଆଡମିଟ କାର୍ଡ ସଂଗ୍ରହ କରିସାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।