ଦାରିଙ୍ଗିବାଡ଼ିରୁ ବାଘ ଛାଲ ଜବତ; ୪ଲକ୍ଷ ଟଙ୍କାରେ ହୋଇଥିଲା ଡିଲ

କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ଥାନା ପଙ୍ଗାଳୀ ଗାଁ ନିକଟରୁ ଏକ କଲରାପତାରିଆ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍ । ଜବତ ବାଘ ଛାଲକୁ ଅଭିଯୁକ୍ତ ୪ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ ।

ଦାରିଙ୍ଗିବାଡ଼ିରୁ ବାଘ ଛାଲ ଜବତ (ପ୍ରତୀକାତ୍ମକ ଛବି)

ଦାରିଙ୍ଗିବାଡ଼ିରୁ ବାଘ ଛାଲ ଜବତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି  ଥାନା ପଙ୍ଗାଳୀ ଗାଁ ନିକଟରୁ ଏକ କଲରାପତାରିଆ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍ । ବାଘ ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରିଥିବା ବେଳେ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ନିକଟରୁ ଏକ ବାଘ ଛାଲ ଜବତ ହୋଇଛି । ଅଧିକ  ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ସଂସ୍ଥା ।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଦାରିଙ୍ଗିବାଡ଼ି ଅଞ୍ଚଳର ବିପିନି ନାୟକ । ଜବତ ବାଘ ଛାଲକୁ ଅଭିଯୁକ୍ତ ୪ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ବିଳମ୍ବିତ ରାତିରେ ବାଘ ଛାଲକୁ ଚାଲାଣ କରିବା ଯୋଜନା କରିଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ କୁହାଯାଇଛି ।

"ଜବତ ବାଘ ଛାଲ ଦାରିଙ୍ଗିବାଡ଼ି ଆଖପାଖ ଜଙ୍ଗଲରୁ ଶିକାରୀମାନେ ଶିକାର କରିଛନ୍ତି । ବାଘଟିକୁ ୪/୫ ମାସ ପୂର୍ବରୁ ଶିକାର କରାଯାଇଥିବା ସନ୍ଦେହ ହେଉଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ମଧ୍ୟସ୍ଥି । ତେଣୁ ଏମାନେ କାହା ପାଖରୁ ବାଘ ଛାଲ ଆଣିଲେ ଓ କାହାକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ, ସେନେଇ ଏବେ ତଦନ୍ତ ଚାଲୁଛି । ଯାହା ଜଣା ପଡୁଛି ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏଭଳି କାରବାରରେ ଲିପ୍ତ ଥାଇ ପାରନ୍ତି।  ତେଣୁ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ," କହିଛନ୍ତି ଏସ.ଟି.ଏଫ ଏସ.ପି ତେଜରାଜ ପଟେଲ ।

ବର୍ଷ ଆରମ୍ଭରୁ ବାଘ ଛାଲ ସ୍ମଗଲର ସକ୍ରିୟ ହେବା ତଦନ୍ତକାରୀ ଟିମ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ପୂର୍ଵ ବର୍ଷ ଭଳି ଲଗାତର ଭାବେ ବାଘ ଛାଲ ଚୋରା ଚାଲାଣ ଉପରେ ରୋକ ଲଗାଇବାକୁ ଯୋଜନା କରିଛି ଏସଟିଏଫ । ତେବେ ତଦନ୍ତ ବେଳେ ଜଣା ପଡ଼ିଛି ଅଭିଯୁକ୍ତ ରାଜ୍ୟ ବାହାରକୁ ବାଘ ଛାଲକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ମୋଟା ଅଙ୍କର ଟଙ୍କା ମଧ୍ୟ ଡିଲ ହୋଇଥିଲା । ବାଘ ଛାଲ ଡିଲ ଖବର ପୂର୍ବରୁ ପାଇଥିବା ବେଳେ ଶନିବାର ରାତିରେ ଯଥା ସ୍ଥାନରେ ଆଗୁଆ ଯାଇ ଯଥା ସ୍ଥାନରେ ଛକି ବସିଥିଲା ।

ଏସ.ଟି.ଏଫ ଏସ.ପି ଶ୍ରୀ ପଟେଲ କହିଛନ୍ତି, "୨୦୨୦ ମସିହା ପହିଲାରୁ ବନ୍ୟଜନ୍ତୁ ଚୋରା ଚାଲାଣ ରାକେଟକୁ ନେଇ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରାଯାଇଛି । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ଟି ବାଘ ଛାଲ, ୧୫ଟି ହାତିଦାନ୍ତ, ୭ଟି ହରିଣ ଛାଲ, ୧୨ଟି ଜୀବନ୍ତ ବଜ୍ରକାପ୍ତା , ୨୩ କିଲୋ ବଜ୍ରକାପ୍ତା କାତି , ୨୯ ଟି ବାଘ ନଖ ସାଙ୍ଗକୁ ୬୪ ଜଣ ଅଭିଯୁକ୍ତ ଗିରଫ କରି ଜେଲ ପଠାଯାଇଛି । ଆଗକୁ ଏହି ଅପରେସନ ଆହୁରି ଜୋରଦାର କରାଯିବ" ।
Published by:Soumya Das
First published: