ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ମିଳୁନାହିଁ ପତ୍ତା

କିଛି ମାସ ହେବ କ୍ୟାମେରା ଟ୍ରାପରେ ବାଘୁଣୀର ଫଟୋ ମିଳିନାହିଁ। ସେ ଅଞ୍ଚଳରେ ଅଛି କି ନାହିଁ କ୍ୟାମେରାରେ କ୍ୟାପଚର୍ ମଧ୍ୟ ହୋଇନାହିଁ।

ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ମିଳୁନାହିଁ ପତ୍ତା

ସାତକୋଶିଆରେ ଥିବା ଏକମାତ୍ର ବାଘୁଣୀର ଦୀର୍ଘ ୬ ମାସ ହେବ ମିଳୁନାହିଁ ପତ୍ତା

  • Share this:
News18 Odia Digital

ଭବୁନେଶ୍ବର: ସାତକୋଶିଆରେ ବାଘ ନିଖୋଜ ଘଟଣାରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସାତକୋଶିଆରେ ମାତ୍ର ଗୋଟିଏ ବାଘୁଣୀ ଥିଲା। ତା'ର ବୟସ ୧୫। ହେଲେ କିଛି ମାସ ହେବ କ୍ୟାମେରା ଟ୍ରାପରେ ବାଘୁଣୀର ଫଟୋ ମିଳିନାହିଁ। ସେ ଅଞ୍ଚଳରେ ଅଛି କି ନାହିଁ କ୍ୟାମେରାରେ କ୍ୟାପଚର୍ ମଧ୍ୟ ହୋଇନାହିଁ।

ଥଣ୍ଡା ଦିନେ ବାଘୁଣୀ ଅନ୍ୟ ବାଘ ସହ ମିଶିବା ପାଇଁ ସ୍ଥାନ ପରିବର୍ତ୍ତନ କରିଥାଏ। ଅନ୍ୟ ଜଙ୍ଗଲକୁ ଯାଇଛି କି ନାହିଁ ଖୋଜା ଚାଲିଛି। ବାଘୁଣୀର ପାଦ ଚିହ୍ନ ଓ ସମ୍ବର ଶିକାରରୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି ବୋଲି ଏଭଳି କହିଛନ୍ତି ପିସିସିଏଫ ଶଶି ପଲ୍। ସେପଟେ ରାଜ୍ୟରେ ମାତିଛନ୍ତି ବନ ମାଫିଆ। ବନ ମାଫିଆଙ୍କ କାରନାମା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ବାହାର ରାଜ୍ୟରୁ ବେଆଇନ ଭାବେ ହାତୀ ଆଣିବାକୁ ଯୋଜନା କରୁଛନ୍ତି ଏମାନେ। ଏଥିପାଇଁ ବନ ବିଭାଗ ନାଁରେ ତିଆରି କରାଯାଉଛି ଫେକ୍ ଏନଓସି। ଆସାମ ଓ ଗୁଜରାଟରୁ ୭ଟି ହାତୀ ଆଣିବା ପାଇଁ ସବୁ ପ୍ଲାନ୍ ସରିଥିବା କହିଛନ୍ତି ପିସିସିଏଫ୍। ଏହି ବଡ଼ ରାକେଟ୍ ସମ୍ପର୍କରେ ସବୁ ରାଜ୍ୟର ପିସିସିଏଫଙ୍କୁ ସତର୍କ କରାଇ ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍।

ସେପଟେ ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଏକ ଜଙ୍ଗଲରେ ଶିକାରୀ ଫାସରେ ପଡ଼ିଥିବା କଲରାପତରିଆ ବାଘକୁ ଉଦ୍ଧାର କରିଛି ବନ ବିଭାଗ। ସଙ୍କଟରେ ବନ୍ୟପ୍ରାଣୀ। ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ହାତୀ ଆଉ ବାଘ। ରାଜ୍ୟରେ ବଢ଼ି ଚାଲିଛି ଅବାଧ ହାତୀ ଶିକାର। ବାଘକୁ ବି ଛାଡୁନାହାଁନ୍ତି ଶିକାରୀ।

ସବୁଠାରୁ ସାଙ୍ଘାତିକ ତଥ୍ୟ ହେଲା, ହାତୀ ହେଉଛି ଚୋରା ଚାଲାଣ। ମାନେ ବାହାର ରାଜ୍ୟରୁ ବେଆଇନ ଭାବେ ହାତୀ ଆଣିବା ପାଇଁ ଯୋଜନା କରାଯାଉଛି। ଏହା ପଛରେ କାମ କରୁଛି ଏକ ବଡ଼ ରାକେଟ୍। ଏହାର ସୂଚନା ଦେଇଛନ୍ତି ବନ ବିଭାଗର ମୁଖ୍ୟ ତଥା ପିସିସିଏଫ୍ ଶଶୀ ପଲ୍।

ପିସିସିଏଫ୍ କହିଛନ୍ତି ଯେ ବନ ବିଭାଗ ନାଁରେ ଫେକ୍ ଏନଓସି ପ୍ରସ୍ତୁତ କରି ଅନ୍ୟ ରାଜ୍ୟରୁ ହାତୀ ଚାଲାଣ ପାଇଁ ଯୋଜନା କରୁଛନ୍ତି ବନ ମାଫିଆଙ୍କ ରାକେଟ୍। ଆସାମରୁ ଗୋଟିଏ ଓ ଗୁଜରାଟରୁ ୬ଟି ହାତୀ କୋରାପୁଟ ଆଣିବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି।

ଏଥିପାଇଁ ଆସାମ ବନ ବିଭାଗକୁ ଦିଆଯାଇଥିଲା ଫେକ୍ ଏନଓସି। ଏହି ସାଙ୍ଘାତିକ କାରବାର ଜଣାପଡ଼ିବା ପରେ ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସହ ସବୁ ରାଜ୍ୟର ପିସିସିଏଫଙ୍କୁ ଆଲର୍ଟ କରାଯାଇଥିବା କହିଛନ୍ତି ପିସିସିଏଫ୍ ଶଶୀ ପଲ୍। କିଛି ଦିନ ତଳେ କଟକ ଜିଲ୍ଲା ବଡ଼ମ୍ବାରୁ ହାତୀ କଙ୍କାଳ ମିଳିଥିଲା। ଏହି ଘଟଣାରେ ଅସାଧୁ ବନ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଗଠିତ ଏସଆଇଟି ଏହାର ଛାନଭିନ କରୁଛି। ଫେରାର ହୋଇଯାଇଥିବା ଜଣେ ଫରେଷ୍ଟରଙ୍କୁ ଗିରଫ କରାଯାଇଛି। ସେହିପରି ନରସିଂହପୁର ଜଙ୍ଗଲରେ ଗୁଳି କରି ହାତୀର ମୃତ୍ୟୁ ଘଟଣାରେ ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଖୁବ୍ ଶୀଘ୍ର ଆଉ ଜଣଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପିସିସିଏଫ୍। ଗୋଟିଏ ପଟେ ହାତୀ, ଆଉ ଗୋଟିଏ ପଟେ ବାଘ। ସମସ୍ତେ ଫସୁଛନ୍ତି ଶିକାରୀଙ୍କ ଫାସରେ।

ସୋମବାର ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଧୀନରେ ଥିବା ଗୋପାଳପୁର ଗାଁ ପାଖ ଜଙ୍ଗଲରେ କଲରାପତରିଆ ବାଘ ଶିକାରୀ ଫାଶରେ ପଡ଼ି ଛଟପଟ ହେଉଥିଲା। ଖବର ପାଇ ପହଞ୍ଚିଥିଲେ ସାତକୋଶିଆ ଡିଏଫଓ, ଏସିଏଫ, ରେଞ୍ଜ ଅଫିସର ଓ ଅନ୍ୟ ବନ କର୍ମଚାରୀ। ପ୍ରାଣୀ ଚିକିତ୍ସକ ସମ୍ବଲପୁର ହାତୀ ଚିକିତ୍ସା ପାଇଁ ଯାଇଥିବାରୁ ତାଙ୍କୁ ଅପେକ୍ଷା କରାଯାଇଥିଲା। ଏପଟେ ବାଘ ଫସିଥିବା ଆଖପାଖକୁ ଜାଲରେ ଘେରାଯାଇଥିଲା। ଫସିଥିବା ବାଘ ଉପରେ ପାଣି ସିଞ୍ଚନ କରାଯିବା ସହ ପ୍ରାଣୀ ଚିକିତ୍ସକ ଟ୍ରାଙ୍କୁଲାଇଜ କରିଥିଲେ। ଏହାପରେ ବାଘକୁ କାବୁ କରି ଯନ୍ତା ଭିତରେ ପୂରାଇ ହାତିବାହୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

ଏହା ଏକ ବାଘୁଣୀ, ତାର ବୟସ ୩ ବର୍ଷ ହେବ ବୋଲି ବନ ବିଭାଗ କହିଛି। ବାଘୁଣୀ ଗୋଡ଼ ଲାଖି ଯାଇଥିଲା ଶିକାରୀ ଫାଶରେ। ଯଦି ବେକ ଫସି ଥାଆନ୍ତା, ତେବେ ମରଣ ମୁହଁକୁ ଠେଲି ହୋଇଯାଇଥାଆନ୍ତା ବାଘୁଣୀ। ସେପଟେ ଗାଁ ଆଖପାଖରେ ବାଘ ବୁଲିବା ଘଟଣା ଲୋକଙ୍କୁ ଆତଙ୍କିତ କରିଛି। ଶିକାରୀଙ୍କ କବଳରୁ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ କଡ଼ାକଡ଼ି ପାଟ୍ରୋଲିଂ ପାଇଁ ନିଷ୍ପତ୍ତି ନେଇଛି।
Published by:Lipina Das
First published: