ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର; ନନ୍ଦନକାନନର ବାଘୁଣୀ ବିଜୟାର ମୃତ୍ୟୁ

ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଆଜି ନନ୍ଦନକାନନରେ ରହୁଥିବା ବାଘୁଣୀ ବିଜୟା ମୃତ୍ୟୁବରଣ କରିଛି ।

ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର; ନନ୍ଦନକାନନର ବାଘୁଣୀ ବିଜୟାର ମୃତ୍ୟୁ

ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର; ନନ୍ଦନକାନନର ବାଘୁଣୀ ବିଜୟାର ମୃତ୍ୟୁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଆଜି ନନ୍ଦନକାନନରେ ରହୁଥିବା ବାଘୁଣୀ ବିଜୟା ମୃତ୍ୟୁବରଣ କରିଛି । କିଛିଦିନ ହେବ ସେ ରୋଗାକ୍ରାନ୍ତ ହୋଇଥିଲା ପରେ ନନ୍ଦନକାନନ ଏବଂ ଓୟୁଏଟିର ସ୍ଵତନ୍ତ୍ର ଡାକ୍ତରୀ ଟିମ ବିଜୟାର ଚିକିତ୍ସା କରିବା ସହ ଯତ୍ନ ନେଉଥିଲେ । କିନ୍ତୁ ଏସବୁ ସତ୍ତ୍ୱେ ଆଜି ବାଘୁଣୀ ବିଜୟାର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ, ଅକ୍ଟୋବର ୯ତାରିଖ ଦିନ ହଠାତ ଅସୁସ୍ଥ ହୋଇପଡିଥିଲା ବାଘୁଣୀ । ପରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା । ଏକ କୋଠରୀ ଭିତରେ ବାଘୁଣୀର ସମସ୍ତ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମେଡିସିନ ଦିଆଯାଇଥିଲା । କିନ୍ତୁ ତାହା କୌଣସୀ ପ୍ରଭାବ ପଡିଲାନି । ମୃତ୍ୟୁ ବେଳକୁ ବାଘୁଣୀଟିର ବୟସ ୧୨ ବର୍ଷ ହୋଇଥିବା ନନ୍ଦନକାନନ ପକ୍ଷରୁ କୁହାଯାଇଛି । ସ୍ୱାସ୍ଥ୍ୟ ଖରାପ ହେବା ପୂର୍ବରୁ ବାଘୁଣୀ ୩ଟି ପିଲା ଜନ୍ମ କରିଥିଲା ।

ବର୍ତ୍ତମାନ ବାଘୁଣୀର ଶବ ବ୍ୟବଚ୍ଛେଦ ପାଇଁ ପଠଯାଇଥିବା ଖବର ମିଳିଛି । ରିପୋର୍ଟରୁ ଜଣା ପଡିବ ପ୍ରକୃତରେ କେଉଁ କାରଣରୁ ତାର ମୃତ୍ୟୁ ଘଟିଛି । ଏବେ ନନ୍ଦନକାନନରେ ସମୁଦାୟ ୨୫ଟି ବାଘ ଅଛନ୍ତି ।
Published by:Soubhagya Mishra
First published: