ବାରବାଟୀ ଟି-20 ପାଇଁ ୯ ତାରିଖରୁ ହେବ ଟିକେଟ ବିକ୍ରି; ପ୍ରସ୍ତୁତି ଆରମ୍ଭ କରିଛି ଓସିଏ

ବାରବାଟୀ ଟି-20 ମ୍ୟାଚ ପାଇଁ ଆସନ୍ତା ୯ ତାରିଖରୁ ହେବ ଟିକେଟ ବିକ୍ରି । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟକୁ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି କରାଯିବ ।

ଓସିଏ ସମ୍ପାଦକ ସଞ୍ଜୟ ବେହେରା

ଓସିଏ ସମ୍ପାଦକ ସଞ୍ଜୟ ବେହେରା

  • Share this:
News18 Odia Digital

କଟକ: ବାରବାଟୀ ଟି-20 ମ୍ୟାଚ ପାଇଁ ଆସନ୍ତା ୯ ତାରିଖରୁ ହେବ ଟିକେଟ ବିକ୍ରି । ସର୍ବସାଧରଣଙ୍କ ପାଇଁ ପ୍ରାୟ ୧୨ ହଜାର ଟିକେଟକୁ ଷ୍ଟାଡିୟମ ପରିସରରେ ଥିବା ଟିକେଟ କାଉଣ୍ଟର ଏହି ଟିକେଟ ବିକ୍ରି କରାଯିବ । ଏଥିପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଲାଣି ଓସିଏ ।

ଟିକେଟ ବିକ୍ରି ପାଇଁ ଷ୍ଟାଡିୟମ ପରିସରରେ ଥିବା ଦୁଇଟି କାଉଣ୍ଟର ସହ ନୂଆ କରି ଅସ୍ଥାୟୀ ଭାବେ ଆଉ ୫ଟି ଟିକେଟ କାଉଣ୍ଟର କରାଯିବ । ଫଳସ୍ବରୂପ ଟିକେଟ କାଉଣ୍ଟର ସଂଖ୍ୟା ୭କୁ ବୃଦ୍ଧି ପାଇବ । ପ୍ରତି ଦର୍ଶକଙ୍କୁ ଅତି ବେଶୀରେ ଦୁଇଟା କରି ଟିକେଟ ବିକ୍ରି କରାଯିବାକୁ ଥିବା ବେଳେ ଟିକେଟ କିଣିବା ସମୟରେ ଦର୍ଶକଙ୍କୁ ନିଜର ଫଟୋ ପରିଚୟ ପତ୍ର ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

"କାଉଣ୍ଟର ସେଲ ପାଇଁ ଆମେ ୧୨ହଜାର ଟିକେଟ ବିକ୍ରିର ବ୍ୟବସ୍ଥା କରିଛୁ । ସକାଳ ୯ଟା ବେଳୁ ଟିକେଟ ବିକ୍ରି ଆରମ୍ଭ ହୋଇ କାଉଣ୍ଟରରେ ଶେଷ ଟିକେଟ ଥିବା ପର୍ଯ୍ୟନ୍ତ ବିକ୍ରି ଜାରି ରହିବ । ଟିକେଟ ବିକ୍ରି ବ୍ୟବସ୍ଥା ଯେମିତି ଶୃଙ୍ଖଳିତ ଭାବେ ସମ୍ପାଦନ ହେବ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେଇଛୁ," କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା  ।

ସେପଟେ ଟିକେଟ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନିଜ ପ୍ରସ୍ତୁତି ଶେଷ କରି ସାରିଛି କମିଶନେରେଟ ପୋଲିସ । ଟିକେଟ ବିକ୍ରି ସମୟରେ ଷ୍ଟାଡିୟମ ପରିସରେରେ ପ୍ରାୟ ୧୦ ପ୍ଲାଟୁନ ଫୋର୍ସଙ୍କୁ ନିୟୋଜିତ କରାଯିବ। ବିଶେଷ କରି ଶୃଙ୍ଖଳିତ ଟିକେଟ ବିକ୍ରି ପୋଲିସର ମୁଖ୍ୟ ଲକ୍ଷ୍ୟ ଥିବା ବେଳେ ଟିକେଟ କଳାବଜାରୀ ଓ ଜାଲିଆତି ଯେପରି ହୁଏ ସେଥିପ୍ରତି ମଧ୍ୟ ପୋଲିସ ଦୃଷ୍ଟି ଦିଆଯିବ। ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପୂର୍ବଦିନ ରାତିରୁ କାଉଣ୍ଟର ଆଗରେ ଦର୍ଶକମାନେ ଭିଡ଼ ଜମାଇବା ଦେଖାଯାଇଥାଏ । ତେବେ ଏପରି ନ କରିବା ପାଇଁ କ୍ରିକେଟ ପ୍ରେମୀମାନଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି ।

"ଟିକେଟ କିଣିବା ପାଇଁ ବହୁସଂଖ୍ୟକ ଦର୍ଶକ ଷ୍ଟାଡ଼ିୟମ ପରିସରରେ ଭିଡ଼ ଜମାଇବେ। ଏହାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।  ଟିକେଟ ବିକ୍ରି ସହ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯିବ,"କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ବାରବାଟୀ ଷ୍ଟାଡିୟମରେ ୪୪୨୩୨ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ଏଥର ୧୮ ପ୍ରତିଶତ GST ସହ ଟିକେଟ ଦର ବୃଦ୍ଧି ହୋଇଛି। ଗ୍ୟାଲେରୀ ନମ୍ବର ୧,୩ ଓ ୫  ପାଇଁ ଟିକେଟ ଦର ୯୦୦ ଟଙ୍କା ରଖାଯାଇଥିବା ବେଳେ, ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ଟିକେଟ ଦର ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ଗ୍ୟାଲେରୀ ନମ୍ବର ୭ ର ଟିକେଟ ଦର ୬୦୦ ଟଙ୍କା, କେବଳ ଖେଳାଳିଙ୍କ ପାଇଁ ଉଦିଷ୍ଟ ଥିବା ଗ୍ୟାଲେରୀ ନମ୍ବର ୬ ର ଟିକେଟ ଦର ୩୦୦ ଟଙ୍କା  , ସ୍ପେଶାଲ ଏନକ୍ଲୋଜର ପାଇଁ ୫ ହଜାର ଟଙ୍କା, AC ବକ୍ସ ପାଇଁ ୭ ହଜାର ଟଙ୍କା, ନ୍ୟୁ ପାଭିଲିଅନ ପାଇଁ ୮ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ୧୨ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି।
Published by:Soumya Das
First published: