ଯୋଗ ବଳ ଓ ଆଧ୍ୟାତ୍ମିକତାର ପ୍ରୟୋଗରେ ହୋଇପାରିବ ଚାଷ ଓ ଚାଷୀଙ୍କ ସାମଗ୍ରିକ ବିକାଶ

ଯୌଗିକ କୃଷି ପଦ୍ଧତି ଦ୍ୱାରା ଚାଷ ଜନିତ ଋଣ ବୋଝ ଓ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟା ହୋଇପାରିବ ଦୂର। ଏଥି ପାଇଁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି ଜୈବିକ ଚାଷ ସହ ଯୌଗିକ ଚାଷ ପଦ୍ଧତି।

ଯୋଗ ବଳ ଓ ଆଧ୍ୟାତ୍ମିକତାର ପ୍ରୟୋଗରେ ହୋଇପାରିବ ଚାଷ ଓ ଚାଷୀଙ୍କ ସାମଗ୍ରିକ ବିକାଶ

ଯୋଗ ବଳ ଓ ଆଧ୍ୟାତ୍ମିକତାର ପ୍ରୟୋଗରେ ହୋଇପାରିବ ଚାଷ ଓ ଚାଷୀଙ୍କ ସାମଗ୍ରିକ ବିକାଶ

  • Share this:
News18 Odia Digital

କଟକ: କଥାରେ ଅଛି ଯେପରି ଅନ୍ନ ସେପରି ମନ। ଆଉ ଯେପରି ମନ ସେପରି ଶରୀର। ଅର୍ଥାତ ଖାଦ୍ୟର ପ୍ରଭାବ ଉଭୟ ମନ ଓ ଶରୀର ଉପରେ ପଡ଼ିଥାଏ। ତେଣୁ ଖାଦ୍ୟଶସ୍ୟର ଉତ୍ପାଦନକୁ ସଠିକ ମାର୍ଗରେ କରିବା ପାଇଁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି ଜୈବିକ ଚାଷ ସହ ଯୌଗିକ ଚାଷ ପଦ୍ଧତି। ଯୋଗ ଦ୍ୱାରା ପରମାତ୍ମାଙ୍କ ଶକ୍ତି ଓ ପ୍ରକମ୍ପନ ଯୋଗୁଁ ଖାଦ୍ୟଶସ୍ୟ ସାତ୍ଵିକ ଓ ପୁଷ୍ଟିକର ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ପ୍ରାଚୀନ ସମୟରେ ଯେଉଁ କୃଷି କାର୍ଯ୍ୟ କରାଯାଉଥିଲା, ସେଥିରେ କୃଷକ ନିଜର ପବିତ୍ର ବିଚାର ମାଧ୍ୟମରେ ପୂଜାର୍ଚ୍ଚନା କରି ନିଜର କ୍ଷେତରେ ମଞ୍ଜି ବୁଣୁଥିଲା। ଆଉ ଭଲ ଫସଲ ମଧ୍ୟ ଉତ୍ପାଦନ କରୁଥିଲା। କିନ୍ତୁ ସମୟ ବଦଳିବା ସହ ଚାଷ କରିବାର ପଦ୍ଧତି ମଧ୍ୟ ବଦଳିଗଲା। ମହଙ୍ଗା ସାର ଓ କୀଟନାଶକ ଔଷଧ ବ୍ୟବହାର କଲା। ଯାହାର ଖରାପ ପ୍ରଭାବ ମନୁଷ୍ୟଙ୍କ ଉପରେ ପଡ଼ିବା ସହ ଖାଦ୍ୟଶସ୍ୟର ପୌଷ୍ଟିକତା ଗୁଣକୁ ମଧ୍ୟ ନଷ୍ଟ କରିଦେଲା। ଏ ନେଇ ମାଉଣ୍ଟଆବୁରେ ଥିବା ମୁଖ୍ୟାଳୟ ଠାରୁ ଆରମ୍ଭ କରି କଟକ ବ୍ରହ୍ମକୁମାରୀ ଆଶ୍ରମରେ ସବୁଠି ଏହି ଯୌଗିକ କୃଷିର ସଫଳ ପରୀକ୍ଷଣ ମଧ୍ୟ ହୋଇଛି।

ଏପରିକି ଉତ୍ତରାଖଣ୍ଡର ପନ୍ତନଗର କୃଷି ଵିଶ୍ବଵିଦ୍ୟାଳୟ ସମେତ ଭାରତର କିଛି କୃଷି ଵିଶ୍ବଵିଦ୍ୟାଳୟ ଏହି ଆଧ୍ୟାତ୍ମିକ କୃଷି ଵା ଯୋଗ ସହିତ କୃଷି ପଦ୍ଧତିକୁ ଆପଣେଇ ଥିବା କହିଛନ୍ତି ଵ୍ରହ୍ମକୁମାରୀ ସଂସ୍ଥାର କୃଷି ଓ ଗ୍ରାମ ଵିକାଶ ଅଭିଯାନର ଅଧ୍ୟକ୍ଷା। ଏପରି ପଦ୍ଧତି ଆପଣେଇଲେ ଚାଷୀ ଭାଇଟିଏ ସହଜରେ ଵାଧା ଵିଘ୍ନକୁ ସାମ୍ନା କରିପାରିବ ଓ ଚାଷୀ ଆତ୍ମହତ୍ୟା ଭଳି ଘଟଣା ଆଶାତୀତ ଭାବେ କମିବା ସହ ଚାଷ ପଦ୍ଧତିରେ ଆମର ପ୍ରାଚୀନ ପରମ୍ପରାରେ ଯୋଗକୁ ଯୋଡ଼ିଲେ ଉତ୍ପାଦନରେ ଚମତ୍କାର ପ୍ରଭାବ ପଡୁଛି ଵୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୃଷି ଓ ଗ୍ରାମୀଣ ବିକାଶ ଅଧକ୍ଷା ବ୍ରହ୍ମକୁମାରୀ ସରଳା ଦିଦି।

ଆଜିକାଲି ସାରା ବିଶ୍ୱରେ ଖାଦ୍ୟ ଶସ୍ୟର ଉତ୍ପାଦନ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର କରାଯାଉଛି। ଯାହାଫଳରେ ଖାଦ୍ୟ ଶସ୍ୟର ପୌଷ୍ଟିକତା କମିଯାଉଛି ଓ ତାହା ପ୍ରଭାବରେ ମଣିଷ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ମଧ୍ୟ କମିଯାଉଛି। ଯୌଗିକ କୃଷି ପଦ୍ଧତିରେ ମଞ୍ଜି ଵୁଣିଵାଠୁ ଆରମ୍ଭ କରି ଏହା ଅଙ୍କୁରିତ ହେଵା ଓ ଗଛ ହେଵା ପ୍ରକ୍ରିୟାରେ ଯାହା ସଵୁ କାମ କରିଵାକୁ ପଡ଼େ,ସେ ସମୟରେ ମଞି,ମାଟି,ଗଛ ଆଦିକୁ ସକାରାତ୍ମକ ଭାଵନା ଦେଲେ, ଈଶ୍ବରୀୟ ଚିନ୍ତା ଓ ଚେତନା ନେଇ ଚାଷ କାମ କଲେ ଉତ୍ପାଦନ ସମ୍ପୂର୍ଣ୍ଣ ସାତ୍ତ୍ଵିକ ହୋଇଥାଏ।

ଏହା ସହ ଏଭଳି ନିରନ୍ତର ଭାବେ ଚାଷ କଲେ ଚାଷୀର ମାନସିକ ଓ ଶାରିରୀକ ପରିଵର୍ତ୍ତନ ସହ ସାମାଜିକ ଓ ଆର୍ଥିକ ପରିଵର୍ତ୍ତନ ମଧ୍ୟ ହୋଇଥାଏ। ତେବେ ଆଶ୍ରମ ପରିସରରେ ବିଭିନ୍ନ ଫୁଲ, ଫଳ ଓ ପନିପରିବାରେ ଏହାର ପରୀକ୍ଷଣ କରାଯାଇ ସଫଳତା ହାସଲ କରାଯାଇଛି ବୋଲି କହିଛନ୍ତି ଝାଞ୍ଜିରି ମଙ୍ଗଳା ଆଶ୍ରମ କୃଷି ବିଭାଗ ଅଧିକାରୀ ବ୍ରହ୍ମକୁମାରୀ ଦିଗାମ୍ବର ବରାଳ।

ନୂଆ ଯୁଗ ପାଇଁ ନୂଆ ପ୍ରଚେଷ୍ଟା ଭାରତର କୋଣ ଅନୁକୋଣରେ ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ଶାରୀରିକ, ଆର୍ଥିକ ଅବସ୍ଥା ସୁଦୃଢ଼ ହେବ ବୋଲି ରହିଛି ଆଶା।
Published by:Lipina Das
First published: