ତ୍ରିକୋଣୀୟ ପ୍ରେମ! ରାସ୍ତା ଉପରେ ଧସ୍ତାଧସ୍ତି ହେଲେ ୩ ଯୁବକ ଯୁବତୀ

ରାଜଧାନୀର ଡମଣା ଅଞ୍ଚଳରେ ଏକ ହାଇପ୍ରୋଫାଇଲ ହାଇଡ୍ରାମା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ନେଇ ଦୁଇଜଣ ଯୁବକଙ୍କ ମଧ୍ୟରେ ବଡ଼ିଆବାଡ଼ି ହେଉଥିବାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଭାଇରଲ ହେଉଛି ।

ରାସ୍ତା ଉପରେ ତିନି ଜଣ ଯୁବକ ଯୁବତୀ ଧସ୍ତାଧସ୍ତି ହେଉଛନ୍ତି (ପ୍ରତୀକାତ୍ମକ ଛବି)

ରାସ୍ତା ଉପରେ ତିନି ଜଣ ଯୁବକ ଯୁବତୀ ଧସ୍ତାଧସ୍ତି ହେଉଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀର ଡମଣା ଅଞ୍ଚଳରେ ଏକ ହାଇପ୍ରୋଫାଇଲ ହାଇଡ୍ରାମା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ନେଇ ଦୁଇଜଣ ଯୁବକଙ୍କ ମଧ୍ୟରେ ବଡ଼ିଆବାଡ଼ି ହେଉଥିବାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଭାଇରଲ ହେଉଛି । ଭିଡିଓଟି ରବିବାର ସନ୍ଧ୍ୟାର ବୋଲି ଜଣା ପଡ଼ିଛି । ହେଲେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି  ।

ରବିବାର ସନ୍ଧ୍ୟା ପ୍ରାୟ ୫ଟା । ଭୁବନେଶ୍ୱର ଡମଣା ଛକ ନିକଟରେ ଜଣେ ଯୁବତୀ ଛିଡା ହୋଇଥିବା ବେଳେ ତାଙ୍କ ପାଖକୁ ଧଳା ରଙ୍ଗର ଏକ ସାର୍ଟ ପିନ୍ଧି ଆସିଥିଲେ ଜଣେ ଯୁବକ । ପରେ ଉଭୟଙ୍କ ମଧ୍ୟରେ କିଛି ପାଇଁ ବଚସା ହୋଇଥିଲା । ଠିକ ଏହି ସମୟରେ ଘଟଣା ସ୍ଥଳରେ ଆଉ ଜଣେ ଯୁବକ ପହଞ୍ଚିଥିଲେ । ତିନିଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ବଚସା ହେବା ପରେ ହତାହାତି ବି ହୋଇଥିଲେ ।

ରାସ୍ତାରେ ଯାଉଥିବା ଲୋକେ ତିନି ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ । ସେତେବେଳକୁ ଧଳା ସାର୍ଟ ପିନ୍ଧିଥିବା ଯୁବକ ଜଣଙ୍କର ମୁଣ୍ଡରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଯୁବକ ଜଣଙ୍କ ଏକ ଷ୍ଟିଲର ରଡ଼ରେ ଧଳା ସାର୍ଟ ପିନ୍ଧିଥିବା ଯୁବକର ମୁଣ୍ଡକୁ ଆକ୍ରମଣ କରିଥିଲା । କିଛି ସମୟ ପରେ ତିନି ଜଣଙ୍କୁ ଉଦ୍ଧାର କରିବା ପରେ ଧଳା ସାର୍ଟ ପିନ୍ଧିଥିବା ଯୁବକ ପଳାଇଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କେହି ପୋଲିସକୁ ଖବର ଦେଇଥିଲ । ପୋଲିସ ଆସିବା ପୂର୍ବରୁ ଘଟଣା ସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିଲେ ।

ଘଟଣା ସମ୍ପର୍କରେ news18 ପ୍ରତିନିଧି ଚନ୍ଦ୍ରଶେଖରପୁର ଥାନା ସହ ଯୋଗାଯୋଗ କରିଥିଲେ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନି । ଖବର ପାଇ ପୋଲିସ ଟିମ ଗଲା ବେଳକୁ ସମସ୍ତେ ଘଟଣା ସ୍ଥଳରୁ ପଳାଇଥିଲେ । ତେଣୁ ଯେଉଁମାନେ ଘଟଣା ବାବଦରେ ଜାଣିଥିଲେ, ସେମାନକୁ ପଚରାଉଚରା କରାଯାଇଛି । ଛକ ନିକଟରେ ଲାଗିଥିବା ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି।
Published by:Soumya Das
First published: