୨୦୨୦ ପାଇଁ ୩ ମୁଖ୍ୟ ରାଜନୈତିକ ଦଳର ଏଜେଣ୍ଡା ପ୍ରସ୍ତୁତ; ଲୋକଙ୍କ ନିକଟତର ହେବାକୁ ରଣନୀତି ନିର୍ଦ୍ଧାରିତ

ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଦେଲେଣି ରଣନୀତି । ବିଜେଡିକୁ ଏଥର ପୌର ନିର୍ବାଚ଼ନରେ କଡ଼ା ଜବାବ ଦେବାକୁ ସଜବାଜ ହେଉଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

୨୦୨୦ ପାଇଁ ୩ ମୁଖ୍ୟ ରାଜନୈତିକ ଦଳର ଏଜେଣ୍ଡା ପ୍ରସ୍ତୁତ; ଲୋକଙ୍କ ନିକଟତର ହେବାକୁ ରଣନୀତି ନିର୍ଦ୍ଧାରିତ
ପାରମ୍ପରିକ ପ୍ରକ୍ରିୟା, ଦୂରକୁ ନଜର
  • News18 Odia
  • Last Updated: January 2, 2020, 11:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
 

News18 Odia Digital

ଭୁବନେଶ୍ବର: ବର୍ଷ ୨୦୨୦ ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । କିଭଳି ଲୋକଙ୍କ ନିକଟତର ହେବେ, ଲୋକଙ୍କ ଆସ୍ଥାଭାଜନ ହେବେ ସେନେଇ ରଣନୀତି ବି ନିଦ୍ଧାରଣ କରିଛନ୍ତି । ବର୍ଷ ୨୦୧୯ ନିର୍ବାଚନ ବର୍ଷ ରହିଥିବାରୁ ତାର ଅଭିଜ୍ଞତାକୁ ନେଇ ସ୍ଥିର ହୋଇଛି ଏଜେଣ୍ଡା ୨୦୨୦ ।

ବିଜୁ ଜନତା ଦଳ ୫ ଥର କ୍ଷମତାକୁ ଆସି ନିଜର ସାମର୍ଥ୍ୟକୁ ବେଶ୍ ସୁଦୃଢ଼ କରିପାରିଛି । ତଥାପି ଆଗାମୀ ପୌର ନିର୍ବାଚନ ସମେତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିଜ ସପକ୍ଷରେ ନେବା ପାଇଁ ବିଜେଡି ତାର ଏଜେଣ୍ଡାରେ ସ୍ଥାନ ଦେଇଛି । ଦଳ ପ୍ରତି ଲୋକଙ୍କ ବିଶ୍ବସନୀୟତା କିଭଳି ବଜାୟ ରହିବ ତାକୁ ଏଜେଣ୍ଡାରେ ସର୍ବାଧିକ ଗୁରୁତ୍ବ ଦେଇଛି ଦଳ । ବିଜେଡିର ସ୍ଥିତି ଯଦିଓ ମଜଭୁତ ରହିଛି ତଥାପି ଦଳ ନିଜର ଏକ୍ସରସାଇଜ ଆରମ୍ଭ କରିଛି

୨୦୨୦ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ବର୍ଷରେ ସଭାପତିଠୁ ନେଇ ଛାମୁଆ ସଙ୍ଗଠନ ପାଇଁ ନିର୍ବାଚନ ହେବ । ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କୋଟିଏ ଛୁଇଁ ଥିବା ଦଳର ନେତା ଦାବି କରୁଛନ୍ତି । କିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ଥିବାରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଦଳ ମଧ୍ୟରେ ଚର୍ଚ୍ଚା ହେଉଥିବା ଜଣା ପଡିଛି । ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି "ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି, ଲୋକଙ୍କ ସେବା ପାଇଁ ବିଜେଡି ବଦ୍ଧପରିକର ରହିଛି । ବିଜେଡିର ଅସଲ ଏଜେଣ୍ଡା ହେଉଛି ରାଜ୍ୟର ବିକାଶ" ।

ବିଜେପି ମଧ୍ୟ ଲୋକଙ୍କ ନିକଟତର ହେବାକୁ ଏଜେଣ୍ଡା ତୟାର କରିଛନ୍ତି । ବିଜେଡିକୁ ମୁକାବିଲା କରିବା ପାଇଁ ବିଜେପି ଏବେ ସାଙ୍ଗଠନିକ ସ୍ଥିତି ଉପରେ ଗୁରୁତ୍ବ ଦେଇଛି । ନବୀନଙ୍କୁ ମୁକାବିଲା କରିବା ପାଇଁ ଦଳ ଜଣେ ଯୁବ ଓ ଅଭିଜ୍ଞ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରୁଥିବା ଜଣାପଡିଛି । ନୂଆ ବର୍ଷରେ ରାଜ୍ୟ ବିଜେପି ନୂଆ ସଭାପତିଙ୍କୁ ଭେଟି ଦେବାକୁ ଯାଉଛି । ଜିଲ୍ଲା ସ୍ତରରେ ସଭାପତି ଘୋଷଣା ସରିଥିବା ବେଲେ କମିଟି ଘୋଷଣା ବାକି ଅଛି ।

ନୂଆ ସଭାପତି କେତେ ମାତ୍ରାରେ ସରକାରୀ ଦଳର ମୁକାବିଲା କରିବା ପାଇଂ ଫିଟ ହେବେ ତାହ ଦଳର ଏଜେଣ୍ଡା ଉପରେ ନିର୍ଭର କରୁଛି । ବିଜେପି ସାଧରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି "ବିଜେପି ବିରୋଧୀ ଦଳ ହିସାବରେ ତାର ନୈତିକ ଦାଇତ୍ବ ନିର୍ବାହ କରୁଛି । ରାଜ୍ୟର ବିକାଶ ପ୍ରତି ସହଯୋଗ ରହିଛି ଏବଂ ସରକାରଙ୍କ ଦୋଷ ତ୍ରୁଟି ହେଲେ ଅଙ୍ଗୁଳି ନିର୍ଦ୍ଦେଶ କରିବୁ " ।

୨୦ ବର୍ଷ ଧରି କ୍ଷମତା ରାଜନୀତିରୁ ଦୂରରେ ଥିବା କଂଗ୍ରେସ ନିଜି ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଲାଗିପଡ଼ିଛି । ରାଜ୍ୟରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ିଛି । ୧୯୯୯ ମହାବାତ୍ୟା କଂଗ୍ରେସକୁ ଉଡାଇ ନେଇଛି, ଏଯାଏଁ କ୍ଷମତାକୁ ଫେରିନି ଦଳ । ପିସିସି ସଭାପତି ପଦ ଲାଗି ଦିଲ୍ଲୀ ଦୌଡ଼ ରାଜ୍ୟ କଂଗ୍ରେସକୁ ରସାତଳକୁ ନେଇଛି । ଭେଟରାନଙ୍କ ଭିତରେ କନ୍ଦଳ ଦଳର କର୍ମୀଙ୍କୁ ନିରାଶ କରିଛି । ପିସିସି ପୁନର୍ଗଠନ ସମୟରେ ଗୋଷ୍ଠୀ ଭିତ୍ତିରେ ଚୟନ କନ୍ଦଳକୁ ଆହୁରି ବଢାଇ ଦେଇଛି ।

୨୦୧୯ ପାଇଁ ପିସିସି ସଭାପତି ଥିବା ନିରଂଜନଙ୍କୁ ଲୋକ ପ୍ରତ୍ୟାଖାନ କରିଛନ୍ତି । ଏବେବି ସେ ଦାୟିତ୍ବରେ । ଯୁବ କଂଗ୍ରେସକୁ ସୁ-ସଂଗଠିତ, ତାହା ପୁଣି ଇଲେକ୍ସନ ନୁହେଁ, ସିଲେକ୍ସନ ଭିତ୍ତିରେ ହେବ । ପଞ୍ଚାୟତ ଓ ମୁନିସିପାଲିଟି ସ୍ତରରେ ସଚ୍ଚୋଟ ସଭ୍ୟ ସଂଗ୍ରହ କରାଯିବ । ଯେଉଁମାନେ ଦଳ ପାଇଁ ସମର୍ମିତ ରହିବେ । ଭାଙ୍ଗିଯାଇଥିବା ଛାତ୍ର, ଯୁବ ଓ ମହିଳା କଂଗ୍ରେସର ମଙ୍ଗୁଆଳ ଚୟନ ସହ କମିଟି ପୁନର୍ଗଠନ କରାଯିବ। ଗୋଷ୍ଠୀ ବିବାଦ ଭୁଲି ସମୁ ସମୟରେ ଭେଟେରାନ ଏକାଠି ହୋଇ କର୍ମୀଙ୍କୁ ବଳ ଯୋଗାଇବେ ।

ମୁହଁ ଫରାଇଥିବା ନେତା ଓ କର୍ମୀଙ୍କୁ ଦଳକୁ ଫରାଇ ଆଣି ସଗଠନର ଦାୟିତ୍ବ ଦେବା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି "ସଙ୍ଗଠନକୁ ମଜଭୁତ କରି ଳୋକଙ୍କ ପାଖକୁ ଦଳ ଯିବ" . ବର୍ଷ ୨୦୨୦ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ । ପୌର ନିର୍ବାଚନ ଫଳାପଳ ହିଁ ବୟାନ କରିବ କାହା ଏଜେଣ୍ଡାର ପଲା ଭାରି ଥିଲା ।
Published by: Anand Shankar Thankur Das
First published: January 2, 2020, 11:08 AM IST
corona virus btn
corona virus btn
Loading