ଫାଇନାଲ ଲଢେଇ ପାଇଁ ପୁରା ଦମରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତିନି ରାଜନୈତିକ ଦଳ

ତିନି ଦଳ ମୋର୍ଚ୍ଚା ସଜାଡୁଥିବା ବେଳେ ଲଢେଇ ପାଇଁ କର୍ମୀଙ୍କୁ ପ୍ରସ୍ତୁତ କଲେଣି । ଆସନ୍ତା ୨୧ ତାରିଖରୁ ତୃଣମୂଳ କର୍ମୀଙ୍କୁ ପ୍ରଶିକ୍ଷଣ ଦେବ ବିଜେଡି । ଯାଜପୁରରୁ ଏହି ଅଭିଯାନ ଆରମ୍ଭ ହେବ ।

ଫାଇନାଲ ଲଢେଇ ପାଇଁ ପୁରା ଦମରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତିନି ରାଜନୈତିକ ଦଳ

ଫାଇନାଲ ଲଢେଇ ପାଇଁ ପୁରା ଦମରେ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ତିନି ରାଜନୈତିକ ଦଳ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଫାଇନାଲ ଲଢେଇ ପାଇଁ ଜୋରଦାର ପ୍ରସ୍ତୁତି । ରାଜଧାନୀର ରାଜନୀତି ଉଷ୍ମତା ଗାଁରେ ବାରିହେଲାଣି । ତିନି ଦଳ ମୋର୍ଚ୍ଚା ସଜାଡୁଥିବା ବେଳେ ଲଢେଇ ପାଇଁ କର୍ମୀଙ୍କୁ ପ୍ରସ୍ତୁତ କଲେଣି । ଆସନ୍ତା ୨୧ ତାରିଖରୁ ତୃଣମୂଳ କର୍ମୀଙ୍କୁ ପ୍ରଶିକ୍ଷଣ ଦେବ ବିଜେଡି । ଯାଜପୁରରୁ ଏହି ଅଭିଯାନ ଆରମ୍ଭ ହେଉଥିବା ବେଳେ ପ୍ରଶିକ୍ଷଣ ପାଇଁ ମାଷ୍ଟର ଟ୍ରେନର ଭାବେ ନିଯୁକ୍ତ ହୋଇଛନ୍ତି ଟିମ୍ ନବୀନଙ୍କ ବରିଷ୍ଠ ସଦସ୍ୟ । ନିର୍ବାଚନ ମୁଡରେ ବିଜେଡି - ବିଜେପି  ଆଉ କଂଗ୍ରେସ । କ୍ଷମତା ଦଖଲ ପାଇଁ ପୁରା ପ୍ରସ୍ତୁତିରେ ଶାସକ ଦଳ । ଗୋଟେ ପଟେ ସଙ୍ଗଠନକୁ ନୂଆ ରୂପ ଦେଉଥିବା ବେଳେ ଲଢେଇ ପାଇଁ କର୍ମୀଙ୍କୁ କରୁଛି ପ୍ରସ୍ତୁତି । ୧୪୭ ନିର୍ବାଚନ ମଣ୍ଡଳୀରେ ତୃଣମୂଳ କର୍ମୀଙ୍କୁ ପ୍ରଶିକ୍ଷଣ ଦେବ ବିଜେଡି । କାରଣ ଆଗାମୀ ନିର୍ବାଚନରେ ଏମାନଙ୍କ ଉପରେ ରହିବ ଗୁରୁଦାୟିତ୍ଵ ।

୨୧ ତାରିଖରେ ଯାଜପୁର ଜିଲ୍ଲାରୁ ଆରମ୍ଭ ହେବ ପ୍ରଶିକ୍ଷଣ ଅଭିଯାନ । ନୂଆ କରି ନିର୍ବାଚିତ ହୋଇଥିବା ପଞ୍ଚାୟତ ପ୍ରତିନିଧି, ବ୍ଲକ୍ ସ୍ତରୀୟ ପ୍ରତିନିଧିଙ୍କ ସହ ଦାୟିତ୍ୱରେ ଥିବା ବୁଥ ସ୍ତରୀୟ ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ । କିପରି ଦଳ ଅଧିକ ସଂଗଠିତ ହେବ, ଭୋଟ ପ୍ରତିଶତ ଅଧିକ ବଢିବ, ଦଳ ଓ ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚିବ ଏ ସବୁ ଦାୟିତ୍ଵ ରହିବ ଏହି ନେତାଙ୍କ ଉପରେ । ପ୍ରଶିକ୍ଷଣ ପାଇଁ ମାଷ୍ଟର ଟ୍ରେନର ଭାବେ ଦାୟିତ୍ୱରେ ରହିବେ ଟିମ ନବୀନଙ୍କ ଅଭିଜ୍ଞ ନେତା । ଗାନ୍ଧି ଜୟନ୍ତିରୁ ପଦଯାତ୍ରା, ପ୍ରତିଷ୍ଠା ଦିବସ, ବିଜୁ ଜୟନ୍ତୀ ଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଦଳ ଯୋଜନା କରିଥିବା ବେଳେ ଏହି ତୃଣମୂଳ ନେତାଙ୍କ କାନ୍ଧରେ ରହିବ ବଡ ଦାୟିତ୍ଵ । ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହଛନ୍ତି " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଲୋକଙ୍କ ପାଇଁ ଅହରହ କାମ ଚାଲିଥିବା ବେଳେ ଲୋକେ ବି ସମର୍ଥନ ଦେଇଛନ୍ତି । ଆଗକୁ ବି ଲୋକେ ସମର୍ଥନ ଦେବେ ବୋଲି ସମ୍ପୂର୍ଣ ଆଶା ।

ସେପଟେ, ପୁରୁଣା ମିଶନ ସଫଳ କରିବାକୁ ଲାଗି ପଡ଼ିଛି ବିଜେପି । ଚାଣକ୍ୟ ଅମିତ ଶାହାଙ୍କ ଟାସ୍କ ପରେ ଓଡ଼ିଶାକୁ କେନ୍ଦ୍ର ନେତୃତ୍ଵଙ୍କ ଘନ ଘନ ଗସ୍ତ ଲାଗି ରହିଛି । ପ୍ରଶିକ୍ଷଣ ଶିବିର ଓ କେନ୍ଦ୍ର ନେତାଙ୍କ ମନ୍ତ୍ରଣାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଛି ରାଜ୍ୟ ଶାଖା । ଦଳକୁ ଅଧିକ ଶକ୍ତି ଦେବାକୁ ଚଳିତ ମାସ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଭୁବନେଶ୍ୱରର ଜନତା ମଇଦାନରେ ପ୍ରାୟ ୨୫ ହଜାର କର୍ୟକର୍ତଙ୍କୁ ସମ୍ବୋଧିତ କରିବେ ଜେପି ନଡ୍ଡା । ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ପୁରା ଯୋଜନା କରିଛି ରାଜ୍ୟ ବିଜେପି ।

୯ ରୁ ୯୦ ମିଶନ କାର୍ଯ୍ୟକାରୀ ପାଇଁ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ । ଅକ୍ଟୋବର ୩୧ରୁ ଓଡ଼ିଶାରେ  କଂଗ୍ରେସ ଆରମ୍ଭ କରିବ ଭାରତଯୋଡ ଯାତ୍ରା । ୧୯ ଟି ସଂସଦୀୟ କ୍ଷେତ୍ରର ୨୨୫୦ କିମି ବ୍ୟାପି ଚାଲିବ ଏହି ଅଭିଯାନ । କେନ୍ଦ୍ର ନେତାଙ୍କ ମନ୍ତ୍ରଣା ପରେ ଏହି ଯାତ୍ରା ପରିବର୍ତ୍ତନର ସଙ୍କେତ ଦେବ ବୋଲି ଆଶା ବାନ୍ଧିଛି କଂଗ୍ରେସ ।

ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ନିକଟତର ହେବାକୁ ବିଜେଡି ଯୋଜନା କରୁଥିବା ବେଳେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରର ଯୋଜନା ବାବଦରେ ଲୋକଙ୍କୁ କହିବାକୁ ଯୋଜନା କରିଛି ବିଜେପି । ଉଭାୟଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇବାକୁ କଂଗ୍ରେସ ଯୋଜନା କରିଛି ।  କ୍ଷମତା ଦଖଲ ପାଇଁ ତିନି ଦଳ ନିଜ ନିଜ ଷ୍ଟାଇଲରେ ଏବେଠୁ ଅପରେସନ ଆରମ୍ଭ କଲେଣି ।
Published by:Soubhagya Mishra
First published: