କ୍ରୀଡ଼ାବିତଙ୍କୁ ଯୌନ ନିର୍ଯ୍ୟାତନା ଘଟଣା ; ଗିରଫ ହେଲେ ୩ ଖେଳାଳୀ

ଭଲ ଖେଳ ପ୍ରଦର୍ଶନ ଦେଖାଇ ନ ପାରିବାରୁ ଜଣେ ଜୁନିୟର ଖେଳାଳୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ସିନିୟର ଖେଳାଳୀ । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ହେଲେ ୩ଖେଳାଳୀ (ପ୍ରତୀକାତ୍ମକ ଛବି)

ଗିରଫ ହେଲେ ୩ଖେଳାଳୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଖେଳାଳୀଙ୍କୁ ରାଙ୍ଗିଙ୍ଗ । ଭଲ ଖେଳ ପ୍ରଦର୍ଶନ ଦେଖାଇ ନ ପାରିବାରୁ ଜଣେ ଜୁନିୟର ଖେଳାଳୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି ସିନିୟର ଖେଳାଳୀ । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଷ୍ଟେଟ ଆଥଲେଟିକ ଚମ୍ପିୟାନସିପ କ୍ୟାମ୍ପରେ ଏଭଳି ଜଙ୍ଘନ୍ୟ ଘଟଣା ସାମ୍ନାକୁ ଆସିଛି । ରାଉଲକେଲାର ଜଣେ ଦଶମ ଶ୍ରେଣୀର ଛାତ୍ର ଆଥଲେଟିକ ଅଂଶଗ୍ରହଣ କରିଥିଲେ। ହେଲେ ଲଙ୍ଗଜମ୍ପରେ ଫେଲ ହେବାରୁ ରବିବାର ସକାଳେ ତାଙ୍କର ରାଉଲକେଲାରୁ ଆସିଥିବା କିଛି ସିନିୟର ଖେଳାଳି ଏକ ରୁମ ଭିତରେ ନାବାଳକଙ୍କୁ ଉଲଗ୍ନ କରି ରାଙ୍ଗିଙ୍ଗ କରିବା ସହ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ।

ଅଭିଯୋଗକାରୀ ନାବାଳକ କହିଛନ୍ତି,  "ଲମ୍ବ ଡିଆଁରେ ସେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ । ଯାହାକୁ ନେଇ ୩ ଜଣ ସିନିଅର ରବିବାର ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ଉଲଗ୍ନ କରିବା ସହ ତାଙ୍କ ସମ୍ବେଦନଶୀଳ ସ୍ଥାନରେ  ଅମୃତାଞ୍ଜନ ଲଗାଇଥିଲେ । ଏପରିକି ତାଙ୍କ ମଳଦ୍ୱାରରେ ମଧ୍ୟ ଅମୃତାଞ୍ଜନ ଲାଗାଇଥିଲେ । ପରେ ଭିଡ଼ିଓ କଲ କରି ସିନିୟରମାନେ ନିଜ ନିଜର ସାଙ୍ଗ ମାନଙ୍କୁ ଦେଖାଇଥିଲେ,"ଅଭିଯୋଗ କରିଛନ୍ତି ନାବାଳକ।

ରାଜ୍ୟସ୍ତରୀୟ କ୍ରୀଡ଼ାରେ ରାଉରକେଲାରୁ ୨୩ ଆଥଲେଟ କ୍ରୀଡ଼ାରେ ଅଂଶଗ୍ରହଣ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ମହିଳା ଖେଳାଳୀ ଥିଲେ । ଷ୍ଟେଟ ଆଥଲେଟିକ ଚମ୍ପିୟାନସିପରେ ଖରାପ ଖେଳ ପ୍ରଦର୍ଶନ କରିବାକୁ ଜୁନିୟର ଖେଳାଳୀଙ୍କୁ ସିନିୟର ଖେଳାଳୀଙ୍କ ରାଙ୍ଗିଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ପୀଡ଼ିତଙ୍କ ପରିବାର ଲୋକେ ଏନେଇ ଇନଫୋସିଟି ଥାନା ପରେ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

"ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇନଫୋସିଟି ଥାନା ପୋଲିସ । ତଦନ୍ତ ପରେ ୩ ଜଣକୁ ଗିରଫ କରାଯାଇଛି । ଗିରଫ ତିନି ଖେଳାଳୀ ଆଶିଷ ପାତ୍ର, ଜଗନ୍ନାଥ ଦାସ, ସୁରଜ ଠାକୁର। ସମସ୍ତେ ରାଉଲକେଲାରୁ ଆସିଥିବା ଜଣା ପଡ଼ିଛି । ସେମାନେ ସମସ୍ତେ ଷ୍ଟେଟ ଆଥଲେଟିକ ଚମ୍ପିୟାନସିପରେ ଅଂଶଗ୍ରହଣ କରିଥିଲେ ।  କେଉଁ ପରିସ୍ଥିତିରେ ଏଭଳି ଘଟଣା ସାମ୍ନାକୁ ଆସିଲା ତାର ତଦନ୍ତ ଚାଲିଛି," କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ୍  ।
Published by:Soumya Das
First published: