ଟ୍ରକକୁ ପିଟିଲା ବୋଲେରୋ; ପୁରୀ ଯିବା ରାସ୍ତାରେ ପ୍ରାଣ ହରାଇଲେ ୩ ତୀର୍ଥଯାତ୍ରୀ; ୬ ଆହତ

ବୋଲେରୋଟି ଖୁବ୍ ଦୃତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଟ୍ରକଟିକୁ ବାଡ଼େଇଥିବା ଅନୁମାନ କରାଯାଉଛି । ବୋଲେରୋ ଟ୍ରକକୁ ପଛରୁ ପିଟିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଟ୍ରକକୁ ପିଟିଲା ବୋଲେରୋ; ପୁରୀ ଯିବା ରାସ୍ତାରେ ପ୍ରାଣ ହରାଇଲେ ୩ ତୀର୍ଥଯାତ୍ରୀ; ୬ ଆହତ
ଦୁର୍ଘଟଣା ସ୍ଥଳର ଏକ ଦୃଶ୍ୟ
  • News18 Odia
  • Last Updated: February 9, 2020, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ପ୍ରାଣ ହରାଇଛନ୍ତି ତିନି ଜଣ ତୀର୍ଥଯାତ୍ରୀ । ଆହତ ହୋଇଛନ୍ତି ଛଅ ଜଣ । ଦୁର୍ଘଟଣା ଘଟିଛି ବଲାଙ୍ଗିର-ସୋନପୁର ରାସ୍ତାର ବଇରାସର ନିକଟରେ ।

ତୀର୍ଥଯାତ୍ରୀମାନେ ଯେଉଁ ବୋଲେରୋ ଗାଡ଼ିରେ ଯାଉଥିଲେ ତାହା ଏକ ଟ୍ରକ୍‌ ସହ ବାଡ଼େଇ ହେବାରୁ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଦୁଇ ଜଣ ତୀର୍ଥଯାତ୍ରୀଙ୍ର ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟ ଜଣେ ହସ୍‌ପିଟାଲରେ ଶେଷ ନିଃଶ୍ୱାସ ନେଇଥିଲେ ।

ଦୁର୍ଘଟଣାରେ ଆହତ ହୋଇଥିବା ଛଅ ଜଣ ତୀର୍ଥଯାତ୍ରୀଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଅଛି ବୋଲି କହିଛନ୍ତି ହସ୍‌ପିଟାଲର ଅଧିକାରୀମାନେ ।

ବୋଲେରୋଟି ଟ୍ରକକୁ ପଛରୁ ପିଟିଥିଲା ।


ମୃତକମାନଙ୍କ ନାଁ ପବିତ୍ର ସାହୁ, ତେଜ ବାଗ ଓ ଶକୁନ୍ତଳା ସାହୁ ବୋଲି ଜଣା ପଡ଼ିଛି । ମୃତାହତମାନେ ପାଟଣାଗଡ଼ର ଘୁମେର ଅଞ୍ଚଳର ବାସିନ୍ଦା ଥିଲେ । ଘୁମେର ଗାଁର ଦୁଇଟି ପରିବାରର ଲୋକେ ଗୋଟେ ବୋଲେରୋ ଗାଡ଼ି ଭଡ଼ା କରି ପୁରୀ ଆସୁଥିଲେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ।

ପୁଇଁତଳା ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ବୋଲେରୋଟି ଖୁବ୍‌ ଦୃତ ଗତିରେ ଥିବାରୁ ଭାରସାମ୍ୟ ହରାଇ ଟ୍ରକଟିକୁ ବାଡ଼େଇଥିବା ଅନୁମାନ କରାଯାଉଛି । ବୋଲେରୋ ଟ୍ରକକୁ ପଛରୁ ପିଟିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତୀର୍ଥ ଯାତ୍ରା ଏମିତି ଶେଷ ଯାତ୍ରାରେ ପରିଣତ ହୋଇଥିବାରୁ ଆଖପାଖ ଅଞ୍ଚଳରେ ଶୋକର ଛାୟା ବ୍ୟାପିଯାଇଛି ।
First published: February 9, 2020, 2:23 PM IST
corona virus btn
corona virus btn
Loading