News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀ ଉପକଣ୍ଠରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ। ଇନଫୋଭ୍ୟାଲି ଥାନା ଅଧିନ ଯାଆଁଳା ଲଷ୍ମୀପୂଜା ମଣ୍ଡପ ନିକଟରୁ ୨୭.୭୦ଗ୍ରାମ ବ୍ରାଉନସୁଗର ଜବତ କରିଛି ପୋଲିସ।
ବ୍ରାଉନସୁଗର ବିକିବା ଅଭିଯୋଗରେ ତିନି ଜଣ ନିଶା ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ତିନି ମାଫିଆ ହେଲେ ଖଣ୍ଡଗିରି ଅଞ୍ଚଳର ରାଜେଶ ଦାସ, ଅଜୟ ମଲିକ ଓ ଇନଫୋଭ୍ୟାଲି ଅଞ୍ଚଳର ଶକ୍ତି ସାନ୍ତନୁ। ସେମାନଙ୍କ ପାଖରୁ ବ୍ରାଉନସୁଗର ସମେତ, ୧୨୦୦ ଟଙ୍କା, ଦୁଇଟି ବାଇକ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ।
କମିଶନରେଟ ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ବେଆଇନ ଭାବରେ ଏହି ବ୍ରାଉନସୁଗାରକୁ ପାଖରେ ରଖୁଥିଲେ। ବିଶେଷ କରି ଦିନ ମଜୁରିଆ ଓ ବସ୍ତି ଗୁଡ଼ିକରେ ଏମାନେ ନିୟମିତ ଭାବେ ବ୍ରାଉନସୁଗର କାରବାର କରି ଆସୁଥିଲେ।

ରାଜ୍ୟ ରାଜଧାନୀ ଉପକଣ୍ଠରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ
ପଚରାଉଚରା ବେଳେ ଜଣା ପଡ଼ିଛି, ଦୀର୍ଘଦିନ ଧରି ଅଭିଯୁକ୍ତମାନେ ବେପାର କରି ଆସୁଥିଲେ। ବିଶେଷ କରି ବାଲେଶ୍ଵରରୁ ବ୍ରାଉନସୁଗର ଆଣୁଥିବା ନିଶା ମାଫିଆଙ୍କ ଠାରୁ ଏମାନେ ବ୍ରାଉନସୁଗର ବାକିରେ ଆଣୁଥିଲେ। ବ୍ରାଉନସୁଗର ବିକିବା ପରେ ଟଙ୍କା ଦେଉଥିଲେ। ଏଥିପାଇଁ ସେମାନଙ୍କୁ ପରସେଣ୍ଟଜ ମିଳୁଥିଲା।
ସୂଚନାଯୋଗ୍ୟ, ଚଳିତ ବର୍ଷ ଭୁବନେଶ୍ୱର ୟୁପିଡ଼ି ପକ୍ଷରୁ ମୋଟ ୯୪ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୧୭୨ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ମୋଟ ୨ କେଜି ୫୫୮ଗ୍ରାମ ୩୭୦ ମିଲିଗ୍ରାମ ଓଜନର ବ୍ରାଉନସୁଗାର, ୭ ଲକ୍ଷ, ୬୩ ହଜାର ୩୦ ଟଙ୍କା , ୩୧୦ଗ୍ରାମ ସୁନା, ୪୫୦ ଗ୍ରାମ ରୂପା , ୮୨ଟି ମୋବାଇଲ ଫୋନ ଏବଂ ୪୦ଟି ଗାଡ଼ି, ଗୋଟିଏ ଲାପଟପ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।