News18 Odia Digital
ଭୁବନେଶ୍ବର: ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ବିଧାନ ସଭା ଉପ-ନିର୍ବାଚନ (Pipili bypoll) ପାଇଁ ବିଜେପିର ୨୦ ଜଣ ତାରକା ପ୍ରଚାରକଙ୍କ ମଧ୍ୟରେ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ଦଳର କିସାନ ମୋର୍ଚ୍ଚାର ସଭାପତି ଅଛନ୍ତି । ତିନି ଦଳ ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଲୋକଙ୍କ ପାଖକୁ ଯିବା ପାଇଁ ତିନି ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି,l
ବିଜେଡି ପକ୍ଷରୁ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଦଳୀୟ ପାର୍ଥୀଙ୍କ ଭୋଟ ମାଗିବେ l ବିଜେପି ସିଧା ସଳଖ ଲୋକଙ୍କ ପାଖକୁ ଯାଇ ଦୁର୍ନୀତି ଓ ସରକାରୀ ଅବହେଳା କଥା କହି ଭୋଟ ମାଗିବାକୁ ସ୍ଥିର କରିଛି I ସେହି ପରି କଂଗ୍ରେସ ଘର ଘର ବୁଲି ଭୋଟ ମାଗିବ l ନିର୍ବାଚନ କମିଶନଙ୍କ କୋଭିଡ଼ କଟକଣା ଭିତରେ କିନ୍ତୁ ହେବ ପ୍ରଚାର। ଡୋର ଟୁ ଡୋର ପ୍ରଚାର ଉପରେ ସବୁ ଦଳଙ୍କ ଗୁରୁତ୍ୱ ।

ପିପିଲି ବିଧାନ ସଭା ଉପ-ନିର୍ବାଚନକୁ ନେଇ ପ୍ରସ୍ତୁତି ଜୋରସୋର ଚାଲିଛି
ବିଜେଡି ପକ୍ଷରୁ ଦଳର ସୁପ୍ରିମ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେପି ପକ୍ଷରୁ ଦଳର ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ ପ୍ରଚାରର ମଙ୍ଗ ଧରିବେ । କଂଗ୍ରେସ ପକ୍ଷରୁ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିବେ ବୋଲି ଶୁଣିବାକୁ ମିଳୁଛି ।
ଗୁରୁବାର ବିଜେଡି ପଖରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଘରେ ମାନସମନ୍ଥନ କରିଛି ଦଳ । ତେବେ ଦଳୀୟ ପ୍ରାଥଙ୍କ ପାଇଁ ସିଧା ସଳଖ ଲୋକଙ୍କ ପାଖକୁ ନ ଯାଇ ଭର୍ଚୁଆଲ ମାଧ୍ୟମରେ ଭୋଟ ମାଗିବେ ନବୀନ l
ବଡ଼ ବୈଠକ ନ କରି ୱାର୍ଡ ସ୍ତରରେ ଛୋଟ ଛୋଟ ବୈଠକ କରିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଦଳୀୟ ନେତା କହିଛନ୍ତି l ଭୁବନେଶ୍ବରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ବୈଠକ ପରେ ବିଜେଡି ଷ୍ଟାର୍ ପ୍ରଚାରକ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ‘‘ପିପିଲି ବିଜେଡିର ଗଡ଼, ବିଗତ ଦିନରେ ପ୍ରଦୀପ ମହାରଥୀ ସେଠି ବାର ବାର ଜିତି ଆସୁଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ରୁଦ୍ର ମହାରଥୀଙ୍କ ଉପରେ ନବୀନ୍ ବାବୁଙ୍କ ଆଶୀର୍ବାଦ ରହିଛି । ଆମର ପ୍ରାର୍ଥୀ ବିଗତ ଥରର ରେକର୍ଡକୁ ପଛରେ ପକେଇ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ଆମେ ଆଶା କରୁଛୁ ।’’
ମନ୍ତ୍ରୀ ତଥା ଷ୍ଟାର ପ୍ରଚାରକ ସୁଶାନ୍ତ ସିଂ କହିଛନ୍ତି, ‘‘୨୦ ତାରିଖରୁ ୨୮ ତାରିଖ ଯାଏଁ ପ୍ରଚାର କରିବ ବିଜେଡି । ମୁଖ୍ୟ ମନ୍ତ୍ରୀ ପିପିଲି ଯିବେ କି ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ସ୍ଥିର ହୋଇନାହିଁ । ବଡ଼ ବୈଠକ ନ କରି ୱାର୍ଡ ସ୍ତରରେ ଛୋଟ ଛୋଟ ବୈଠକ କରିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଗତ ଦିନରେ ପ୍ରଦୀପ ମହାରଥୀଙ୍କ ଯୋଗୁ ଭୋଟ ବ୍ୟବଧାନ କମିଥିଲା, ଏଥର ବ୍ୟବଧାନ ବଢ଼ିବ । ଭୋଟ ବ୍ୟବଧାନ ତିନି ମାସ ଯୋଗୁଁ ଆମେ ପ୍ରଚାରରେ ପିପିଲି ଯାଉ ନ ଥିଲୁ । ଫୋନରେ ଯୋଗାଯୋଗ କରୁଥିଲୁ । ବର୍ତ୍ତମାନ ସମସ୍ତଙ୍କୁ ଆକ୍ଟିଭ ରହିବାକୁ ପଡ଼ିବ ବିଜେପିର ପତିଆରା ସମଗ୍ର ଦେଶରେ କମୁଛି, ତେଣୁ ବିଜେଡି ଅଧିକ ବ୍ୟବଧାନରେ ଜିତିବ ।"
ବିଜେପି ସିଧା ସଳଖ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାକୁ ସ୍ଥିର କରିଛି l ଦଳର ତିନି କେନ୍ଦ୍ର ମନ୍ତ୍ରୀଙ୍କ ନାଁ ରହିଛି ଷ୍ଟାର ପ୍ରଚାରକ ତାଲିକାରେ। ସାଧାରଣ ସମ୍ପାଦକ ପୄଥିରାଜ ହରିଚନ୍ଦନ କହିଛନ୍ତି, "ନିର୍ବାଚନ ପ୍ରଚାର ଆରମ୍ଭ ହୋଇସାରିଛି । ଆମେ ଆତ୍ମବିଶ୍ବାସର ସହ ଲଢୁଛୁ। କୌଣସି ଅସୁବିଧା ନାହିଁ । ସିଧାସଳଖ ଲଢ଼େଇ ହେବ। ସରକାରଙ୍କ ପିପିଲି ବାସୀ ପ୍ରତି ଅବହେଳା ମୁଖ୍ୟ ପ୍ରସଙ୍ଗ ହେବ । ଏଯାଏ ଫନି ଟଙ୍କା ମିଳିନାହିଁ । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି ସପକ୍ଷରେ ଲୋକେ ଛିଡ଼ା ହେବେ। ଦୁର୍ନୀତୀ ଓ ଅବହେଳାକୁ ପ୍ରସଙ୍ଗ କରି ଦଳୀୟ ପ୍ରାଥୀଙ୍କ ପାଇଁ ଭୋଟ ମାଗିବ ବିଜେପି l"
କଂଗ୍ରେସ ପକ୍ଷରୁ ଆସନ୍ତା ୨୦ ତାରିଖ ଠାରୁ ପ୍ରଭାରୀ ଚେଲା କୁମାର ଓ ପିସିସି ସଭାପତିଙ୍କ ସହ ତାଲିକାରେ ସ୍ଥାନ ପାଇଥିବା ନେତା ଘରକୁ ଘର ବୁଲି ଭୋଟ ମାଗିବେ, ଦୁଇ ସରକାର କିଭଳି ଲୋକଙ୍କୁ ଲୁଟୁଛନ୍ତି ସେ ବିଷୟରେ ଅବଗତ କରାଇବେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "ଆମର ଫୋକସ ପିପିଲି । କିଏ କ'ଣ କଲା ନ କଲା ଆମର ଯାଏ ଆସେ ନାହିଁ । ବିଜେଡି ବିଜେପି କିଣା ବିକରେ ଲାଗିଛନ୍ତି । ସେଥିରେ କଂଗ୍ରେସ ବିଶେଷ କରେନି । ଦଳ ପିପିଲିରେ ଭଲ କରିବ । କିଏ ଦଳ ଛାଡ଼ିଲେ ବି କଂଗ୍ରେସ ଉପରେ ପ୍ରଭାବ ପଡ଼ିବନ ।’’
କେଉଁ ଦଳର ରଣନୀତି ସଫଳ ହେଉଛି ଭୋଟ ଗଣତି ପରେ ଜଣା ପଡ଼ିବ l