ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ; ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ରଣନୀତି ପ୍ରସ୍ତୁତ କରୁଛନ୍ତି ୩ ଦଳ

ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ। ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ରାଜନୀତିକ ଦଳ। ରବିବାର ନୂଆ ବର୍ଷ ଅବସରରେ ନେତାଙ୍କ ଘରେ ଜମିଥିଲା ଭିଡ଼।

ନବୀନ ନିବାସରେ ନେତାଙ୍କ ଗହଳି

ନବୀନ ନିବାସରେ ନେତାଙ୍କ ଗହଳି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ଚ୍ୟାଲେଞ୍ଜ। ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ରାଜନୀତିକ ଦଳ। ରବିବାର ନୂଆ ବର୍ଷରେ ନେତାଙ୍କ ଘରେ ଜମିଥିଲା ଭିଡ଼।

ନବୀନ ନିବାସରେ ନେତାଙ୍କ ଗହଳି ଦେଖିବାକୁ ମିଳିଥିଲା। ସୁପ୍ରିମୋଙ୍କୁ ଭେଟି ନୂଆ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି ନେତା ଓ ମନ୍ତ୍ରୀ। ମନ୍ତ୍ରୀ ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ, ଅତନୁସବ୍ୟସାଚୀ ନାୟକ ପ୍ରମୁଖ ନବୀନ ନିବାସରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ।

କେବଳ ବିଧାୟକ କି ମନ୍ତ୍ରୀ ନୁହଁନ୍ତି ତୃଣ ମୂଳ ନେତାଙ୍କୁ ବି ଦେଖିବାକୁ ମିଳିଥିଲା। ଗତ ଦୁଇ ବର୍ଷ କୋଭିଡ ଯୋଗୁଁ ନୂଆ ବର୍ଷ ଫିକା ପଡ଼ିଥିବା ବେଳେ ରବିବାର ନିଜ ନେତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ସମସ୍ତେ। ସେହି ପରି ନେତାଙ୍କ ଘରେ ବି ଗହଳି ଜାମିଥିଲା। ନିଜ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଗାଁରୁ ରାଜଧାନୀ ଛୁଟିଥିଲେ କର୍ମୀ। ଫୁଲ ତୋଡା ଧରି ନିଜ ନିଜ ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଜଣାଇଥିଲେ ନୂଆ ବର୍ଷ ଶୁଭେଚ୍ଛା।

ଶୁଭେଚ୍ଛା ଆଳରେ କିଏ କିଏ ନେତାଙ୍କୁ ନିଜ ସମସ୍ୟା ବି ଜଣାଇଥିଲେ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏପରିକି ଆଗୁଆ ନିର୍ବାଚନକୁ ନେଇକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୩କୁ ନିର୍ବାଚନୀ ବର୍ଷ ଭାବେ ଗଣା ଯାଉଥିବାରୁ ଏବେଠୁ ସରଗରମ ହେଲାଣି ମାହୋଲ। ତୃଣମୂଳ ସ୍ତରରେ ସଙ୍ଗଠନ ମଜବୁତ୍ ପାଇଁ କର୍ମୀଙ୍କୁ ମନ୍ତ୍ରଣା ଆରମ୍ଭ କରି ଦେଇଛନ୍ତି ନେତା। ନୂଆ ବର୍ଷ ପୂର୍ବରୁ ତୃଣମୂଳ ନେତାଙ୍କୁ ପୁରସ୍କୃତ କରିଛି ବିଜେଡି। ଅନେକ ନେତାଙ୍କୁ ଦାୟିତ୍ବ ଦେଇ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିଛି ବିଜେଡି।

ନୂଆ ମିଡ଼ିଆ ଟିମ୍ ଗଠନ କରିବା ସହ ଏକ ଜୁମ୍ବୋ ଟିମ୍ କରିଛି ଶାସକ ଦଳ। ଆଗକୁ ବି ସଙ୍ଗଠନ କଳେବର ନେଇ ଦଳ ଯୋଜନା କରିଛି। ଷଷ୍ଠ ଥର ପାଇଁ ଶାସନ ଗାଦିରେ ବସିବାକୁ ବିଜେଡି ଯୋଜନା କରୁଥିବା ବେଳେ ନେତାଙ୍କୁ ଦାୟିତ୍ବ ବାନ୍ତି ଲୋକଙ୍କ ସହ ଯୋଡ଼ି ହେବାକୁ ପଣ କରିଛନ୍ତି ନେତା।

ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, "ବିଜେଡି ପାଇଁ ନିର୍ବାଚନ ଚ୍ୟାଲେଞ୍ଜ ନୁହେଁ। ଯେତେବେଳେ ବି ନିର୍ବାଚନ ହେବ ବିଜେଡି ଜିତିକି ଆସିବ। ପ୍ରତି ନିର୍ବାଚନରେ ଯେପରି ଦଳ ସାମ୍ନା କରିଛି ସମାନ ଭାବେ ଲଢ଼ିବ ଓ ସବୁ ସ୍ଥାନରେ ଜିତିକି ଆସିବ। ସଙ୍ଗଠନ ସୁଦୃଢ଼ ଅଛି। ଅଧିକ ସୁଦୃଢ଼ ପାଇଁ ଯୋଜନା କରାଯାଉଛି।’’

ବିଜେଡି ଉପସଭାପତି ଦେବୀ ମିଶ୍ର କହିଥିଲେ ଯେ ଗତ ଦୁଇ ବର୍ଷ କୋଭିଡ ପାଇଁ ଚ୍ୟାଲେଞ୍ଜ ଥିଲା। ମୁକାବିଲାରେ ବି ଓଡ଼ିଶା ସଫଳ ହୋଇଥିଲା। ଶିକ୍ଷା ଦାରିଦ୍ର୍ୟ, ଅନଗ୍ରସର ଦୂର କରିବା ଆମ ଲକ୍ଷ। ୨୫ ବର୍ଷ ପୂରଣ କରିଛି ଦଳ, ପୁରୀରେ ଦଳ ସଂକଳ୍ପ ନେଇଛି ଲୋକଙ୍କ ପାଇଁ ଉତ୍ସର୍ଗ କରିବାକୁ।

ବିଜେପି କ୍ୟାମ୍ପରେ ବି ଦେଖିବାକୁ ମିଳିଥିଲା ନୂଆ ବର୍ଷ ଉତ୍ସାହ। ବିଜେପି କାର୍ଯ୍ୟାଳୟରେ ଜାଣିଥିଲା କର୍ମୀଙ୍କ ଭିଡ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ବିଜେପି ୩୬୫ ଦିନ ଧରି କାର୍ଯ କରୁଛି।

ବିଜେପି ଦାୟିତ୍ବବାନ ବିରୋଧୀ ଦଳ ଭୂମିକା ତୁଲାଉଛି। କେନ୍ଦ୍ରରେ ବିଜେପି ୯ ବର୍ଷ ଶାସନ ପୁରା କରିବାକୁ ଯାଇଛି। କିନ୍ତୁ ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନି। ବିଧାନସଭା ଠୁ ଆରମ୍ଭ କରି ରାଜରାସ୍ତାରେ ଲଢୁଛି ବିଜେପି। ୨୦୨୩ ଓଡ଼ିଶାର ହକ ପାଇଁ ଲଢ଼ିବ ବିଜେପି। ଅନେକ ଚ୍ୟାଲେଞ୍ଜ ଥିଲେ ବି ଏହାକୁ ପଛରେ ପକାଇ ଆଗକୁ ବଢ଼ିବ ବିଜେପି। ବିଚାର ଆଧାରିତ। ଦଳ ବିଜେପି। ବିଜେପିର କର୍ମୀଙ୍କୁ ଚେରାପୁଞ୍ଜି ବର୍ଷା ଧୋଇ ପାରିବନି କି ଥର ମରୁଭୂମିରେ ଉଷ୍ମତା ଜଳାଇ ପାରିବନି। ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଓଡ଼ିଶାବାସୀଙ୍କ ସେବା କରିବାକୁ ପ୍ରତିଶ୍ରୁତି ବଦ୍ଧ। ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ହେବ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟ ବରାଦ ହେଉଥିଲେ ବି ଲୋକେ ସୁବିଧା ପାଉନାହାଁନ୍ତି। ଏହାକୁ ନେଇ ଲଢେଇ ଜୋର୍ ହେବ। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଯେହେତୁ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ କଂଗ୍ରେସ ପାଇଁ ଆଧିକ ଚ୍ୟାଲେଞ୍ଜ ରହିଛି। ୨୦୨୪ରେ ଯଦି କଂଗ୍ରେସ କ୍ଷମତାକୁ ଆସି ପାରିବ ନାହିଁ। ତେବେ ଆଉ କେବେବି କ୍ଷମତାକୁ ଆସିପାରିବ ନାହିଁ। ଜାତୀୟ ସ୍ତରରେ ବିଜେପି ଏବଂ ଓଡ଼ିଶାରେ କ୍ଷମତାସୀନ ବିଜେଡି ସହ କଂଗ୍ରେସ ଲଢେଇ ହେବ। ସେଥିପାଇଁ ଦଳର ନେତାଙ୍କୁ ମିଳିତ ଆଉ ସଙ୍ଗଠିତ ହୋଇ ଲଢ଼ିବାକୁ ପଡ଼ିବ।’’

ବର୍ତ୍ତମାନ ସମୟରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି। ଦେଶବାସୀ କଂଗ୍ରେସର ଭାରତ ଯୋଡ ଯାତ୍ରାରେ ସାମିଲ ହେଉଛନ୍ତି। ତେଣୁ କଂଗ୍ରେସ ଲଢ଼େଇ କରିବାକୁ ପ୍ରସ୍ତୁତ। ରାଜ୍ୟରେ ବାରି ହେଲାଣି ରାଜନୀତିକ ଉଷ୍ମତା। ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ତୁଫାନି ଗସ୍ତ ଜାରି ରହିଥିବା ବେଳେ ବିଜେପିର କେନ୍ଦ୍ର ନେତୃତ୍ଵ ବି ଓଡ଼ିଶାକୁ ତୁହାକୁ ତୁହା ଗସ୍ତ କରୁଛନ୍ତି। ଭାରତ ଯୋଡ ଯାତ୍ରରୁ ଲାଭ ଉଠେଇବାକୁ ଯୋଜନା ରଖିଛି କଂଗ୍ରେସ। ଆଗୁଆ ନିର୍ବାଚନ କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ୨୦୨୩ କାହାକୁ କେମିତି ସଫଳତା ଦେଉଛି ତାହା ଦେଖିବାର କଥା।
Published by:Lipina Das
First published: