୨୦୨୪ ନିର୍ବାଚନ ପାଇଁ ମାଷ୍ଟର ପ୍ଲାନ ତିଆରି କରିବାରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳ

ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ସବୁ ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ଘାନ ଟୁ ସ୍ଥାନ ବୈଠକ କରି ଫିଡବ୍ୟାକ୍ ନେଇଛନ୍ତି।

୨୦୨୪ ନିର୍ବାଚନ ପାଇଁ  ମାଷ୍ଟର ପ୍ଲାନ ତିଆରି କରିବାରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳ

୨୦୨୪ ନିର୍ବାଚନ ପାଇଁ ମାଷ୍ଟର ପ୍ଲାନ ତିଆରି କରିବାରେ ଲାଗି ପଡ଼ିଛନ୍ତି ୩ ପ୍ରମୁଖ ଦଳ

  • Share this:
News18 Odia Digital

ଭୁବନେଶ୍ବର: ୨୦୨୪ ନିର୍ବାଚନ ପାଇଁ ପାଗଭିଡ଼ା ଆରମ୍ଭ ହୋଇଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏବେଠାରୁ ରଣନୀତି ତିଆରି କଲେଣି। ପଞ୍ଚାୟତ ଓ ପୌର ନିର୍ବାଚନରେ ଅଭୂତପୂର୍ବ ସଫଳତା ପରେ ଉତ୍ସାହିତ ଅଛି ବିଜେଡି। ତଥାପି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ଘାନ ଟୁ ସ୍ଥାନ ବୈଠକ କରି ଫିଡବ୍ୟାକ୍ ନେଇଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତାର ସୂତ୍ର ଯେଉଁଠି ଦଳ ଭଲ ପ୍ରଦର୍ଶନ କରିପାରିନାହିଁ, ତା'ର କାରଣ ଓ ପ୍ରତିକାର ସମ୍ପର୍କରେ ଆଲୋଚନା କରିଛନ୍ତି।

ଯେଉଁଠି ଦଳର ପରାଜୟ ହୋଇଛି। ସେଠାରେ କାହିଁକି କାର୍ଯ୍ୟ କଲାନାହିଁ ମାଇକ୍ରୋମ୍ୟାନେଜମେଣ୍ଟ, ବିଦ୍ରୋହୀ ନେତା ପରାଜୟର କାରଣ ସାଜିଲେ କି କେତେ ଭୋଟ୍ ପ୍ରତିଶତ କମିଲା, ସବୁର ତଥ୍ୟ ଦଳ ସୁପ୍ରିମୋଙ୍କୁ ଦେଇଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକମାନେ। ଏଥିସହ ୨୦୨୪ ନିର୍ବାଚନ ପାଇଁ ଆଉ କି ରଣନୀତି କାର୍ଯ୍ୟକାରୀ କରାଯାଇପାରିବ, ସେ ନେଇ ମତାମତ ଲୋଡ଼ିଛନ୍ତି। ଏ ସମସ୍ତ ପ୍ରସଙ୍ଗରେ ଆଗାମୀ ୧୦ ଦିନ ଭିତରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସୁପ୍ରିମୋଙ୍କୁ ରିପୋର୍ଟ ଦେବେ।

ଏହାପରେ ଜିଲ୍ଲା ସଭାପତିମାନଙ୍କର ସମୀକ୍ଷା ହେବ ବୋଲି ସୂଚନା ମିଳିଛି। ତେବେ ରିପୋର୍ଟ ଆଧାରରେ ନବୀନ ନୂଆ ଟିମ କରିପାରନ୍ତି ବୋଲି ସୂଚନା ମିଳିଛି। କେବଳ ସଙ୍ଗଠନ ନୁହେଁ ଖୁବ୍ ଶୀଘ୍ର ନିଜ ମନ୍ତ୍ରୀମାନଙ୍କର ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ଼ ସମୀକ୍ଷା କରିବେ ସୂଚନା ମିଳିଛି।

ସେପଟେ ରାଜ୍ୟ ବିଜେପି ମଧ୍ୟ ଏବେଠାରୁ ଜିଲ୍ଲାୱାରୀ ଷ୍ଟ୍ରାଟେଜି ତିଆରି କରିବାରେ ଲାଗି ପଡ଼ିଛି । ପୌର ଓ ପଞ୍ଚାୟତ ନିର୍ବାଚନ ବିଫଳତାର ସମୀକ୍ଷା କରିବା ସହ ଆଗକୁ ଦଳକୁ କିଭଳି ସଙ୍ଗଠିତ କରି ହେବ, ସେଥିପାଇଁ ପ୍ଲାନ୍ କରୁଛି ରାଜ୍ୟ ବିଜେପି ପ୍ରାୟ ୭୦ ପ୍ରତିଶତ ସମୀକ୍ଷା ସରିଗଲାଣି ଖୁବ୍ ଶୀଘ୍ର ଦଳ ଏକ ଚିନ୍ତନ ସମାବେଶର ଆୟୋଜନ କରିବାକୁ ଯାଉଛି।

ଯେଉଁଥିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳୁଛି। ବିଜେଡି ରାଇଟ୍‌ ଟ୍ରାକ୍‌ରେ ଥିବା ବେଳେ ବିଜେପି ପରାଜୟ ଗ୍ଲାନିରୁ ମୁକୁଳିବାକୁ ଚେଷ୍ଟା କରୁଛି। ହେଲେ କନ୍ଦଳ ଭିତରେ ରାଜ୍ୟ କଂଗ୍ରେସ ସଙ୍ଗଠନ ସଜାଡ଼ିବାକୁ ଚଳାଇଛି କସରତ। ଦୁଇ ଦିନ ହେଲାଣି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ଚଳାଇଥିଲେ ମାରାଥନ ବୈଠକ।

ପିପିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିବା କୁହାଯାଉଛି ଏହି ରେସ୍‌ରେ ଏକାଧିକ ଆଶାୟୀ ଥିବା ବେଳେ ବିଧାୟକଙ୍କ ଭିତରେ କାହାକୁ ପିସିସି ସଭାପତି କରାଯାଉ ବୋଲି ବରିଷ୍ଠ ନେତାଙ୍କ ମହଲରେ ଦାବି ଉଠୁଛି। ନୂଆ ପିସିସି ସଭାପତିଙ୍କ ସହ ଜିଲ୍ଲା କମିଟି ମଧ୍ୟ ଚୂଡ଼ାନ୍ତ ହୋଇପାରେ ବୋଲି ସୂଚନା ମିଳିଛି।

ଗୋଟିଏ ପଟେ କଂଗ୍ରେସ ଆମୂଳଚୂଳ ସାଙ୍ଗଠନିକ ପରିବର୍ତ୍ତନ କରିବାକୁ ଯାଉଥିବା ବେଳେ ଦଳୀୟ ନେତାଙ୍କ ଭିତରେ କଳି କାଳ ସାଜିଛି। ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ଦଳୀୟ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳୁଛି।

ବିବାଦୀୟ ମନ୍ତବ୍ୟ ନେଇ ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କୁ ନୋଟିସ୍ ଦେଇଛି ପାର୍ଟି ତେଣୁ ଦଳ ପାଇଁ ଏବେ ବି ଅନ୍ତଃକନ୍ଦଳ ମୁଣ୍ଡବିନ୍ଧାର କାରଣ ସାଜିଛି। ସଙ୍ଗଠନ କ୍ରିୟାଶୀଳ ନେଇ
ବିଜେଡି ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ଆମେ ରିପୋର୍ଟ ପ୍ରସ୍ତୁତ କରିକି ଦେବୁ। କଣ କରିବେ କଣ ନାଇଁ ସୁପ୍ରିମୋ ନିଷ୍ପତ୍ତି ନେବେ। କିନ୍ତୁ ଦଳ ଯେଉଁଠି ବିଫଳ ହୋଇଛି କିପରି ଭଲ କରିବ ଓ ଯେଉଁଠି ଭଲ କରିଛି ସେଠି କିପରି ସ୍ଥିତି ବଜାୟ ରଖିବ ତାହା ଉପରେ ଫୋକସ କରାଯାଉଛି।’’

ସେହିପରି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ଯେ ୬୫ ପ୍ରତିଶତ ସ୍ଥାନରେ ଦଳ ତା'ର ସ୍ଥିତି ଜାହିର କରିଛି। ଫଳାଫଳ ନେଇ ସମୀକ୍ଷା କରାଯାଉଛି। ପ୍ରାୟ ୭୫ ପ୍ରତିଶତ ସମୀକ୍ଷା ଶେଷ ହୋଇଛି। ଆଗାମୀ ଦିନରେ ଚିନ୍ତନ ସମାବେଶ କରାଯାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ।।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଦଳକୁ ସଜାଡ଼ିବାକୁ ରାଜ୍ୟ ପ୍ରଭାରୀ ଆଲୋଚନା କରିଛନ୍ତି। କିନ୍ତୁ ଦଳକୁ ନେଇ ଯେପରି ଚର୍ଚ୍ଚା ହେଉଛି ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ସମସ୍ତେ ଏକାଠି ହୋଇ ଲଢ଼ିବା ଜରୁରୀ। ନିଜ ନିଜ ପଦରୁ କିଛି ନେତାଙ୍କ ଇସ୍ତଫା କଥା ସମ୍ପୂର୍ଣ୍ଣ ଡ୍ରାମା।

କିଏ ସଭାପତି ହେବ ବୋଲି ପ୍ରଶ୍ନରେ ସେ କହିଛନ୍ତି ଯେ ସଭାପତି ହେବାକୁ ସମସ୍ତେ ମାନ କରୁଛନ୍ତି। କିନ୍ତୁ ହାଇକମାଣ୍ଡ ଯାହାକୁ କରିବେ ଆମେ ତାଙ୍କ ସହ ରହିବୁ ବୋଲି ସେ କହିଛନ୍ତି।
Published by:Lipina Das
First published: