News18 Odia Digital
ଭୁବନେଶ୍ୱର: ସାମାଜିକ ସ୍ରୋତରେ ସାମିଲ ହେଲେ ତିନି ଜଣ ହାର୍ଡକୋର ମାଓବାଦୀ। ଭୁବନେଶ୍ୱର ସ୍ଥିତ କମିଶନରେଟ ପୋଲିସ ମୁଖ୍ୟଆଳୟରେ ଆୟୋଜିତ ହୋଇଥିଲା ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମ। ପୋଲିସ ଡି.ଜି.ପି. ଅଭୟ ଓ ଆଇ ଜି ଅପରେସନ୍ ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଏମାନେ ଆତ୍ମ ସମର୍ପଣ କରିଥିଲେ।
ଏହି ଅବସରରେ ପୋଲିସ ଡି.ଜି.ପି. ଅଭୟ କହିଛନ୍ତି, "ମୂଳତଃ ଏହି ତିନି ଜଣ ହାର୍ଡକୋର ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ମାଓବାଦୀ ନେତାଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ହେଉଥିଲେ । ସେମାନଙ୍କୁ ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରିବା, ଲ୍ୟାଣ୍ଡମାଇନ ବିଛାଇବା ଆଦି ଦାୟିତ୍ବ ଦିଆଯାଉଥିଲା। ପ୍ରଥମେ ସେମାନଙ୍କୁ କିଛି ଦିନ ପାଇଁ ପ୍ରଶିକ୍ଷଣ ଦିଆଯାଇ ପରେ ସେମାନଙ୍କୁ କାର୍ଯ୍ୟରେ ଲଗାଯାଉଥିଲା। ପ୍ରଥମେ ସେମାନେ ଛତିଶଗଡ ଅଞ୍ଚଳରେ କାମ କରୁଥିବା ବେଳେ ପରେ ସେମାନଙ୍କୁ ଓଡ଼ିଶା ଅଞ୍ଚଳରେ ନିୟୋଜିତ କରାଯାଇଥିଲା।"
ସେ ଆହୁରି କହିଛନ୍ତି ଯେ ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ସିପିଆଇ ମାଓବାଦୀ ଲକ୍ଷ୍ମଣ ମାଡ଼ଭି ଓରଫ୍ ଲଖନ, ଗଙ୍ଗା ମାଡ଼କାମୀ ଓରଫ ନିତେଶ ଓ ସୁକା ସୋଡି ଓରଫ ନବୀନ। ଏମାନେ ସମସ୍ତେ ମୂଳତଃ ଛତିଶଗଡ଼ ଅଞ୍ଚଳ ହେବା ସହ କୋଡ଼ଙ୍ଗା-ମହାନଦୀ ସଂଯୁକ୍ତା ଏରିଆ କମିଟିର। ହେଲେ ସେମାନେ ଓଡ଼ିଶାର କେ.କେ. ବିଏନ ଡିଭିଜନ ନିର୍ଦ୍ଦେଶରେ କାମ କରୁଥିଲେ। ଏମାନଙ୍କ ଠାରୁ କାମ ଆଦାୟ କରୁଥିଲେ ଓଡ଼ିଶାର ମହାନଦୀ ଏରିଆ କମିଟି ଡିଭିଜନ। ତେବେ ଏମାନଙ୍କ ଆତ୍ମ ସମର୍ପଣ ମାଓବାଦୀ କାର୍ଯ୍ୟ କଳାପ ରୋକିବାରେ ସହାୟକ ହେବ ।

ଆତ୍ମ ସମର୍ପଣ କଲେ ଛତିଶଗଡ଼ର ୩ ହାର୍ଡକୋର ମାଓବାଦୀ
ନିଜ ପାଇଁ ଲଢ଼ିବା । ନିଜ ହକ ପାଇଁ ଲଢ଼ିବା। ସେଥିରେ ଯିଏ ବାଧାଦେଵ ତାକୁ ସାମ୍ନା କରିବାକୁ ପଡ଼ିବ। ଆମକୁ ଏଭଳି କରିବାକୁ କୁହାଯାଉଥିଲା କ୍ୟାମ୍ପରେ। ସେ ଛତିଶଗଡ ବାସିନ୍ଦା। ତାଙ୍କ ଭଳି ଭଳି କିଛି ଯୁବକଙ୍କୁ ମଧ୍ୟ ଏହି କଥା କୁହାଯାଉଥିଲା ବୋଲି କହିଛନ୍ତି ସମର୍ପଣ କରିଥିବା ମାଓବାଦୀ ଲଖନ ।
ସେହିପରି ଆଉ ଜଣେ ଆତ୍ମ ସମର୍ପଣ କରିଥିବା ମାଓବାଦୀ ଗଙ୍ଗା ମାଡ଼କାମୀ କହିଛନ୍ତି, "ସରକାରଙ୍କ ପ୍ରସ୍ତାବ ଆମକୁ ଭଲ ଲାଗିଲା । ତେଣୁ ଏଭଳି ଆତ୍ମ ସମର୍ପଣ ପାଇଁ ନିଷ୍ପତ୍ତି ନେଲୁ। ଆମେ ଚାହୁଁଛୁ ଆଗକୁ ଯୁବ ପିଢ଼ି ଏଭଳି କାର୍ଯ୍ୟ କଳା ପରେ ଲିପ୍ତ ନ ହୁଅନ୍ତୁ। "
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।