ଜୀବନର ଶେଷ ଖେଳ 'କ୍ରିକେଟ'; ମ୍ୟାଚ ଖେଳି ଫେରିବା ବାଟରେ ୩ ବନ୍ଧୁଙ୍କ ଦେହାନ୍ତ
- News18 Odia
- Last Updated :
- Kalahandi, India
News 18 Odia Digital
କଳାହାଣ୍ଡି; କ୍ରିକେଟ ମ୍ୟାଚ ଖେଳିବାକୁ ଯାଇଥିଲେ ୩ଜଣ ବନ୍ଧୁ । ଖେଳ ସରିବା ପରେ ବାଇକ ଚଳାଇ ଘରକୁ ଫେରିବା ସମୟରେ ଘଟିଗଲା ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ୩ଜଣ ଯୁବକଙ୍କର ଅକାଳରେ ଜୀବନ ଚାଲିଯାଇଛି ।
ସୂଚନା ମୁତାବକ, କଳାହାଣ୍ଡି ଭବାନୀପାଟଣା ରକାବାହାଳି ଗ୍ରାମର ରଘୁ ଗୌଡ, ଅକ୍ଷୟ ଗୌଡ, ଏବଂ ଟୁଟୁ ଗୌଡ ନିକଟସ୍ଥ ଉତକେଲା ଅଞ୍ଚଳକୁ କ୍ରିକେଟ ମ୍ୟାଚ ଖେଳିବାକୁ ଯାଇଥିଲେ । ଖେଳ ସରିବା ପରେ ୨୬ନମ୍ୱର ଏନଏଚରେ ୩ଜଣ ଘରକୁ ଫେରୁଥିଲେ । ଉକ୍ତ ସମୟରେ ପାଷ୍ଟିକୁଡି ପାଖରେ ଗୋଟିଏ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ସମସ୍ତଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକେ ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । କଳାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ଅବସ୍ଥାରେ ଥିବାରୁ ଅବରୋଧରୁ ହଟୁନଥିବା ଜଣାପଡିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।