ଗିରଫ ହେଲେ ୩ କୁଖ୍ୟାତ ଡ୍ରଗ ମାଫିଆ; ଜବତ ହେଲା ଦେଢ଼ କୋଟି ଟଙ୍କାର ବ୍ରାଉନ୍ ସୁଗାର

ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଦେଢ଼ କୋଟି ଟଙ୍କାର ବ୍ରାଉନ ସୁଗର ଜବତ କରିଛି କ୍ରାଇମ୍ ବ୍ରାଞ୍ଚ୍ ଏସଟିଏଫ। ଜିଲ୍ଲା ବାହାରକୁ ଏହି ବ୍ରାଉନ ସୁଗର ଚାଲାଣ ବେଳେ ୩ ଡ୍ରଗ୍ସ ମାଫିଆ ସହ ୧ କିଲୋ ୩୨୦ଗ୍ରାମ ବ୍ରାଉନ ସୁଗର ଜବତ ହେବା ସହ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି।

ଗିରଫ ହେଲେ ୩ କୁଖ୍ୟାତ ଡ୍ରଗ ମାଫିଆ

ଗିରଫ ହେଲେ ୩ କୁଖ୍ୟାତ ଡ୍ରଗ ମାଫିଆ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ବ୍ରାଉନ ସୁଗର କାରାବର ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ଦେଢ଼ କୋଟି ଟଙ୍କାର ବ୍ରାଉନ ସୁଗର ଜବତ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ। ଜିଲ୍ଲା ବାହାରକୁ ଏହି ବ୍ରାଉନ ସୁଗର ଚାଲାଣ ବେଳେ ୩ ଡ୍ରଗ୍ସ ମାଫିଆ ସହ ୧ କିଲୋ ୩୨୦ଗ୍ରାମ ବ୍ରାଉନ ସୁଗର ଜବତ ହେବା ସହ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି।

ଗିରଫ ତିନି ମାଫିଆ ଦୀର୍ଘ ଦିନ ଧରି ବ୍ରାଉନ ସୁଗର ବେପାର କରୁଥିବା ବେଳେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ଜଣା ପଡ଼ିଛି। ଗିରଫ ତିନି ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶେଖ ସମୀର, ସାୟାଦ ଇମତିଆଜ ଓ ପୁରୀ ଡେଲାଙ୍ଗ ଅଞ୍ଚଳର ରତି ରଞ୍ଜନ ରାଉତରାୟ। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା।

ବୁଧବାର ଏକ ପଲସର ବାଇକରେ ବ୍ୟାଗ ଭିତରେ ବ୍ରାଉନ୍ ସୁଗର ନେଉଥିବାର ଖବର ପାଇଥିଲା ଏସଟିଏଫ। ସଙ୍ଗେ ସଙ୍ଗେ ଯୋଜନା ମୁତାବକ ଚଢ଼ାଉ ଆରମ୍ଭ କରିଥିଲା ତଦନ୍ତକାରୀ ଟିମ୍। ଜଟଣୀ ରଜ ବଜାର ନିକଟରେ ଅଭିଯୁକ୍ତମାନେ ଚୋରା ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଏସଟିଏଫର ସ୍ୱତନ୍ତ୍ର ଟିମ ମାଡ଼ି ବସିଥିଲା। ଜବତ ବ୍ରାଉନ୍ ସୁଗର ମୂଲ୍ୟ ୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ତଦନ୍ତକାରୀ ଟିମ୍।

"ଗିରଫ ତିନି ଅଭିଯୁକ୍ତ ନାମରେ ଏକାଧିକ ମାମଲା ରହିଛି। ଦୀର୍ଘ ଦିନ ଧରି ରାଜ୍ୟକୁ ଏହି ଗ୍ୟାଙ୍ଗ ବ୍ରାଉନ୍ ସୁଗର ଚୋରା ଚାଲାଣ କରୁଥିଲେ। ଏମାନେ ପଶ୍ଚିମ ବଙ୍ଗର ଲାଲଗୁଲାରୁ ବ୍ରାଉନ୍ ସୁଗର ଆଣି ବ୍ୟବସାୟ କରନ୍ତି। କେତେବେଳେ ବାଇକ ତ ଆଉ କେତେବେଳେ ଟ୍ରେନ ଯୋଗେ ରାଜ୍ୟକୁ ଚାଲାଣ କରନ୍ତି ବ୍ରାଉନ୍ ସୁଗର। ପରେ ବିଭିନ୍ନ ଜିଲ୍ଲାକୁ ବେଧଡକ ଭାବେ ଚୋରା ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି। ସେମାନଙ୍କ ପାଖରୁ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଛି। ଏହି ଟଙ୍କା ବ୍ରାଉନ୍ ସୁଗର ଟଙ୍କା ବୋଲି ତଦନ୍ତ ବେଳେ ଜଣା ପଡ଼ିଛି,’’ କହିଛନ୍ତି ଏସ.ଟି.ଏଫ ଏସପି ତେଜରାଜ ପଟେଲ।

ଏହି ତିନି ଜଣଙ୍କ ପୂର୍ଵ ଅପରାଧିକ ରେକର୍ଡର ତଦନ୍ତ ପାଇଁ ରିମାଣ୍ଡରେ ଆଜି ଜେରା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ୍। ଏହାସହ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତିର ଖୋଲତାଡ଼ କରାଯିବ ବୋଲି କହିଛନ୍ତି ଏସଟିଏଫ ଏସପି ତେଜରାଜ ପଟେଲ। ଏମାନଙ୍କ ରାକେଟରେ ଆଉ କେଉଁମାନେ ଅଛନ୍ତି ତାକୁ ନେଇ ତଦନ୍ତ ଚାଲିଥିବା ବେଳେ ଏମାନଙ୍କ ଲିଙ୍କ ରାଜ୍ୟରେ କେଉଁମାନେ ଡ୍ରଗ୍ସ କାରବାର କରୁଛନ୍ତି ତାକୁ ନେଇ ତଦନ୍ତ ଚାଲିଥିବା ଏସଟିଏଫ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରୁ ଡ୍ରଗ୍ସ କାରାବର ରୋକିବା ପାଇଁ ୨୦୨୦ରୁ ଆରମ୍ଭ ହୋଇଥିଲା ଅପରେସନ ବ୍ରାଉନ୍ ସୁଗର। ଏବେ ସୁଦ୍ଧା ରାଜ୍ୟରୁ ୫୦ କିଲୋ ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୧୨୮ ଜଣ ମାଫିଆଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ମାଫିଆମାନଙ୍କ ମଧ୍ୟରେ ଅନେକଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ମୋଷ୍ଟ ୱାଣ୍ଟେଡ଼ ଘୋଷଣା କରାଯାଇଛି।
Published by:Lipina Das
First published: