ତିନି ପେସାଦାର ସାଇବର୍ ଠକ ବିହାରରୁ ଗରିଫ; ଓଡିଶାରୁ ଠକିଛନ୍ତି ୫୬ ଲକ୍ଷ ଟଙ୍କା

ଓଡିଶାରେ ଘଟୁଥିବା ଅଧିକାଂଶ ସାଇବର୍ ଅପରାଧ ପଛରେ ବିହାରୀ ଯୁବକଙ୍କ ହାତ ରହୁଥିବା ବେଳେ ଅନ୍ଲାଇନ୍ ଠକେଇର ଏହି ରାକେଟ୍ର ଚେର ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି ।

ତିନି ପେସାଦାର ସାଇବର୍ ଠକ ବିହାରରୁ ଗରିଫ; ଓଡିଶାରୁ ଠକିଛନ୍ତି ୫୬ ଲକ୍ଷ ଟଙ୍କା
ଓଡିଶାରେ ଘଟୁଥିବା ଅଧିକାଂଶ ସାଇବର୍ ଅପରାଧ ପଛରେ ବିହାରୀ ଯୁବକଙ୍କ ହାତ ରହୁଥିବା ବେଳେ ଅନ୍ଲାଇନ୍ ଠକେଇର ଏହି ରାକେଟ୍ର ଚେର ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ କୁହାଯାଇଛି ।
  • News18 Odia
  • Last Updated: December 2, 2019, 2:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ପେଟ୍ରୋଲ ପମ୍ପ୍ ଡିଲରସିପ୍ ଦେବା ପ୍ରତିଶୃତି ଦେଇ ଓଡିଶାର ଦୁଇ ଜଣ ଲୋକଙ୍କ ଠାରୁ 56 ଲକ୍ଷ ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗ୍‌ର ତିନି ଜଣ ଲୋକ ବିହାରରୁ ଗିରଫ ହୋଇଛନ୍ତି ।

ଏଇ ଗ୍ୟାଙ୍ଗ୍ ନାଁରେ ଦେଶର ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କାର ଅନ୍‌ଲାଇନ୍‌ ଠକେଇ ଅଭିଯୋଗ ଅଛି । ସେମାନଙ୍କୁ ଧରା ପକେଇବାରେ ମୁଖ୍ୟ ଭୂମିକା ନେଇଛି ଏକ ନକଲି ଜି-ମେଲ୍ ଆଇଡି ।

ଓଡି଼ଶା କ୍ରାଇମ୍ ବ୍ରାଞ୍ଚ୍ ସହ ଏଇ ବିହାରୀ ଗ୍ୟାଙ୍ଗ୍‌ର ଲୁଚକାଳି ଖେଳ ୧୧ ମାସ ଧରି ଚାଲିଥିଲା। ଶେଷରେ କ୍ରାଇମବ୍ରାଞ୍ଚ୍‌ର ସାଇବର ସେଲ୍‌ ହାତରେ ଧରା ପଡିଲେ ତିନି ଜଣ ସାଇବର୍‌ ଠକ । ସେମାନେ ହେଲେ ବିହାର ନାଳନ୍ଦା ଜିଲ୍ଲାର ବାସିନ୍ଦା ଆଶିଷ କୁମାର (୨୧), ଗୟା ବାସିନ୍ଦା ଶୁଭମ ପ୍ରୀୟଦର୍ଶୀ (୧୯) ଓ ନୱାଦା ବାସିନ୍ଦା କୌଶଳେନ୍ଦ୍ର କୁମାର (୨୩) ।

ଗିରଫ ସାଇବର୍‌ ଠକମାନଙ୍କ ଠାରୁ ଜବତ ଟଙ୍କା, ଲ୍ୟାପ୍‌ଟପ୍‌ ଓ ଅନ୍ୟ ସାମଗ୍ରୀ ।


ଏକ ଫେକ ୱେବ୍‌ସାଇଟ୍ ଖୋଲି ପେଟ୍ରୋଲ୍‌ ପମ୍ପ୍‌ର ଡିଲରସିପ୍‌ କରାଇ ଦେବା ନାଁରେ ଢେଙ୍କାନାଳ ଭୁବନ ବାସିନ୍ଦା ଓମ୍‌ ପ୍ରକାଶ ମିଶ୍ରଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକେଇ କରିଥିଲେ ସେମାନେ।  ଏହି ମାମଲାର ତଦନ୍ତ କରୁ କରୁ ଅଭିଯୁକ୍ତମାନେ ଟିଟଲାଗଡର ଜଣେ ବ୍ୟକ୍ତିଙ୍କ ଠାରୁ ମଧ୍ୟ ସମାନ ଢଙ୍ଗରେ ୧୪ ଲକ୍ଷ ୫୭ ହଜାର ଟଙ୍କା ଠକି ନେଇଥିବା ଜଣା ପଡିଥିଲା

କେବଳ ଏହି ଦୁଇଟି ମାମଲା ନୁହେଁ । ଏହି ଠକ ଗ୍ୟାଙ୍ଗ୍‌ ନାଁରେ ବିଭିନ୍ନ ରାଜ୍ୟରେ ଅନ୍‌ଲାଇନ୍‌ ଠକେଇର ଅନେକ ମାମଲା ରହିଛି । ସେଥି ମଧ୍ୟରୁ କେବଳ ଗୁଜରାଟରୁ ଏମାନେ ଏକ କୋଟି ଟଙ୍କା ଠକେଇ କରିଥିବା ଜଣା ପଡିଛି ।

“ପଚରାଉଚରାରୁ ଅଧିକ ତଥ୍ୟ ମିଳିବା ଆଶା ଥିବାରୁ ତିନି ଅଭିଯୁକ୍ତଙ୍କୁ ଭୁବନ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ରିମାଣ୍ଡ ଆବେଦନ କରାଯିବ,” କହିଛନ୍ତି କ୍ରାଇମ୍‌ ବ୍ରାଞ୍ଚ୍‌ ଏଡିଜି ସନ୍ତୋଷ ଉପାଧ୍ୟାୟ ।

ଏହି ତିନି ଜଣ ଅଭିଯୁକ୍ତଙ୍କୁ ପାଟନାର ଏଆର ଫିଲ୍ଡ ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟ୍ ରୁ ଗିରଫ କରାଯାଇ ପାଟନା ଜେଏମ୍‌ଏଫ୍‌ସିଙ୍କ ନିକଟରେ ହାଜର କରାଯାଇଥିଲା । ଏହା ପରେ ୪୮ ଘଣ୍ଟିଆ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ଓଡିଶା ଅଣାଯାଇଥିଲା । ସେମାନଙ୍କ ଠାରୁ ୮ ଲକ୍ଷ ୫୯ ହଜାର ଟଙ୍କା ନଗଦ ସହ ୧୬ଟି ମୋବାଇଲ ଫୋନ୍‌, ଏଟିଏମ କାର୍ଡ, ପେନ୍‌ଡ୍ରାଇଭ୍‌, ଡୋଙ୍ଗଲ୍ , ଲ୍ୟାପଟପ୍‌ ଓ ସିମ କାର୍ଡ ଆଦି ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ସାମଗ୍ରୀରୁ ଅନ୍ୟ ଠକେଇଗୁଡିକର ସୁରାକ ମିଳିପାରିବ ବୋଲି ଆଶା କରୁଛି କ୍ରାଇମ ବ୍ରାଞ୍ଚ ।

“ଅଭିଯୁକ୍ତମାନେ ଫେକ୍‌ ସିମ୍‌ କାର୍ଡ ବ୍ୟବହାର କରୁଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନଥିଲା, କିନ୍ତୁ ସେମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଏକ ନକଲି ଜି-ମେଲ ଆଇଡିରୁ ଅଭିଯୁକ୍ତଙ୍କ ବାବଦରେ ସଠିକ୍‌ ସୂଚନା ମିଳିଥିଲା,” କହିଛନ୍ତି ତଦନ୍ତକାରୀ ଅଧିକାରୀ ବିଭୁ ରଞ୍ଜନ ସୁନ୍ଦରାୟ ।

ଓଡିଶାରେ ଘଟୁଥିବା ଅଧିକାଂଶ ସାଇବର୍‌ ଅପରାଧ ପଛରେ ବିହାରୀ ଯୁବକଙ୍କ ହାତ ରହୁଥିବା ବେଳେ ଅନ ଲାଇନ ଠକେଇର ଏହି ରାକେଟ୍‌ର ଚେର ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
First published: December 2, 2019, 2:13 PM IST
corona virus btn
corona virus btn
Loading