ସାଙ୍ଗର ଜନ୍ମ ଦିନ ପାଳନ କରୁ କରୁ କୋଲାବ ଜଣଭଣ୍ଡାରରେ ବୁଡ଼ି ତିନି ଛାତ୍ରଙ୍କ ମୃତ୍ୟୁ ହେଲା

ମୃତକମାନଙ୍କ ମଧ୍ୟରୁ ଜଣକୁ ପହଁରିବା ବି ଜଣାଥିଲା । ଯେଉଁ ପିଲାର ଜନ୍ମ ଦିନ ଥିଲା ବୋଲି କୁହାଯାଉଛି, ତା’ର ଏ ଅଘଟଣ ପରେ ଦେଖା ନାହିଁ ବୋଲି ଜଣେ ମୃତ ଛାତ୍ରର ସମ୍ପର୍କୀୟ କହିଛନ୍ତି । ତଦନ୍ତ ଚ଼ାଲିଛି ।

ସାଙ୍ଗର ଜନ୍ମ ଦିନ ପାଳନ କରୁ କରୁ କୋଲାବ ଜଣଭଣ୍ଡାରରେ ବୁଡ଼ି ତିନି ଛାତ୍ରଙ୍କ ମୃତ୍ୟୁ ହେଲା
ତିନି ମୃତ ଛାତ୍ରଙ୍କ ଶରୀର ହସ୍ପିଟାଲରୁ ବାହାରକୁ ଆଣୁଛନ୍ତି ସେମାନଙ୍କ ସାଙ୍ଗ ଓ ପରିଜନ ।
  • News18 Odia
  • Last Updated: February 29, 2020, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁର: କୋରାପୁଟ ଜିଲା ଅନ୍ତର୍ଗତ କୋଲାବ ଜଳଭଣ୍ଡାରରେ ବୁଡି ପ୍ରାଣ ହରାଇଛନ୍ତି ତିନି ଜଣ କଲେଜ ଛାତ୍ର । ଜଣେ ସାଙ୍ଗର ଜନ୍ମଦିନ ପାଳନ କରିବାକୁ ସେମାନେ ନଦୀକୁ ଯାଇଥିବା ବେଳେ ଏହି ଅଘଟଣା ଘଟିଛି ବୋଲି କୁହାଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମୃତ ଛାତ୍ରମାନେ ହେଲେ ରାୟଗଡାର ମନ୍ମଥ ସାସମଲ ଏବଂ ମାଲକାନାଗିରିର ରମାକାନ୍ତ ପଟ୍ଟନାୟକ ଓ ସନ୍ଦୀପ ପୁଜାରୀ । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ସରକାରୀ ମହାବିଦ୍ୟାଳୟର ପାଞ୍ଚ ଜଣ ଛାତ୍ର ଶନିବାର ଦିନ ୧୧ଟା ବେଳେ କଲେଜରୁ ବାହାରି ଜଣେ ସାଙ୍ଗର ଜନ୍ମ ଦିନ ପାଳନ କରିବାକୁ କୋଲବ ଜଳଭଣ୍ଡାରର ଶାଖା ନଦୀ ନିକଟକୁ ଯାଇଥିଲେ । ନଦୀରେ ଗୋଡ ଖସିଯିବାରୁ ତିନି ଜଣ ଛାତ୍ର ପାଣି ଭିତରକୁ ଚ଼ାଲିଯାଇଥିଲେ ।

ସେଠାରେ ଥିବା ଅନ୍ୟ ସାଙ୍ଗମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ପାଣିରେ କିଛି ସମୟ ଖୋଜାଖୋଜି କରିବା ପରେ ତିନି ଜଣଙ୍କୁ ଉଦ୍ଧାର କରିଥିଲା । ଅଚ଼େତ ଅବସ୍ଥାରେ ତିନି ଜଣଙ୍କୁ ସେଠାରୁ କୋରାପୁଟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପ୍ରକୃତରେ ସେଠାରେ କଣ ଘଟିଥିଲା, ତିନି ଜଣ ଛାତ୍ର କିପରି ପାଣି ଭିତରକୁ ଚାଲିଗଲେ ସେ ବିଷୟରେ କୋରାପୁଟ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ମନ୍ମଥଙ୍କ ସମ୍ପର୍କୀୟମାନେ ପହଞ୍ଚିଛନ୍ତି । ମନ୍ମଥଙ୍କ ଘର ମୟୂରଭଞ୍ଜ ଜିଲାରେ, କିନ୍ତୁ ସେ କୋରାପୁଟରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ଅନ୍ୟ ଦୁଇ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି କହିଛନ୍ତି ଅଧିକାରୀମାନେ ।

‘‘ସେମାନେ ଜଣେ ସାଙ୍ଗର ଜନ୍ମ ଦିନ ପାଳନ କରିବାକୁ ନଦୀକୁ ଯାଇଥିଲେ । ତେବେ ଘଟଣା ସ୍ଥଳରେ କଣ ଘଟିଲା ମୁଁ ଜାଣିନାହିଁ । ସେମାନେ ଭଲ ପାଠ ପଢୁଥିଲେ । ଭଲ ପିଲା ମଧ୍ୟ ଥିଲେ,’’ କହିଛନ୍ତି ମୃତ ଛାତ୍ରମାନଙ୍କର ଜଣେ ସାଙ୍ଗ । ‘‘ମୃତକମାନଙ୍କ ମଧ୍ୟରୁ ଜଣେ ଆମ ହଷ୍ଟେଲ ପିଲା ଅଛି । ତାକୁ ପହଁରିବା ମଧ୍ୟ ଜଣାଥିଲା,’’ ସେ ପୁଣି କହିଛନ୍ତି ।

ମୃତ ମନ୍ମଥଙ୍କ ମାମୁଁ କହିଛନ୍ତି ଯେ ମନ୍ମଥ ତିନି ବର୍ଷର ହୋଇଥିବା ବେଳେ ସେ ଆସି ତାଙ୍କ ପାଖରେ ରହି ପାଠ ପଢୁଥିଲେ । ଏବେ ସେ ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ତେବେ କାଲି ରାତିରୁ ସେ ଜଣେ ସାଙ୍ଗଙ୍କ ଜନ୍ମଦିନ ଭୋଜିକୁ ଯାଇଥିଲା । ‘‘ଯେଉଁ ପିଲାର ଜନ୍ମ ଦିନ ଥିଲା, ସେ ପିଲାର ଏ ପର୍ଯ୍ୟନ୍ତ ଦେଖା ନାହିଁ,’’ ସେ ଆଶ୍ଡର୍ଯ୍ୟ ହୋଇ କହିଛନ୍ତି ।

‘‘ଏହା ଏକ ଦୁର୍ଘଟଣା । କିନ୍ତୁ ଘଟଣାର ତଦନ୍ତ ଚାଲିଛି । ପିଲାମାନେ କିପରି ସେଠାକୁ ଯାଇଥିଲେ ଓ କାହିଙ୍କି ତାହା ଉପରେ ତଦନ୍ତ ଚାଲିଛି । ମୃତ ପିଲାମାନଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣେଇଦିଆଯାଇଛି,’’ କହିଛନ୍ତି କୋରାପୁଟ ଜିଲା ଏସଡିପିଓ ବଳବଦ୍ର ଦାସ ।
First published: February 29, 2020, 8:29 PM IST
corona virus btn
corona virus btn
Loading