ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭିଜିଲାନ୍ସ ହାତରେ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ; ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ

ଭିଜିଲାନ୍ସ ହାତରେ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ; ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ

ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେମାନଙ୍କଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ ହାତରେ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ; ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ
୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 10, 2021, 12:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିପୁଳ ଟଙ୍କା ସହ ଧରାପଡ଼ିଥିବା ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶନିବାର ଏହି ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି।

ତିନି ଅଧିକାରୀଙ୍କ ଗିରଫ ନେଇ ଭିଜିଲାନ୍ସ ଏସପି ଅକ୍ଷୟ କୁମାର ମିଶ୍ର କହିଛନ୍ତି ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ । ସେମାନଙ୍କୁ ଠାରୁ ମୋଟ୍ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଏବେ ଅଭିଯୁକ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ସେମାନେ ବ୍ଲାକ ମନି ନେଇ ଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବାଲେଶ୍ୱର ପଲ୍ୟୁସନ୍ କଂଟ୍ରୋଲ ବୋର୍ଡର ଆଞ୍ଚଳିକ ଅଧତ୍କାରୀ ନରୋତ୍ତମ ବେହେରାଙ୍କଠାରୁ ମୋଟ ୧୦ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି । କାଲି ଟାଙ୍ଗୀ ଚେକ ଗେଟ ପାଖରେ ନରୋତ୍ତମଙ୍କ ନିକଟରୁ ୮୯ ହଜାର ଟଙ୍କା ଜବତ ହୋଇଥିଲା । ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା । ଆଉ ରେଡଡ଼ରେ ଆଜି ତାଙ୍କ ଘରୁ ଆଉ ୯ ଲକ୍ଷ ୨୫ ହଜାର ଜବତ ହୋଇଛି ।

ସେହିପରି କେନ୍ଦୁଝର ବୈତରଣୀ ଜଳସମ୍ପଦ ଡିଭିଜନ ଯନ୍ତ୍ରୀଙ୍କ ଠାରୁ ୧୦ ଲକ୍ଷ ୭୧ ହଜାର ଜବତ ହୋଇଛି । ସେ କେନ୍ଦୁଝରରୁ କଟକ ସ୍ଥିତ ନିଜ ଘର ଅଭିମୁଖେ ଅଫିସ ବୋଲେରୋରେ ଆସୁଥିବା ବେଳେ ଯାଜପୁରରେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଅଟକାଇ ଥିଲେ । ଆଉ ଯାଞ୍ଚ କରିବା ପରେ ଯନ୍ତ୍ରୀ ବିଧାନ ସାହୁଙ୍କ କାରରୁ ଗତକାଲି ୧୦ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଥିଲା । ପରେ ତାଙ୍କର କଟକ ସ୍ଥିତ ବାସଭବକୁ ସର୍ଚ୍ଚ ବେଳେ ଆଉ ୬୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
Published by: Soumya Das
First published: October 10, 2021, 12:11 PM IST