News18 Odia Digital
Koraput: ବାପା-ମା'ଙ୍କ ସ୍ବପ୍ନ ପୂରଣ କରିବା ଅନେକ ପିଲା ଚେଷ୍ଟା କରନ୍ତି। କିଛି ପିଲା ଏଥିରେ ସଫଳ ହୁଅନ୍ତି ତ ଆଉ କିଛି ବିଫଳ ହୁଅନ୍ତି। ହେଲେ ଅନେକ ପିଲା ଏମିତି ଅଛନ୍ତି ଯେଉଁମାନେ ବିଫଳ ହେଲା ପରେ ବି ହାର ମାନନ୍ତିନାହିଁ। ଚେଷ୍ଟା କରି ସଫଳତା ଅର୍ଜନ କରନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟରେ।
ବାପାଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ କୋରାପୁଟର ରାଜ ରାସ୍ତାରେ ଦୌଡ଼ିଲେ ଜୟପୁର(Jeypore)ର ତିନି ଛୁଆ। କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାହାରି ଜୟପୁରର ଯମୁନା (jamuna), ତପସ୍ୟା (Tapasya) ଓ ହରୀଶ ବାହାଦୁର (Hareesh Bahadur) ପାଖାପାଖି ୩୫ କିଲୋମିଟର ବାଟ ଅତିକ୍ରମ କରି ଦାମନଯୋଡି (Damanjodi) ପର୍ଯ୍ୟନ୍ତ ସଫଳତାର ସହ ଦୌଡ଼ିବାରେ ସକ୍ଷମ ହୋଇଛନ୍ତି ଏମାନେ।
ଜମୁନାର ବୟସ ୧୧ ବର୍ଷ ହୋଇଥିବା ବେଳେ ତପସ୍ୟା ଓ ହରିସଙ୍କ ବୟସ ମାତ୍ର ୧୦ ବର୍ଷରୁ କମ ଥିବା ବାପା ଜିତେନ୍ଦ୍ର ବାହାଦୂର ଜଣାଇଛନ୍ତି। ସକାଳ ୭ଟା ବେଳେ କୋରାପୁଟରୁ ବାହାରିଥିବା ଏହି ତିନିଜଣ ଶିଶୁ ୩୫ କିଲୋମିଟର ବାଟକୁ ୪ ଘଣ୍ଟା ୩୫ ମିନିଟ ସମୟ ମଧ୍ୟରେ ଅତିକ୍ରମ କରିଛନ୍ତି ଏହି ଶିଶୁ ଧାବକ।
ବାପା ଜିତେନ୍ଦ୍ର ବାହାଦୁର ଦିନେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ସ୍ଵପ୍ନ ଦେଖିଥିଲେ। ଭାରତୀୟ ସେନାରେ ଯୋଗଦେଇ ମା' ମାଟିର ଟେକ ରଖିବା ପାଇଁ ସଂକଳ୍ପ ନେଇଥିଲେ ବି ଜିତେନ୍ଦ୍ର ନିଜ ସ୍ବପ୍ନ ସାକାର କରପାରିନଥିଲା।
କିଛି ପାରିବାରିକ କାରଣରୁ ନିଜ ସ୍ଵପ୍ନକୁ ପାଖକୁ ଏଡ଼ାଇ ଦେଇ ଜୟପୁରରେ ଏକ ରାତ୍ରି ଜଗୁଆଳି ଭାବେ ସେ କାର୍ଯ୍ୟ କରିଆସୁଥିଲେ ହିଁ ନିଜ ତିନି ସନ୍ତାନଙ୍କ ମାଧ୍ୟମରେ ସେହି ଅଧିରା ସ୍ବପ୍ନକୁ ଚରିତାର୍ଥ କରିବା ପାଇଁ ଶତ ପ୍ରଚେଷ୍ଟା ଜାରି ରଖିଛନ୍ତି।
ଜୟପୁର ସହରରେ ପଡ଼ିଆ ମଧ୍ୟରେ ଜିତେନ୍ଦ୍ର ପିଲାଙ୍କୁ ପ୍ରତିଦିନ ଦୌଡାଇବା ଅଭ୍ୟାସ କରାଇଛନ୍ତି। ଅପରପକ୍ଷରେ ବାପାଙ୍କ ଅଧୁ
ରା ସ୍ଵପ୍ନକୁ ପୁର୍ଣ୍ଣ କରିବାକୁ ଏବେ ମନସ୍ଥ କରିଛନ୍ତି ଦୁଇ ଝିଅ ସହ ପୁଅ। ବାପାଙ୍କ ସ୍ବପ୍ନକୁ ନିଜ ସ୍ବପ୍ନ ଭାବେ ଗ୍ରହଣ କରି ନିରନ୍ତର ଭାବେ ଅଭ୍ୟାସ ଜାରି ରଖିଥିବା ବଡ଼ ଝିଅ ଯମୁନା ଜଣାଇଛନ୍ତି।
ବାପା ମଧ୍ୟ ନିଜ ସ୍ଵପ୍ନ ନିଜ ପିଲାଙ୍କ ପାଖରେ ଦେଖି ପ୍ରତିଟି କ୍ଷେତ୍ରରେ ଉତ୍ସାହ ଦେଉଛନ୍ତି। ଗତ କିଛି ଦିନ ପୂର୍ବେ ଏହି ପିଲାମାନେ ଜୟପୁରରୁ ବୋରିଗୁମ୍ମା ପର୍ଯ୍ୟନ୍ତ ୨୨ କିଲୋମିଟର ଦୁରତ୍ୱକୁ ଅତିକ୍ରମ କରିଥିଲେ।
ପଢ଼ନ୍ତୁ ଏହି ଖବର: ସାମ୍ନାକୁ ଆସିଲା ମନୋରମ ଦୃଶ୍ୟ; ରାତିରେ ସୁନା ଭଳି ଝଟକୁଛନ୍ତି ହାତୀଏବେ କୁନି କୁନି ପିଲାଙ୍କ ଏଭଳି ଦୁଃସାହସିକ କାର୍ଯ୍ୟର ପୁନରାବୃତ୍ତିକୁ ଦେଖି କୋରାପୁଟ ପୋଲିସ ମୁଖ୍ୟାଳୟର କିଛି ଅଫିସର ମଧ୍ୟ କିଛି ବାଟ ଦୌଡ଼ି ପିଲାଙ୍କୁ ଉତ୍ସାହିତ କରିଥିଲେ। କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ସହ କିଛି କ୍ରୀଡା ପ୍ରେମୀ ମଧ୍ୟ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ। ତିନି କୁନି ଛୁଆଙ୍କ ବାପାଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରି ସେନା ବାହିନୀରେ ଯୋଗଦେବେ ବୋଲି ନିଜ ସଙ୍କଳ୍ପକୁ ଦୋହରାଇଛନ୍ତି। ତେବେ ତିନି ପିଲାଙ୍କୁ ସରକାରୀ ସହାୟତା ମିଳିଲେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ ବୋଲି ପୌର ଅଧ୍ୟକ୍ଷ ଶ୍ରୀ ସେଠି ମତବ୍ୟକ୍ତ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।