ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ବଗି; ତଦନ୍ତ ଜାରି ରଖିଛି ରେଳ ବିଭାଗ

ବୁଧବାର ରାତିରେ ଗୋଟିଏ ଟ୍ରେନର ୩ଟି ବଗି ଡ଼ି-ରେଲ ହୋଇ ଅନ୍ୟ ଏକ ମାଲବାହୀ ଗାଡ଼ି ନିକଟକୁ ଭିଡ଼ି ଯାଇଥିଲା। ତେବେ ଏହି ଅଘଟଣରେ କାହାର କୌଣସି କ୍ଷତି ହୋଇ ନାହିଁ।

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ବଗି (ପ୍ରତୀକାତ୍ମକ ଛବି)

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୩ଟି ବଗି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ୩ଟି ଯାକ ବଗି। ବୁଧବାର ରାତିରେ ଗୋଟିଏ ଟ୍ରେନର ୩ଟି ବଗି ଡ଼ି-ରେଲ ହୋଇ ଅନ୍ୟ ଏକ ମାଲବାହୀ ଗାଡ଼ି ନିକଟକୁ ଭିଡ଼ି ଯାଇଥିଲା। ତେବେ ଏହି ଅଘଟଣରେ କାହାର କୌଣସି କ୍ଷତି ହୋଇ ନାହିଁ।

ବୁଧବାର ରାତି ୩ଟାରେ କଟକ ରେଳ ଷ୍ଟେସନଠାରୁ ମାତ୍ର ୫୦ ମିଟର ଦୂରରେ ୭ ନମ୍ବର ପ୍ଲାଟ ଫର୍ମରେ ରହି ସର୍ଟିଂ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ମାଲବାହୀ ଟ୍ରେନଟି ତାଳଚେରରୁ କୋଇଲା ନେଇ ପାରାଦ୍ୱୀପ ଅଭିମୁଖେ ଯାଉଥିଲା ବେଳେ ଟ୍ରେନର ତିନୋଟି ବଗି ହଠାତ ଡି-ରେଲ ହୋଇଯାଇ ନିକଟରେ ଠିଆ ହୋଇଥିବା ଆଉ ଏକ ମାଲଗାଡ଼ିରେ ଆଉଜି ହୋଇଯାଇଥିଲା।

ଗୁରୁବାର ସକାଳେ ଘଟଣା ସ୍ଥଳରେ ଖୋର୍ଦ୍ଧା ଡିଭିଜନର ଏ.ଡି. ଆର.ଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। ବଡ଼ ବଡ଼ ଜେ.ସି.ବି ସହ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଗୋଟିଏ ପରେ ଗୋଟିଏ ଲାଇନଚ୍ୟୁତ ବଗିକୁ ଧାରଣାରୁ ବାହାରକୁ ବାହାର କରାଯାଇଥିଲା। ରେଳ ସୁରକ୍ଷା ପୋଲିସ ଓ ଜି. ଆର. ପି ଘଟଣା ସ୍ଥାନରେ ପହଞ୍ଚିଥିଲେ। ପରେ ଟ୍ରେନ ଲାଇନରୁ ଲାଇନଚ୍ୟୁତ ହୋଇଥିବା ବଗି ଗୁଡ଼ିକର ଉଦ୍ଧାର କରିବା କାମ ତ୍ୱରାନ୍ୱିତ କରାଯାଇଥିଲା।

"ଆମେ ଦୁର୍ଘଟଣା ଘଟିବାର ୧ ଘଣ୍ଟା ମଧ୍ୟରେ ଅନ୍ୟ ସମସ୍ତ ଲାଇନ ₹କୁ କ୍ଲିୟର କରିଥିଲୁ। କେବଳ ପାରାଦ୍ୱୀପକୁ ଯାଉଥିବା ମାଲବାହୀ ଟ୍ରାକ ବନ୍ଦ ରହିଥିଲା। ଆଉ କେଇ ଘଣ୍ଟା ମଧ୍ୟରେ ତାହା ଠିକ କରି ଦିଆଯିବ। ଯାତ୍ରୀ ପରିବହନ କରୁଥିବା ସମସ୍ତ ଟ୍ରେନ ₹ର ଯାତାୟାତ ସ୍ୱାଭାବିକ କରିଛୁ। ସେଭଳି କୌଣସି ବଡ଼ ଧରଣର ଅଘଟଣ ଘଟି ନାହିଁ," କହିଛନ୍ତି ଖୋର୍ଦ୍ଧା ଡିଭିଜନ ଅତିରିକ୍ତ ଡି. ଆର.ଏମ କଲ୍ୟାଣ ପଟ୍ଟନାୟକ।

"କେଉଁ ପରିସ୍ଥିତିରେ ଓ କିଭଳି ମାଲବାହୀ ଟ୍ରେନଟି ଡି-ରେଲ ହେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି।  ଏହାର ତଦନ୍ତ ଏକ ସ୍ୱତନ୍ତ୍ର ଟେକନିକାଲ ଟିମ କରୁଛନ୍ତି। ରେଳ ବିଭାଗର ସୁରକ୍ଷା ଅଧିକାରୀଙ୍କ ସହ ଏକ୍ସପର୍ଟ ଟିମ ସମସ୍ତ ପ୍ରମାଣ ଏକାଠି କରୁଛନ୍ତି। ଆବଶ୍ୟକ ହେଲେ ଲୋକୋ ପାଇଲଟଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ସ୍ଥାନୀୟ କିଛି ଲୋକଙ୍କ ମଧ୍ୟ ମତାମତ ନିଆଯିବ। ଏହା ଛଡ଼ା ଏକ ବରିଷ୍ଠ ଅଧିକାରୀ ସ୍ତରରେ ମଧ୍ୟ ତଦନ୍ତ କରାଯିବ,"କହିଛନ୍ତି ପୂର୍ବତଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ।
Published by:Soumya Das
First published: