ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲଗାଣ ବର୍ଷା ଯୋଗୁଁ ବେହାଲ ଗଞ୍ଜାମ ଜିଲ୍ଲା; ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଲଗାଣ ବର୍ଷା ଯୋଗୁଁ ବେହାଲ ଗଞ୍ଜାମ ଜିଲ୍ଲା; ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଗଲା ଦୁଇ ଦିନ ହେବ ଲାଗିରହିଛି। ଏହି ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ହଜାର ହଜାର ହେକ୍ଟର ଧାନ ଫସଲ ପାଣିରେ ବୁଡି ରହିଥିବା ଜଣାପଡିଛି ।

ଲଗାଣ ବର୍ଷା ଯୋଗୁଁ ବେହାଲ ଗଞ୍ଜାମ ଜିଲ୍ଲା; ମୁଣ୍ଡରେ ହାତ ଦେଇ ବସିଛି ଚାଷୀ
ପ୍ରବଳ ବର୍ଷା ଯୋଗୁଁ ଧାନ ଅମଳ ହେଇପାରୁ ନାହିଁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 14, 2021, 5:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଗଲା ଦୁଇ ଦିନ ହେବ ଲାଗିରହିଛି। ଏହି ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ହଜାର ହଜାର ହେକ୍ଟର ଧାନ ଫସଲ ଏବେ ପାଣିରେ ବୁଡି ରହିଥିବା ଜଣାପଡିଛି । ଅମଳ ସମୟରେ ଏପରି ବର୍ଷା ଚାଷୀର ଚିନ୍ତା ବଢ଼ାଇ ଦେଇଛି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରା ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଥିବାର ଜଣାପଡିଥିବା ବେଳେ ଗତ ଦୁଇ ଦିନ ହେବ ଜିଲ୍ଲାର ସମସ୍ତ ଅଞ୍ଚଳରେ ଲାଗିରହିଛି । ତେବେ ଏହି ଲଗାଣ ବର୍ଷାରେ ପୁରା ଚାଷୀ କୁଳକୁ ହତାଶ କରିଥିବା ବେଳେ ଜିଲ୍ଲାର ଆସିକା , ସୋରଡା , କବିସୂର୍ଯ୍ୟନଗର , ଭଞ୍ଜନଗର ସମେତ ସମସ୍ତ ପ୍ରାୟ ଅଞ୍ଚଳରେ ଚାଷ ଜମି ଉପରେ ଏବେ ବର୍ଷା ଜଳ ପ୍ରଭାବିତ ହେଉଥିବା ଜଣାପଡିଛି । ଏପରିକି ବର୍ଷାର ପରିମାଣ ରାତିରେ ବହୁ ମାତ୍ରାରେ ବଢୁଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀମାନେ ଠିକ ଧାନ ଅମଳ ସମୟରେ ଏହି ଲଗାଣ ବର୍ଷା ପୁରା ବିତ୍ପାତ କରି ଦେଇଛି । ଯାହାକୁ ନେଇ ଏବେ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି ।

“ଏ ଦିଗରେ କୃଷି ବିଭାଗ ହେଉ ବା ରାଜସ୍ଵ ବିଭାଗ ଘଟଣାର ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାର ଆବଶ୍ୟକତା ରହିଛି," କହିଛନ୍ତି କବିସୂର୍ଯ୍ୟନଗରର ଭାଗ ଚାଷୀ ଉମା ଶଙ୍କର କରଣ।

"ଏହି ଭଳି ସମୟରେ ସରକାରଙ୍କ ସହାୟତା ଏକ ମାତ୍ରା ଭରସା। ନଚେତ ଧାର କରଜ କରି ଚାଷ କରିଥିବା ଚାଷୀମାନେ କିଭଳି ଧାର କରଜ ସୁଝିବେ,"ପ୍ରଶ୍ନ ଉଠାଇଛନ୍ତି ଏନ.କେ ଖରିଡାର ଚାଷୀ କୁମୁଦ ଜେନା।
Published by: Soumya Das
First published: November 14, 2021, 5:23 PM IST