ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଣ୍ଡୋମରେ ଭରିଗଲା ପୁରୀର ଚକ୍ରତୀର୍ଥ ରୋଡ଼; ୪୦୦ ମିଟର ପର୍ଯ୍ୟନ୍ତ ପଡି଼ଥିଲା ମାଳ ମାଳ କଣ୍ଡୋମ୍

କଣ୍ଡୋମରେ ଭରିଗଲା ପୁରୀର ଚକ୍ରତୀର୍ଥ ରୋଡ଼; ୪୦୦ ମିଟର ପର୍ଯ୍ୟନ୍ତ ପଡି଼ଥିଲା ମାଳ ମାଳ କଣ୍ଡୋମ୍

Thousands of condoms found lying on a Puri road | ଏତେ ସଂଖ୍ୟକ କଣ୍ଡୋମ୍ ରାସ୍ତାରେ ପଡି଼ବା ନେଇ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ସଂସ୍ଥାକୁ ଖବର ଦିଆଯାଇଥିଲା । ଏ ନେଇ ସି.ଡି.ଏମ.ଓ.ଙ୍କୁ ତଦନ୍ତ ପାଇଁ କୁହାଯାଇଛି ବୋଲି କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

କଣ୍ଡୋମରେ ଭରିଗଲା ପୁରୀର ଚକ୍ରତୀର୍ଥ ରୋଡ଼; ୪୦୦ ମିଟର ପର୍ଯ୍ୟନ୍ତ ପଡି଼ଥିଲା ମାଳ ମାଳ କଣ୍ଡୋମ୍
ଏତେ ସଂଖ୍ୟାରେ କଣ୍ଡୋମ୍ ପଡ଼ିଥିବା ଦେଖି ସମସ୍ତେ ଚକିତ ହୋଇଥିଲେ ।
  • News18 Odia
  • Last Updated: October 23, 2021, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଯେଉଁଆଡ଼େ ଆଖି ଉଠାଇ ଚାହିଁଲେ ମେଞ୍ଚା ମେଞ୍ଚା କଣ୍ଡୋମ୍‌ ପ୍ୟାକେଟ୍‌ ପଡ଼ିଥିବା ଦେଖାଯାଉଥିଲା । ସକାଳେ ଚକ୍ରତୀର୍ଥ ରୋଡ଼ରେ ଥିବା ଏକ ମଦ ଦୋକାନ ସାମନା ଗଡ଼ନ୍ତିରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଆନ୍ତର୍ଜାତୀୟ ଆଧ୍ୟାତ୍ମିକ ପର୍ଯ୍ୟଟନ ସହରରେ ପର୍ଯ୍ୟଟକମାନଙ୍କ ଚଳପ୍ରଚଳର ପ୍ରମୁଖ ରାସ୍ତା ଚକ୍ରତୀର୍ଥ ରୋଡ଼ରେ ଏଭଳି ମାଳ ମାଳ କଣ୍ଡୋମ୍‌ ପଡି଼ବା ନେଇ ବେଶ ଚର୍ଚ୍ଚା ହେଉଛି ।

ଶୁକ୍ରବାର ଭୋରରୁ ପୁରୀର ଚକ୍ରତୀର୍ଥ ରୋଡରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଦୃଶ୍ୟ । ହୋଟେଲ୍‌ ଶାନ୍ତନା ଛକରୁ ଆରମ୍ଭ କରି ଲେପ୍ରୋସି ଅଫିସ୍‌ ପର୍ଯ୍ୟନ୍ତ ରାସ୍ତାର ପ୍ରାୟ ୪୦୦ ମିଟର୍‌ ପର୍ଯ୍ୟନ୍ତ କଣ୍ଡୋମ୍‌ ପ୍ୟାକେଟଗୁଡ଼ିକ ଛିନଛତ୍ର ହୋଇପଡ଼ିଥିଲା । ପ୍ରାତଃ ଭ୍ରମଣ ଓ କାମକାର୍ଯ୍ୟରେ ଯାଉଥିବା ଲୋକେ ଏହା ଦେଖି ତାଜୁବ୍‌ ହୋଇଯାଇଥିଲେ । କିଛି କଣ୍ଡୋମ୍‌ ଅବ୍ୟବହୃତ ଥିବା ବେଳେ କିଛି ବ୍ୟବହୃତ ହୋଇଥିବା ଭଳି ଦେଖାଯାଉଥିଲା । ତା’ ସହ ପଡି଼ରହିଥିଲା କଣ୍ଡୋମ୍‌ ପ୍ୟାକେଟ୍‌ । ଏହି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।

ଏହା ବି ପଢ଼ନ୍ତୁ | T20 World Cup: କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉପରେ ଚିଡ଼ିଗଲେ ବିରାଟ କୌହଲି; କହିଲେ ‘‘ମସଲା ଦେବିନି’’

‘‘ପାଖରେ ପେଣ୍ଠକଟା ବସ୍ତି ଅତି ନିକଟରେ ରହିଥିବାରୁ ଏହି ରାସ୍ତାରେ କିଏ କଣ୍ଡୋମ ପ୍ୟାକେଟ୍‌ ପକାଇଛି ତାହା ସାରା ସହରରେ ଆଲୋଚନାର ବିଷୟ ହୋଇଛି । ଏ ପର୍ଯ୍ୟନ୍ତ ସଠିକ କିଛି ଜଣା ପଡୁନାହିଁ’’ କହିଛନ୍ତି ସ୍ଥାନୀୟ ମତ୍ସ୍ୟଜିବୀ ନେତା ବାବୁଲା ପ୍ରସାଦ ।

କିଛି କଣ୍ଡୋମ୍ ଅବ୍ୟବହୃତ ଥିବା ବେଳେ କିଛି ବ୍ୟବହୃତ ହୋଇଥିବା ଭଳି ଦେଖାଯାଉଥିଲା ।


ଏହା ବି ପଢ଼ନ୍ତୁ | ATMରୁ ଛିଣ୍ଡା ନୋଟ୍ ବାହାରିଲା? ଏଣିକି ବ୍ୟାଙ୍କ୍ ତାକୁ ଫେରାଇ ନେବ; SBI କହିଲା ଉପାୟ

କଣ୍ଡୋମ୍‌ ପ୍ୟାକେଟଗୁଡ଼ିକ ସରକାରୀ ଉଦ୍ୟୋଗର ବୋଲି ତା’ ଉପରେ ଥିବା ଲେଖାରୁ ଜଣାପଡ଼ିଥିଲା । ତେଣୁ କେହି ଜାଣିଶୁଣି ରାସ୍ତା ଉପରେ ପକାଇଛି ନା ଏହା କୌଣସି ଗାଡି଼ରେ ନେବା ବେଳେ ଗଳି ପଡ଼ିଛି ତାହା ତଦନ୍ତର ବିଷୟ ବୋଲି କହିଛନ୍ତି ସ୍ଥାନୀୟ ଏକ ହୋଟେଲର ମାଲିକ ଶ୍ରୀମନ୍ତ ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ଦିନ ହେଲା କିଛି ଖାଇନି’’

‘‘ଏ ନେଇ ସ୍ଥାନୀୟ କିଛି ବୁଦ୍ଧିଜୀବୀ ପ୍ରଶାସନକୁ ମଧ୍ୟ ଜଣାଇଥିଲେ । ହେଲେ କୌଣସି ଶକ୍ତ ପଦକ୍ଷେପ ବା ତଦନ୍ତ ହୋଇନାହିଁ । ରାସ୍ତା ସଫା କରୁଥିବା ପୌର ସଂସ୍ଥାର ସଫେଇ କର୍ମଚାରୀମାନେ ସବୁ କଣ୍ଡୋମକୁ ଓଳାଇ ନେଇ ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରକୁ ଗାଡି଼ ଯୋଗେ ପଠାଇଥିଲେ । ଏବେ ବି କିଛି କଣ୍ଡୋମ୍‌ ରାସ୍ତା ପାଶ୍ୱରେ ପଡ଼ିଥିବା ନଜର ଆସୁଛି,’’ କହିଛନ୍ତି ଶ୍ରୀମନ୍ତ ଦାଶ ।

ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗା

ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ‘‘ଏତେ ସଂଖ୍ୟକ କଣ୍ଡୋମ୍‌ ପଡି଼ବା ନେଇ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ସଂସ୍ଥାକୁ ଖବର ଦିଆଯାଇଥିଲା । ତେବେ ଆବର୍ଜନା ଗାଡି଼ରୁ ଏହା ଖସିପଡି଼ଛି କି କିଏ ପକାଇଛି ତା’ର ତଦନ୍ତ ଚାଲିଛି । ପ୍ରଥମେ ତାକୁ ପରିଷ୍କାର କରିବା ପାଇଁ ପୌର ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିଛି କଣ୍ଡୋମ୍‌ ପ୍ୟାକେଟକୁ ତନଖି କରି ତାହା ନିରୋଧ କଣ୍ଡୋମ ଓ ସରକାରୀ ସପ୍ଲାଇ ବୋଲି ଜଣାପଡ଼ିବା ପରେ କେଉଁଠି ଏହା ଷ୍ଟକ୍‌ ଥିଲା ଓ କିଭଳି ଏହାକୁ ଡିସପୋଜାଲ୍‌ କରାଯାଇଛି ସେ ନେଇ ସି.ଡି.ଏମ.ଓ.ଙ୍କୁ ତଦନ୍ତ ପାଇଁ କୁହାଯାଇଛି ।’’

ଏହା ବି ପଢ଼ନ୍ତୁ | ମଜାରେ ମଜାରେ ଜଣେ ଲୋକର ମୃତ୍ୟୁ ହେଲା; ଗୋଟେ ମାଙ୍କଡ଼ ଇଟା ଫିଙ୍ଗି ମଥା ଫଟେଇଦେଲା

ହଜାର ହଜାର ପ୍ୟାକେଟ୍‌ ସରକାରୀ ସପ୍ଲାଏ କଣ୍ଡୋମ୍‌ ଏଭଳି ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡି଼ବାକୁ ନେଇ ପୁରୀ ସହରରେ ଚାଲିଥିବା ଚର୍ଚ୍ଚା ଗଭୀର ହେଉଛି ।
Published by: Anand S.T. Das
First published: October 23, 2021, 11:53 PM IST