ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପ୍ରବାହିତ ହେବ ଚଳିତ ବର୍ଷର ସର୍ବାଧିକ ବନ୍ୟା ଜଳ

ଖଇରମାଳ ବ୍ୟାରେଜ ଦେଇ ୪ ଲକ୍ଷ୍ୟ ୯୬ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଖଇରମାଳର ୧୨ ଘଣ୍ଟା ପରେ ବରମୂଳ , ଆଉ ବରମୂଳର ପାଣି ୧୨ ଘଣ୍ଟା ପରେ ମୁଣ୍ଡଳୀରେ ପହଞ୍ଚିବ ।

ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପ୍ରବାହିତ ହେବ ଚଳିତ ବର୍ଷର ସର୍ବାଧିକ ବନ୍ୟା ଜଳ

ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପ୍ରବାହିତ ହେବ ଚଳିତ ବର୍ଷର ସର୍ବାଧିକ ବନ୍ୟା ଜଳ

  • Share this:
News 18 Odia Digital

କଟକ; ଉପର ମୁଣ୍ଡରେ ଜାରି ରହିଥିବା ପ୍ରବଳ ବର୍ଷା ଓ ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଉଥିବା ପାଣି ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ମହାନଦୀର ଜଳସ୍ତର । ଏହାରି ଭିତରେ ଦୁଇ ଦିନ ତଳେ ଛଡା ଯାଇଥିବା ହୀରାକୁଦ ଜଳଭଣ୍ଡାରର ପାଣି କଟକ ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିବା ପରେ ମୁଣ୍ଡୁଳିରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଫଳ ସ୍ୱରୂପ ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୩ ଲକ୍ଷ୍ୟ ୫୧୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ମୁଣ୍ଡଳୀ ବ୍ୟାରେଜରୁ ନିଷ୍କାସିତ ପାଣିକୁ ମହାନଦୀର ଯୋବ୍ରା ବ୍ୟାରେଜ ଓ କାଠଯୋଡି ନଦୀର ନାରାଜ ବ୍ୟାରେଜ ଦେଇ ନିଷ୍କାସନ କରାଯାଉଛି । ଶନିବାର ସକାଳ ସୁଦ୍ଧା ଯୋବ୍ରା ବ୍ୟାରେଜ ଦେଇ ୧ ଲକ୍ଷ୍ୟ ୬୪ ହଜାର କ୍ୟୁସେକ ଓ ନାରାଜ ବ୍ୟାରେଜ ଦେଇ ୧ ଲକ୍ଷ୍ୟ ୧୯ ହଜାର ୧୫୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବଡ଼ କଥା ଏହା ଯେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହୋଇଥିବା ପାଣି ସହିତ ହାତୀ ନଦୀର ଜଳ ମିଶି ଯିବାରୁ ଏହି ପାଣିର ପରିମାଣ ବୃଦ୍ଧି ପାଇଛି ।

ସକାଳ ସୁଦ୍ଧା ମୁଣ୍ଡଳୀର ଉପର ମୁଣ୍ଡ ରେ ଥିବା ବରମୂଳ ଦେଇ ୩ ଲକ୍ଷ୍ୟ ୧୮ ହଜାର ୭୫୦ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳର ଉପର ମୁଣ୍ଡରେ ଥିବା ଖଇରମାଳ ବ୍ୟାରେଜ ଦେଇ ୪ ଲକ୍ଷ୍ୟ ୯୬ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ଖଇରମାଳର ୧୨ ଘଣ୍ଟା ପରେ ବରମୂଳ , ଆଉ ବରମୂଳର ପାଣି ୧୨ ଘଣ୍ଟା ପରେ ମୁଣ୍ଡଳୀରେ ପହଞ୍ଚିବ । ଫଳରେ ଆସନ୍ତାକାଲି ସକାଳ ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀରେ ପ୍ରବାହିତ ହେବାକୁ ଯାଉଛି ବନ୍ୟା ଜଳ ।

ଖଇରମାଳ ବ୍ୟାରେଜ ଦେଇ ୪ ଲକ୍ଷ୍ୟ ୯୬ ହଜାର କ୍ୟୁସେକ ପାଣି ମୁଣ୍ଡଳୀରେ ପହଞ୍ଚିବା ବେଳକୁ ଏହା ଆହୁରି ବୃଦ୍ଧି ପାଇବ। ବିଶେଷ କରି ଉପର ମୁଣ୍ଡରେ ହେଉଥିବା ଲଗାଣ ବର୍ଷା ଓ ମହାନଦୀର ଉପନଦୀ ଗୁଡିକର ପାଣି ମିଶିବା ପରେ ଏହି ପାଣିର ପରିମାଣ ୫ ଲକ୍ଷ୍ୟ କ୍ୟୁସେକରୁ ଉର୍ଦ୍ଧ୍ବ କୁ ଚାଲିଯିବ ବୋଲି ଆକଳନ କରିଛନ୍ତି ମୁଣ୍ଡଳୀ ବ୍ୟାରେଜ କର୍ତ୍ତୃପକ୍ଷ ।

ଯଦି ଏପରି ହୁଏ ତେବେ ଆସନ୍ତା କାଲି ମହାନଦୀ ଦେଖିବ ଚଳିତ ବର୍ଷର ସର୍ବାଧିକ ବନ୍ୟା ଜଳ । କିନ୍ତୁ ମହାନଦୀରେ ଆସନ୍ତା କାଲି ୬ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହୋଇପାରେ ବୋଲି ଜଳ ସମ୍ପଦ ବିଭାଗ ଆକଳନ କରିଥିବା ବେଳେ ଏହା ଦ୍ୱାରା କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କାରଣ ମହାନଦୀର ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ଲକ୍ଷ୍ୟ କ୍ୟୁସେକ ଜଳ ପ୍ରବାହିତ ହେଲେ ହିଁ ନିମ୍ନ ଧାରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଥାଏ । ହେଲେ ସେ ସ୍ଥିତି ଏବେ ଉପୁଜିଥିବାର କୌଣସି ସମ୍ଭାବନା ନ ଥିବା କଥା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
Published by:Soubhagya Mishra
First published: