ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା: ଚଳିତ ବର୍ଷ ୮୨୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ଯ ରହିଛି

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଉନ୍ନତିକରଣ ନେଇ ପ୍ରଶ୍ନକାଳରେ ସରଗରମ ଆଲୋଚନା। ଗତ ୩ ବର୍ଷରେ ସମୁଦାୟ ୯ ହଜାର ୪୧୩ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ଅନୁମୋଦନ ହୋଇଛି।

ବିଧାନସଭା

ବିଧାନସଭା

  • Share this:
News 18 Odia Digital

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଉନ୍ନତିକରଣ ନେଇ ପ୍ରଶ୍ନକାଳରେ ସରଗରମ ଆଲୋଚନା। ୨୦୨୨-୨୩ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀନରେ ୩୪୯୪ .୬୨ କିଲୋମିଟର ୬୩୫ ଟି ରାସ୍ତା ସମ୍ପୂର୍ଣ୍ଣ ଲକ୍ଷ୍ଯ ରଖାଯାଇଛି। ଯାହାକି ବିଗତ କିଛି ବର୍ଷ ଧରି ଚାଲୁ ରହିଛି। ସେହିପରି ଚଳିତ ଆର୍ଥିକ ବର୍ଷ ( ୨୦୨୨-୨୩)ରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୮୨୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ଯ ଧାର୍ଯ୍ୟ ହୋଇଛି। ଏଥିପାଇଁ ଖର୍ଚ୍ଚ ହେବ ୧୩୮୩.୩୩ କୋଟି ଟଙ୍କା। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ୧୭ ହଜାର ୮୭୩ ଟି ରାସ୍ତା ,୭୪ ହଜାର ୨୦୨ କିଲୋମିଟର ରାସ୍ତା ଓ ୬୪୭ ବ୍ରିଜ ଅନୁମୋଦନ ହୋଇଛି। ଏଥିପାଇଁ ୩୩ ହଜାର ୪୬୩ କୋଟି ବ୍ୟୟବରାଦ ଅନୁମୋଦନ ହୋଇଛି। ଏଥିରୁ ବର୍ତ୍ତମାନ ସୁଦ୍ଧା ଶେଷ ହୋଇଛି ୧୬ ହଜାର ୪୯୨ ରାସ୍ତା ,୬୪ ହଜାର ୮୯୩ କିଲୋମିଟର ରାସ୍ତା ,୫୨୨ ବ୍ରିଜ ।

ଗତ ୩ ବର୍ଷରେ ସମୁଦାୟ ୯ ହଜାର ୪୧୩ କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ଅନୁମୋଦନ ହୋଇଛି। ୧୪୦୮ ଟି ରାସ୍ତା ଓ ୯୨ ଟି ବ୍ରିଜ ପାଇଁ ମଞ୍ଜୁର କରାଯାଇଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୭୬୩.୭୫ କିଲୋମିଟର ରାସ୍ତା ହାତକୁ ନିଆଯାଇଛି। କିପରି ଭଲ ରାସ୍ତା ହେବ ଓ ଓ ସମୟ ସୀମା ମଧ୍ୟରେ ଶେଷ ହେବ ସେ ନେଇ ପ୍ରୟାସ କରାଯାଉଛି। ସର୍କଲ ଓ ଡିଭିଜନ ସ୍ତରରେ ମଧ୍ଯ ବୈଠକ କରାଯାଉଛି। ଜମି ବିବାଦ,ଜଙ୍ଗଲ ଜମି ବିବାଦ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଉଛି। ନିର୍ମାଣରେ ବିଳମ୍ବ ହେଲେ କାରଣ ଦର୍ଶାଅ ନୋଟିସ ସହ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Published by:Soumyashree Mishra
First published: