ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଧବଳେଶ୍ୱରଙ୍କ ପ୍ରଶିଦ୍ଧ ବଡ଼ ଓଷା ଯାତ୍ରା

ଗୁଜୁରାଟ ଟ୍ରାଜେଡି ପରେ ହିଁ ଧବଳେଶ୍ୱର ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କଥା ବିଭାଗୀୟ ଅଧିକାରୀଙ୍କର ମନେ ପଡ଼ିଥିଲା । ଏଠାରେ ପ୍ରଶ୍ନ ଉଠୁଛି ପୋଲଟି ଏତେ ଅସୁରକ୍ଷିତ ହେବା ପର୍ଯ୍ୟନ୍ତ କଥା ଗଲା କାହିଁକି?

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଧବଳେଶ୍ୱରଙ୍କ ପ୍ରଶିଦ୍ଧ ବଡ଼ ଓଷା ଯାତ୍ରା

ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହେବ ଧବଳେଶ୍ୱରଙ୍କ ପ୍ରଶିଦ୍ଧ ବଡ଼ ଓଷା ଯାତ୍ରା

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ଚଳିତ ବର୍ଷ ବିନା ଭକ୍ତରେ ସମ୍ପର୍ଣ୍ଣ ହେବ ଧବଳେଶ୍ୱରଙ୍କ ପ୍ରଶିଦ୍ଧ ବଡ଼ ଓଷା ଯାତ୍ରା । ଏନେଇ ପରୋକ୍ଷରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।  ଝୁଲା ପୋଲଟି ଅସୁରକ୍ଷିତ ହେଇ ପଡ଼ିଥିବାରୁ ଅଘଟଣ ଆଶଙ୍କା କରି ଏହି ଭଳି କିଛି ନିସ୍ପତି ଗ୍ରହଣ କରିଛି ପ୍ରଶାସନ ।



ସେପଟେ ଏବେ ସାମନାକୁ ଆସିଛି ଝୁଲା ପୋଲର ଜରାଜିର୍ଣ୍ଣ ସ୍ଥିତି । ପୋଲର ମେଟାଲ ରୋପକୁ ଧରି ରଖିଥିବା ସ୍ପାନ୍ ଗୁଡ଼ିକରେ କଳଙ୍କି ଲାଗି ନଷ୍ଟ ହୋଇଯାଇଛି । କେବଳ ଗୋଟିଏ ସ୍ପାନ ନୁହେଁ, ମେଟାଲ ରୋପକୁ ସପୋର୍ଟ କରୁଥିବା ଏବଂ ପୋଲର ଉଭୟ ପଟେ ରହିଥିବା ୪ଟି ଜାକ ସ୍ପାନ୍ ସମାନ ସ୍ଥିତିରେ ରହିଛି । ଏହି ସ୍ପାନ ଗୁଡ଼ିକ ସ୍ଥିତି ହିଁ ଝୁଲା ପୋଲକୁ ଅସୁରକ୍ଷିତ ଘୋଷଣା କରିବାର ମୂଳ କାରଣରେ ପରିଣତ ହୋଇଛି । ଏହା ଦେଖିବା ପରେ ଝୁଲା ପୋଲର ଅନୁଧ୍ୟାନ ପାଇଁ ଆସିଥିବା ବୈଷୟିକ ଟିମ୍ ପୋଲକୁ ଅସୁରକ୍ଷିତ ଘୋଷଣା କରିଥିଲା । କାରଣ ଯଦି ଏହି ପୋଲ ଦେଇ ବହୁ ସଂଖ୍ୟକ ଲୋକ ଏକ ସମୟରେ ଯାତାୟତ କରନ୍ତି ତା ହେଲେ କୌଣସି ଏକ ଅଘଟଣ ଘଟିପାରେ ବୋଲି ମଧ୍ୟ ବୈଷୟିକ ଟିମ୍ ଆଶଙ୍କା ବ୍ୟକ୍ତ କରିଛି ।

ତେବେ ପୋଲ ଅସୁରକ୍ଷିତ ଘୋଷଣା ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ପାରି ଶେଷରେ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । କିନ୍ତୁ ପଞ୍ଚୁକ ପାଞ୍ଚ ଦିନ, ବଡ଼ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ହେବାକୁ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଧବଳେଶ୍ୱରଙ୍କ ଯାତ୍ରା କରାଇବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଳାପାଳ । "ଯେଉଁ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ କ୍ଲିୟରାନ୍ସ ନ ପାଇଛୁ ସେ ପର୍ଯ୍ୟନ୍ତ ଆମେ ଝୁଲା ପୋଲକୁ ବନ୍ଦ ରଖିବୁ । କାରଣ ଲୋକଙ୍କ ସୁରକ୍ଷାକୁ ଆମେ ସର୍ବାଗ୍ରେ ରଖିଛୁ । ଏବଂ ସେହି ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଧବଳେଶ୍ୱର ପୀଠରେ ଯେମିତି ଜନସମାଗମ ହୁଏ ତାହା ବର୍ତ୍ତମାନ ସ୍ଥିତିରେ ସମ୍ଭବପର ହେବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ।

ତେବେ ଝୁଲା ପୋଲକୁ ବନ୍ଦ କରିବା ଏବଂ ଧବଳେଶ୍ୱରରେ ୧୪୪ ଧାରା ଲାଗୁ ହେବା ପରେ ଧବଳେଶ୍ୱରର ପ୍ରବେଶ ପଥ ଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠାରେ ନିର୍ଜନତା ଦେଖିବାକୁ ମିଳିଥିଲା । ଗୋଟିଏ ଦିନ ପୂର୍ବରୁ ଯେଉଁ ସ୍ଥାନ ହଜାର ହଜାର ଲୋକଙ୍କ ଗହଳିରେ ଫାଟି ପଡ଼ୁଥିଲା ଏବେ ସେଠାରେ ଖାଁ ଖାଁ ପରିବେଶ । ସବୁ ଠାରେ ପଇଁତରା ମାରୁଛି ପୋଲିସ । ସୋମବାର ରାତିରୁ ଝୁଲା ପୋଲ ବନ୍ଦ ହେବା ଏବଂ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଥିଲେ ମଧ୍ୟ ଅନେକ ଲୋକ ଏନେଇ ସୂଚନା ନପାଇ ଦର୍ଶନ ପାଇଁ ଆସି ନିରାଶ ହୋଇଛନ୍ତି । ପ୍ରଶାସନର ଏହି ନିଷ୍ପତି ସେବାୟତ ବର୍ଗଙ୍କୁ ମଧ୍ୟ ଗଭୀର ଆଘାତ ଦେଇଛି । ଏହି ଆଘାତରୁ ବାଦ ପଡ଼ିନାହାଁନ୍ତି ସ୍ଥାନୀୟ ବ୍ୟବସାୟୀ । ଲକ୍ଷାଧିକ କରଜ କରି ବ୍ୟବସାୟ ପସରା ମେଲିଥିବା ବ୍ୟବସାୟୀମାନେ ସମସ୍ୟାର ଶିକାର ହୋଇଥିବା କହିଛନ୍ତି ।

ମୁଁ ଆଜ୍ଞା କରଜ କରି ଟଙ୍କା ଆଣି ଏଠାରେ ଭୋଗ ଦେକାନଟି ପକାଇଥିଲି । 10/12 ୧୦/୧୨ ପ୍ରକାର ମିଷ୍ଠାନ୍ନ ପ୍ରସ୍ତୁତ କରିଛି । ଭାବିଥିଲି ଭଲ ଦୁଇ ପଇସା ରୋଜଗାର ହେବ । ମାତ୍ର ଦୁଇ ଦିନ ବେପାର କରିଛି । କିନ୍ତୁ ଏଠି ୧୪୪ ଧାରା ଲାଗୁ କରିଦେଲେ । ଜିନିଷ ଗୁଡ଼ିକ ସେମିତି ଥୁଆ ହୋଇଛି । କଣ କରିବି ଜାଣି ପାରୁନାହିଁ । ମୋ ପିଲାମାନେ ଭାସି ଯିବେ ଆଜ୍ଞା । କାନ୍ଦି କାନ୍ଦି କହିଛନ୍ତି ଝୁଲାପୋଲ ନିକଟରେ ଦେକାନ କରିଥିବା ବ୍ୟବସାୟୀ ବିଜୟ ସାହୁ ।

ଗୁଜୁରାଟ ଟ୍ରାଜେଡି ପରେ ହିଁ ଧବଳେଶ୍ୱର ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କଥା ବିଭାଗୀୟ ଅଧିକାରୀଙ୍କର ମନେ ପଡ଼ିଥିଲା । ଏଠାରେ ପ୍ରଶ୍ନ ଉଠୁଛି ପୋଲଟି ଏତେ ଅସୁରକ୍ଷିତ ହେବା ପର୍ଯ୍ୟନ୍ତ କଥା ଗଲା କାହିଁକି? କେଉଁ ଉଦ୍ଦେଶ୍ୟରେ ପୋଲର ମରାମତି ନାଁରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି ? ପୂର୍ବରୁ ପୋଲର ଜାଞ୍ଚ କରାଗଲା ନାହିଁ କାହିଁକି? ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ ।
Published by:Soubhagya Mishra
First published: