ରାଜ୍ଯକୁ ଓମିକ୍ରନ ଭୟ: ଏବର୍ଷ ବି ସେଲିବ୍ରେସନ ହେବନି ବଡ଼ ଦିନ ଓ ନୂଆବର୍ଷ

କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରାଯାଇଛି।

ଏବର୍ଷ ବି ସେଲିବ୍ରେସନ ହେବନି ବଡ଼ଦିନ ଓ ନୂଆବର୍ଷ (ପ୍ରତୀକାତ୍ମକ ଛବି)

ଏବର୍ଷ ବି ସେଲିବ୍ରେସନ ହେବନି ବଡ଼ଦିନ ଓ ନୂଆବର୍ଷ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର:  ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।

ବଡ଼ଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ ଅନୁମତି ଦିଆଯାଇଛି। ଜିରୋ ନାଇଟ୍ ସେଲିବ୍ରେସନକୁ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟରେ ନୂଆ ବର୍ଷକୁ ସ୍ୱାଗତ ବାରଣ କରାଯାଇଛି।

"ଚର୍ଚ୍ଚ ରାତିରେ ଯିବାକୁ ବାରଣ ହୋଇଛି ହେଲେ ଆମ ଆନନ୍ଦ ଉଲ୍ଲାସ କମିନି। ଆମେ ନିଜେ ଘର ଡେକୋରେଟ କରିଛୁ । ରାତିରେ ମହମବତୀ ଲଗାଇ, ପ୍ରାର୍ଥନା କରିବୁ। ତା ପରେ କେକ କାଟି ସେଲିବ୍ରେଟ କରିବୁ। ଆସନ୍ତାକାଲି ଆମ ପାଇଁ ବଡ଼ଦିନ ନିଶ୍ଚିତ ବହୁତ ଖୁସିର କଥା ଓ ଆମେ ସେଲିବ୍ରେଟ କରିବୁ," କହିଛନ୍ତି ରାଜଧାନୀବାସୀ ପୁନମ ଜୋଜୋ।

ଗୋଟିଏ ଲେୟାର ମାସ୍କ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋରରେ ବ୍ୟାପୁଛି DMET କହିଛନ୍ତି। ବଣଭୋଜି ଓ ଗହଳି ଉପରେ ରୋକ ଲଗାଇବାକୁ DMET ନିର୍ଦ୍ଦେଶ ଦେଇଛନ୍ତି। ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବାହାଘର ଓ ଶେଷକୃତ୍ୟ ବ୍ୟତୀତ ସବୁଠି କଟକଣା କଡ଼ାକଡ଼ି ପାଳନ ହେବ। ଆଇସିୟୁ, ଭେଣ୍ଟିଲେଟର ସବୁକୁ କାର୍ଯ୍ୟକ୍ଷମ ମୋଡ୍ରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ନାଇଟ୍ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଥିବା DMET କହିଛନ୍ତି।

"ମୁଁ ହିନ୍ଦୁ, କିନ୍ତୁ ସବୁ ପର୍ବ ପାଳନ କରିବାକୁ ପସନ୍ଦ କରେ। ମୋ ପିଲାଙ୍କୁ ସବୁ ଧର୍ମ ଓ ପର୍ବ ସମ୍ପର୍କରେ ଜଣାଇବା ପାଇଁ ମୁଁ ଖୁସିରେ ଘର ସଯାଏ। ସେଥିପାଇଁ ଜିନିଷ କିଣିବାକୁ ଆଜି ଏଠାକୁ ଆସିଛି। ବେଶ ଖୁସି ଲାଗୁଛି,"କହିଛନ୍ତି ଜଣେ ଗ୍ରାହକ ରଶ୍ମିତା ରାୟ।

"ଗତ ୫ ବର୍ଷ ହେବ ଖ୍ରୀସମାସ ପାଇଁ ଏ ସ୍ୱତନ୍ତ୍ର ଦୋକାନ ବସେ। ସବୁ ବର୍ଷ ବେଶ ଭଲ ବ୍ୟବସାୟ ବି ହୁଏ। କିନ୍ତୁ ଗତବର୍ଷ କୋଭିଡ ପୁରା ଫିକା କରିଦେଇଥିଲା। ଏବର୍ଷ କଟକଣା ସତ୍ତ୍ୱେ ଲୋକେ ଘରେ ସେଲିବ୍ରେସନ କରିବାକୁ ଜିନିଷ କିଣିବାକୁ ଆସୁଛନ୍ତି,"ବ୍ୟବସାୟୀ ଶକ୍ତିପ୍ରସାଦ ଦାଶ।
Published by:Soumya Das
First published:
)}