ଏ ବର୍ଷ ଆଶ୍ୱିନରେ ମଳମାସ ପଡୁଥିବାରୁ ଶାରଦୀୟ ଦୁର୍ଗା ପୂଜା ବା ଷୋଡ଼ଶଦିନାତ୍ମକ ପୂଜା ୪୫ ଦିନ ହେବ

ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟ ପୀଠ ସହ ସାରା ଓଡ଼ିଶାର ବିଭିନ୍ନ ପୀଠରେ ମଧ୍ୟ ୪୫ ଦିନ ହେବ ଶାରଦୀୟ ଦୁର୍ଗା ପୂଜା । ଚଳିତ ବର୍ଷ ମଳମାସ ନବମୀରେ ୪୫ ଦିନ ପରେ ଶାରଦୀୟ ପୂଜା ଶେଷ ହେବ ।

ଏ ବର୍ଷ ଆଶ୍ୱିନରେ ମଳମାସ ପଡୁଥିବାରୁ ଶାରଦୀୟ ଦୁର୍ଗା ପୂଜା ବା ଷୋଡ଼ଶଦିନାତ୍ମକ ପୂଜା ୪୫ ଦିନ ହେବ
ଶାରଦୀୟ ଦୁର୍ଗା ପୂଜାରେ ଗଜପତି ମହାରାଜ (ଫାଇଲ୍ ଫଟୋ)
  • News18 Odia
  • Last Updated: August 10, 2020, 9:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ବା ଷୋଡ଼ଶଦିନାତ୍ମକ ପୁଜା ୪୫ ଦିନ ହେବ। ଯୋଡ଼ା ଆଶ୍ୱିନ ଓ ମଳମାସ ରହିଥିବାରୁ ମୁଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୂଜା କରାଯିବ। ଏ ନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ରାଜ ପୁରୋହିତ, ଦେଉଳ ପୁରୋହିତ ଓ ରାଜଗୁରୁଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଛି।

୨୦୧୨ ମସିହାରେ ମଧ୍ୟ ଏହିପରି ଯୋଡ଼ା ଆଶ୍ୱିନ ମାସ ପଡ଼ିଥିଲା । ସେହି ବର୍ଷ ହୋଇଥିବା ଷୋଳପୂଜାକୁ ଚଳିତ ବର୍ଷ ଅନୁକରଣ କରାଯିବ। ସେ ନେଇ ଶ୍ରୀନଅର ଭିତରେ ଗଜପତି ମହାରାଜ ଆଚାର୍ଯ୍ୟ ବେଶ ବରଣ କରି ଦେବୀ ପୀଠମାନଙ୍କରେ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା କରିବାକୁ ନେଇ ଆଲୋଚନା ଏହି ବୈଠକରେ ଆଲୋଚନା କରାଯାଇଛି । ତା ସହିତ କରୋନା ସମୟରେ କିଭଳି ୨୪ ଜଣ ବରିଷ୍ଠ  ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କୁ ଆଚାର୍ଯ୍ୟପଦରେ ଭୂଷିତ କରାଯିବ ସେ ନେଇ ଦେଉଳ ପୁରୋହିତଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି ରାଜ ପୁରୋହିତ। ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠରୋ ଷୋଡ଼ଶ ଦିନାତ୍ମକ ପୂଜା ବିଧି ଚଳିତ ବର୍ଷ ୪୫ ଦିନ ରହୁଥିବାରୁ ସେହି ବିଧି ଅନୁସାରେ ସମସ୍ତ ପୀଠ ମାନଙ୍କରେ କିଭଳି ପୁଜା ବିଧି ପାଳନ କରାଯିବା ତା' ଉପରେ ଆଲୋଚନା ହୋଇଛି ।

ଚଳିତ ବର୍ଷ ଆଶ୍ୱିନ ମାସରେ ପଡୁଛି ମଳମାସ। ଯାହା ଏକରୁ ଅଧିକା ବା ଯୋଡ଼ା ମାସ । ତେଣୁ ଏହାକୁ ନେଇ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜା ମଧ୍ୟ ଷୋଡ଼ଶଦିନାତ୍ମକ ପରିବର୍ତ୍ତେ ଦେଢମାସ କରାଯିବ। କାରଣ ଆଶ୍ୱିନ ମାସର କୃଷ୍ଣ ପକ୍ଷ ପ୍ରଥମ ୧୫ ଦିନ ରହୁଥିବା ବେଳେ ଶୁକ୍ଳ ପକ୍ଷ ଶେଷ ୧୫ ଦିନ ରହିଥାଏ। ହେଲେ ଚଳିତ ବର୍ଷ ତା ମଝିରେ ପଡୁଛି ମଳମାସ। ଯାହା ଫଳରେ ମଳମାସ ରହୁଥିବାରୁ ଶାରଦୀୟ ଦୁର୍ଗା ପୁଜା ୪୫ ଦିନ କରାଯିବ ।

ଗଜପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକ


‘‘ମୁଳାଷ୍ଟମୀ ଅବସରରେ ମା’ଙ୍କୁ ସହସ୍ରାକୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ସହିତ ଆବାହନ କରାଯାଇଥାଏ । ଏଥି ପାଇଁ ଶ୍ରୀନଅର ଭିତରେ ଗଜପତି ମହାରାଜ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଥାନ୍ତି । ଆଉ ଅନ୍ୟ ବ୍ରାହ୍ଣଣମାନଙ୍କୁ ଗଜପତିଙ୍କ ପକ୍ଷରୁ ପୂଜାବିଧି କରିବା ପାଇଁ ବିଭିନ୍ନ ପୀଠକୁ ପଠାଯାଇଥାଏ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀକ୍ଷେତ୍ରରେ ଷୋଳପୂଜାକୁ ନେଇ ୨୫ ଜଣ ବ୍ରାହ୍ଣଣଙ୍କ ତାଲିକା କରାଯିବ। ଚଳିତ ବର୍ଷ କରୋନା ମହାମାରୀ ରହିଥିବାରୁ ବୟସ୍କ ବ୍ରାହ୍ଣଣଙ୍କ ସଂଖ୍ୟା ଅଧିକା ଥିବାରୁ କିଛି ଯୁବ ବ୍ରାହ୍ଣଣଙ୍କୁ ସାମିଲ କରି ସଂଖ୍ୟାକୁ ୨୫ ଜଣରୁ ୩୩ ଜଣ କରାଯାଇଛି। "ଚଳିତ ବର୍ଷ 45 ଦିନ ପୀଠରେ ପୁଜା କରିବା ପାଇଁ ଅଧିକ ବ୍ରାହ୍ଣଣଙ୍କ ଆବଶ୍ୟକତା ରହିଛି,’’ କହିଛନ୍ତି ୬୫ ବର୍ଷୀୟ ଶ୍ରୀମନ୍ଦିର ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର  ।

‘’ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠ ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟ ପୀଠ ସହ ସାରା ଉତ୍କଳର ବିଭିନ୍ନ ପୀଠରେ ମଧ୍ୟ ୪୫ ଦିନ ହେବ ଶାରଦୀୟ ଦୁର୍ଗା ପୂଜା । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ଆଲୋଚନା କରାଯାଇଛି। ଚଳିତ ବର୍ଷ ମଳମାସ ନବମୀରେ ୪୫ ଦିନ ପରେ ଶେଷ ଶାରଦୀୟ ପୂଜା ଶେଷ ହେବ। ଶାରଦୀୟ ଦୁର୍ଗା ପୂଜାରେ ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା ରହିଥିବା ବେଳେ ସାହି ମାନଙ୍କରେ ଗୋଷାଣୀ ପୂଜାର ବିଧି ରହିଛି। ତେଣୁ ଏଥର ଆଷାଢ଼ ଶୁକ୍ଳ ଏକାଦଶୀରେ ହରିଶୟନ ତା ପରଦିନ ଦ୍ୱାଦଶୀରେ ଗରୁଡ଼ ଶୟନ ନୀତି ହେବା କଥା। ହେଲେ ଏଥର ମଳମାସ ରହୁଥିବାରୁ ହରିଶୟନ ନୀତି ଶ୍ରାବଣ ଶୁକ୍ଳ ଏକାଦଶୀରେ ସମ୍ପାଦନ ହୋଇଛି। ୪ ମାସ ପରେ ଭାଦ୍ରବ ଶୁକ୍ଳ ଏକାଦଶୀରେ ହରି କଡ଼ ଲେଉଟାଇବେ ଓ କାର୍ତିକ ଶୁକ୍ଳ ଏକାଦଶୀରେ ବିଷ୍ଣୁ ଶୟନରୁ ଉଠିବେ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।

କରୋନାକୁ ନେଇ ନିରାଡ଼ମ୍ବର ଭାବେ ସବୁ ପର୍ବପର୍ବାଣୀ ପାଳନ କରାଯାଉଥିବାରୁ ଏଥର ଶାରଦୀୟ ପୂଜା ବି ସେହିଭଳି ପାଳନ କରାଯିବ।
Published by: Jagdish Barik
First published: August 10, 2020, 9:29 PM IST
corona virus btn
corona virus btn
Loading