ଏଥର ଜମିବ ଭୁବନେଶ୍ୱର ବାଲିଯାତ୍ରା; ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ମଙ୍ଗଳବାର ଠାରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯଇଛି । ପ୍ରାୟ ୫୦୦ ଷ୍ଟଲ ବାଲିଯାତ୍ରାରେ ପଡିବ ।

ଭୁବନେଶ୍ୱର ବାଲିଯାତ୍ରା (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱର ବାଲିଯାତ୍ରା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥିରେ ରାଜ୍ୟ ରାଜଧାନୀ ଉପକଣ୍ଠରେ ଅନୁଷ୍ଠିତ ହେବାକୁ ଯାଉଛି ବାଲିଯାତ୍ରା । ଏଥିପାଇଁ କୁଆଖାଇ ନଦୀପଠାରେ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି I ବାଲିଯାତ୍ରା ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯାଇଛି I

ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୦୦ଟି ଷ୍ଟଲ ପଡିବ I ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ଷ୍ଟେଜର ମଧ୍ୟ ବ୍ୟବସ୍ଥା କରାଯାଇଛି I ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଦୈନିକ ପ୍ରାୟ ୭୦ ରୁ ୮୦ ହଜାର ଲୋକ ସମାଗମ ହେବାର ଆଶଙ୍କା କରାଯାଉଛି I

ବାଲିଯାତ୍ରା ପାଇଁ ଭୁବନେଶ୍ୱର ଡିସିପି ବାଲିଯାତ୍ରା ପଡିଆକୁ ଆସି ବାଲିଯାତ୍ରା କମିଟି ସହ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି I ପୋଲିସ ସହ ଅଗ୍ନିଶମ ବିଭାଗର ଗୋଟିଏ ଲେଖାଏଁ ପୋଷ୍ଟ ରହିବା ସହ ଏଠାରେ ଜରୁରୀକାଳୀନ ଅନାଉନ୍ସମେଣ୍ଟ କରାଯିବ I ସେହିପରି ପିଇବା ପାଣିର ସଠିକ ବ୍ୟବସ୍ଥା କରିବାକୁ ବାଲିଯାତ୍ରା କମିଟିକୁ ପରାମର୍ଶ ଦେଇଛି ପୋଲିସ I ଟ୍ରାଫିକ ଓ଼ ପାର୍କିଂ କୁ ଅଧିକ ଗୁରୁତ୍ୱ ଦିଆ ଯାଇଥିବା ବେଳେ ବାଲିଯାତ୍ରା ବେଳେ ଭାରି ଯାନ ଚଳା ଚଳ ବନ୍ଦ କରାଯିବ I କିଛି ସ୍ଥାନରେ ଡାଇଭର୍ଜନ କରାଯିବା ସହ ଗାଡି ରାସ୍ତା ରେ ଫସିଲେ ତାକୁ ଉଠାଇବାକୁ ରାସ୍ତା କଡ଼ରେ କ୍ରେନ ରଖାଯିବ I ବାଲିଯାତ୍ରା ସମୟରେ ୮ ରୁ ୧୦ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ଚୋରୀକୁ ନଜରରେ ରଖି ସ୍ୱତନ୍ତ୍ର ସ୍କୁାର୍ଡ଼ ରହିବେ I ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଇବାକୁ ବାଲିଯାତ୍ରା କମିଟିକୁ ପରାମର୍ଶ ଦେଇଛି ପୋଲିସ I

ବାଲିଯାତ୍ରା ବେଳେ ସାଧା ପୋଷାକରେ ବୁଲିବେ କମିଟିର ଭଲେଣ୍ଟିଅର I ଖାଇବା ଷ୍ଟଲରେ ବାସୀ ଖାଦ୍ୟ ଦେଲେ ହୋଟେଲ ଜବତ କରିବା ସହ ହେବ କାର୍ଯ୍ୟାନୁଷ୍ଠାନ  ବୋଲି ଚେତାବନୀ ଦିଆଯାଇଛି I ସେପଟେ ପଲିଥିନ ବ୍ୟବହାର ନ କରିବାକୁ ପ୍ରାଥମିକତା ଦିଆଯିବା ସହ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ରହିବ ମେଡିକାଲ କ୍ୟାମ୍ପ ଓ଼ ଆମ୍ବୁଲାନ୍ସ I
Published by:Soumya Das
First published: