ଚଳିତ ବର୍ଷ ୫୩୨ଟି ରାସ୍ତା ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଛି (ପ୍ରତୀକାତ୍ମକ ଛବି)
News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱରରେ ସଡକ ଦୁର୍ଘଟଣାର ଜନିତ ରିପୋର୍ଟ କାର୍ଡ଼ ସାମ୍ନାକୁ ଆଣିଛି କମିଶନରେଟ ପୋଲିସ । ଚଳିତ ବର୍ଷ ୫୩୨ଟି ଦୁର୍ଘଟଣା ଜନିତ ମାମଲା ପଞ୍ଜୀକୃତ ହୋଇଛି । ଯେଉଁଥିରେ ୧୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୪ ଜଣ ଗୁରୁତର ହୋଇଥିଲେ । ନିଶା ସେବନ, ବେପାରୁଆ ଗାଡି ଚାଳନା ଯୋଗୁଁ ଅଧିକ ଦୁର୍ଘଟଣା ଘଟିଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
ରାଜଧାନୀର କ୍ୟାପିଟାଲ ଥାନାରେ ୬୨, ଖଣ୍ଡଗିରି ୫୩, ସହିଦନଗର ୫୦, ବାଲିଅନ୍ତା ୪୪, ଜଟଣୀ ୪୩, ଓ ନୟାପଲ୍ଲୀରେ ୩୫ଟି ସଡକ ଦୁର୍ଘଟଣା ଜନିତ ମାମଲା ପଞ୍ଜୀକୃତ ହୋଇଛି । ଦୁର୍ଘଟଣାରେ ବାଲିଅନ୍ତା ଥାନା ଅଞ୍ଚଳରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଜଟଣୀରେ ୧୮, ଖଣ୍ଡଗିରି ଓ ମଞ୍ଚେଶ୍ବର ୧୫, ସହିଦନଦର ୧୨ ଓ ଭରତପୁର ଅଞ୍ଚଳରେ ୧୨ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।
"ଗତ ବର୍ଷ ସଡକ ଦୃଘଟଣାରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ୧୪୯ଜଣଙ୍କର ମୃତ୍ୟୁ ହୋଇଛି । ବିଶେଷ କରି ନୂଆ ଜଗନ୍ନାଥ ସଡକରେ ଅଧିକ ଦୁର୍ଘଟଣା ହୋଇଛି । ସଚେତନତା ସତ୍ତ୍ୱେ ବି ସହରରେ ଦୁର୍ଘଟଣା ଥମୁନି । ନିଶାଶକ୍ତ, ଭୁଲ ରୁଟ ଓ ବେପାରୁଆ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ," କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।
ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀ ମାସରେ ୭୨ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୫ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଫେବୃଆରୀରେ ୬୪ଟି ଦୁର୍ଘଟଣାରେ ୧୮, ମାର୍ଚ୍ଚରେ ୪୮ଟି ଦୁର୍ଘଟଣାରେ ୨୦, ଏପ୍ରିଲରେ ୫୫ଟି ଦୁର୍ଘଟଣାରେ ୧୬ , ମଇ ମାସରେ ୨୫ଟି ଦୁର୍ଘଟଣାରେ ୮ଟି ଜୀବନ ଯାଇଛି । ସେହିପରି ଜୁନ୍ ମାସରେ ୩୬ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୨ଜଣଙ୍କ ଜୀବନ ଯାଇଛି । ଜୁଲାଇ ମାସରେ ୪୬ଟି ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୧୧ଜଣଙ୍କଟ ମୃତ୍ୟୁ ହୋଇଛି । ଅଗଷ୍ଟ ମାସରେ ୪୩ଟି ଦୁର୍ଘଟଣାରେ ୧୧ଜଣ, ସେପ୍ଟେମ୍ବର ମାସରେ ୪୪ଟି ସଡକ ଦୁର୍ଘଟଣାରେ ୯, ଅକ୍ଟୋବର ମାସରେ ୪୫ଟି ସଡକ ଦୁର୍ଘଟଣାରେ ୧୧ଟି ଜୀବନ ଯାଇଛି । ନଭେମ୍ବର ମାସରେ ୫୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୧୮ଜଣଙ୍କ ଜୀବନ ଯାଇଥିବା କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।