ଏଥର ପୁଣି ଜମିବ ପାର୍ବଣ; ଚମକିବ ପୂଜା ପେଣ୍ଡାଲ... ନାଚ ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

ଏଥର ପୁଣି ଜମିବ ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ପରେ ଦଶହରା ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୂର୍ବ ଭଳି ଏଥର ବିନା କଟକଣାରେ ପୂଜା କରିବାକୁ ଅନୁମତି ମିଳିଛି ।

ଏଥର ପୁଣି ଜମିବ ପାର୍ବଣ; ଚମକିବ ପୂଜା ପେଣ୍ଡାଲ... ନାଚ ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

ଏଥର ପୁଣି ଜମିବ ପାର୍ବଣ; ଚମକିବ ପୂଜା ପେଣ୍ଡାଲ... ନାଚ ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

  • Share this:
News 18 Odia Digital

ଭୁବନେଶ୍ୱର; ଏଥର ପୁଣି ଜମିବ ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ପରେ ଦଶହରା ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପୂର୍ବ ଭଳି ଏଥର ବିନା କଟକଣାରେ ପୂଜା କରିବାକୁ ଅନୁମତି ମିଳିଛି । ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆଜି ପୋଲିସ ପ୍ରଶାସନ ଓ ସମସ୍ତ ପୂଜା କମିଟି ସଦସ୍ୟ ମାନଙ୍କୁ ନେଇ ହୋଇଥିଲା ପ୍ରଥମ ବୈଠକ । ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ବେଳେ ବିଏମସି ମେୟର, ଅଧିକାରୀ, ବିଧାୟକ, ଅଗ୍ନିଶମ ବିଭାଗ, ଟାଟା ପାୱାର ଅଧିକାରୀ ଓ ପୂଜା ମଣ୍ଡପ କର୍ତ୍ତୃପକ୍ଷ ସାମିଲ ହୋଇଥିଲେ ।

ଚଳିତବର୍ଷ କିଭଳି ଶାନ୍ତି ଶୃଙ୍ଖଳାର ସହ ଦୁର୍ଗା ପୂଜା ଅନୁଷ୍ଠିତ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହୋଇଥିଲା । ସମସ୍ତ ମଣ୍ଡପ ଗୁଡିକ କିଭକି କମିଶନରେଟ ପୋଲିସ ନିୟମ ଅନୁଯାୟୀ ପୂଜା ପାଇଁ ଅନୁମତି ନେବେ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି ବା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହାସହ ରାବଣ ପୋଡି, ଭଷାଣ ଶୋଭାଯାତ୍ରା ପାଇଁ ମଧ୍ୟ ଅନୁମତି ମିଳିଛି । ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ ।

ସେପଟେ ପୂଜା କମିଟି ମଧ୍ୟ ବେଶ୍ ଖୁସି ପ୍ରକାଶ କରିଛନ୍ତି । ମୂର୍ତ୍ତି ଉଚ୍ଚତାକୁ ନେଇ ଯଦିଓ କୌଣସି ଗାଇଡ଼ଲାଇନ ଆସିନାହିଁ କିନ୍ତୁ ପ୍ଲାଷ୍ଟିକ ମୁକ୍ତ ଓ କେମିକାଲ ଫ୍ରି ପୂଜା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି। ଏହାସହ କମିଶନରେଟ ପୋଲିସର ନିୟମ ଅନୁପାଳନ କରି ସମସ୍ତ ପୂଜା ସମାପନ କରିବାକୁ କମିଟି ମଧ୍ୟ ନିଷ୍ପତି ନେଇଛି ।
Published by:Soubhagya Mishra
First published: