ଜମୁଛି ଭୁବନେଶ୍ୱର ବାଲିଯାତ୍ରା; ଫୁଡ଼ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼

ଜମୁଛି ଭୁବନେଶ୍ୱର ବାଲିଯାତ୍ରା। ଏଥର ପଡିଆରେ ମୋଟ ୬୦୦ ଷ୍ଟଲ ଲାଗିଥିବା ବେଳେ ସେ ଭିତରେ ୧୨୦ ପାଖାପାଖି ଲାଗିଛି ଫୁଡ଼ ଷ୍ଟଲ।

ଫୁଡ଼ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼

ଫୁଡ଼ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: କଟକ ବାଲିଯାତ୍ରା ଭଳି ଏବେ ସନ୍ଧ୍ୟା ନଇଁଲେ ଖୁବ ଜମୁଛି ଭୁବନେଶ୍ୱର ବାଲିଯାତ୍ରା। କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ଆରମ୍ଭ ହୋଇଥବା ଏହି ଯାତ୍ରାରେ ଏବେ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି। ଲୋକଙ୍କ ଭିଡ଼ ଯୋଗୁଁ ଯାତ୍ରା ପଡ଼ିଆରେ ଧୁମ କିଣାବିକା ହେଉଥିବା ବେଳେ ଏଥର ଯାତ୍ରା ପଡ଼ିଆରେ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଭିନ୍ନ ପ୍ରକାର ଫୁଡ଼ ଷ୍ଟଲ।

ଭୁବନେଶ୍ୱର ଉପକଣ୍ଠ କୁଆଖାଈ ନଦୀ ପଠାରେ ଚାଲିଛି ଚତୁର୍ଥ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ୨୦୨୨। ସନ୍ଧ୍ୟା ପୂର୍ବରୁ ଯାତ୍ରା ପଡ଼ିଆରେ ପହଞ୍ଚି ଯାଉଛନ୍ତି ଲୋକେ। ଧିରେ ଧିରେ ଜନ ଗହଳି  ବଢିବା ଯାତ୍ରା ପଡ଼ିଆରେ କିଣାବିକା ସାଙ୍ଗକୁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମର ଆସର ମଧ୍ୟ ଲୋକଙ୍କୁ ଆକୃଷ୍ଟ କରିପାରୁଛି। କେବଳ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳର ଲୋକମାନେ ନୁହଁନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଳୋକେ। କଟକ ବାଲିଯାତ୍ରା ଭଳି ଏଥର ଭୁବନେଶ୍ୱର ବାଲିଯାତ୍ରାରେ ମଧ୍ୟ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି।

କୁହାଯାଇ ପାରେ ଯେ, ଏଥର ଭୁବନେଶ୍ୱର ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି ଫୁଡ଼ ଷ୍ଟଲ। ଏଥର ଭୁବନେଶ୍ୱର ବାଲିଯାତ୍ରାରେ ଖାଦ୍ୟ ଷ୍ଟଲ ଲେନରେ ଖୁବ ବେପାର ଜମୁଛି। ଲୋକଙ୍କ ମତରେ ଏଥର ଯାତ୍ରାରେ ଲାଗିଛି ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକପ୍ରିୟ ଖାଦ୍ୟର ଷ୍ଟଲ।  ମୟୁରଭଞ୍ଜର ପ୍ରସିଦ୍ଧ ମୁଡ଼ି ମାଂସଠାରୁ ଆରମ୍ଭ କରି ଠୁଙ୍କା ପୁରୀ,, ମୋମୋ, ମଟନ, ଚିକେନ୍ ଓ ସାଧା  ବିରିୟାନି, ମଥୁରା କେକ, ବିଭିନ୍ନ ପ୍ରକାର ମାଛ ଗ୍ରାଏ ଇତ୍ୟାଦି। ଗ୍ରାହକମାନେ ବି ଏହାର୍ ଭରପୁର ନଜା ନେଉଛନ୍ତି। ଅନେକ ଲୋକଙ୍କ ମତରେ ବାଲିଯାତ୍ରା ପଡିଆରେ ଗୋଟିଏ ସ୍ଥାନରେ ସବୁ ପ୍ରକାର ଖାଦ୍ୟ ମିଳୁଥିବାରୁ ଏହି ଫୁଡ଼ ଷ୍ଟଲ ଲେନ ଯାତ୍ରା ପଡ଼ିଆରେ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ବାସିନ୍ଦ। ସେହିଭଳି ଭୁବନେଶ୍ୱର ବାସିନ୍ଦା ସରିତା ନନ୍ଦ ଓ ସୁଲୋଚନା ସାହୁଙ୍କ ଅନୁରୂପ ମତ।

ଭୁବନେଶ୍ୱର ବାଲିଯାତ୍ରା ୨୦୨୨ର ଆୟୋଜକ କମିଟିର ସଦସ୍ୟ ତଥା ଷ୍ଟଲ ଇନଚାର୍ଜ ପ୍ରଦୀପ୍ତ ପରିଡାଙ୍କ ସୂଚନା ଅନୁସାରେ, ଏଥର ଭୁବନେଶ୍ୱର ବାଲିଯାତ୍ରା  ପଡିଆରେ ମୋଟ ୬୦୦ ଷ୍ଟଲ ଲାଗିଥିବା ବେଳେ ସେ ଭିତରେ କେଵଳ ଖାଦ୍ୟ ଷ୍ଟଲ ସଂଖ୍ୟା ୧୨୦ ରୁ ଅଧିକ। ଆଶା କରାଯାଉଥିଲା ଯେ ଲୋକଗହଳି କମ ରହିବ। କିନ୍ତୁ ଦେଖାଯାଉଛି ଯେ, ବେଶୀ ଗହଳି ଫୁଡ଼ ଷ୍ଟଲ ରେ। ସେ ଭିତରେ ଓଡ଼ିଶାର  ବିଭିନ୍ନ ଅଞ୍ଚଳର ଖାଦ୍ୟର ପସରା ଦେଖିବାକୁ ମିଳୁଛି ଓ ଲୋକେ ବି ଖୁବ ଆଗ୍ରହର ସହିତ ଖାଉଛନ୍ତି।

ଯାତ୍ରା ଆହୁରି ୫ ଦିନ ବାକିଥିବା ବେଳେ ଏଥର ଭୁବନେଶ୍ୱର ବାଲିଯାତ୍ରାରେ ଲୋକ ଗହଳି ରେକର୍ଡ କରିବ ବୋଲି ଆୟୋଜଙ୍କ ଆଶା।
Published by:Soumya Das
First published: