ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି

ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ସେ ଦୃଷ୍ଟିରୁ ଇମ୍ପୋର୍ଟ ଡ଼୍ୟୁଟି ବା ଆମଦାନୀ ଶୁଳ୍କକୁ ବୃଦ୍ଧି କରି ପାରନ୍ତି ସରକାର ।

ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି

ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ର ବଜେଟକୁ (Budget) ନେଇ ଚର୍ଚ୍ଚା ଲାଗି ରହିଛି । ବିଶେଷକରି ସରକାରଙ୍କ ବ୍ୟୟବରାଦ ଓ ଆୟ ଉତ୍ସ (Income source ) କ’ଣ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସରକାରଙ୍କ ପ୍ରାଥମିକତା ଥିବାରୁ ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି କୁହାଯାଉଛି । ସେ ଦୃଷ୍ଟିରୁ ଇମ୍ପୋର୍ଟ ଡ଼୍ୟୁଟି ବା ଆମଦାନୀ ଶୁଳ୍କକୁ ବୃଦ୍ଧି କରିପାରନ୍ତି ସରକାର । କିନ୍ତୁ ଏହା କେତେ ବୃଦ୍ଧି ହେବ, ଲୋକଙ୍କ ପକେଟକୁ ବାଧିବ ନା ନାହିଁ ତାକୁ ନେଇ ଆକଳନ ଓ ଆଶଙ୍କା ଜାରି ରହିଛି ।

ଆସନ୍ତା ଆର୍ଥିକ ବଜେଟରେ ବିଭିନ୍ନ ବର୍ଗ ଲୋକଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ହାତକୁ ନେଇପାରନ୍ତି ବୋଲି କୁହାଯାଉଛି । ବିଶେଷକରି ମଧ୍ୟବିତ୍ତ ବର୍ଗଙ୍କୁ ତୃଷ୍ଟିକରଣ ପାଇଁ ବିଭିନ୍ନ ଟ୍ୟାକ୍ସ କୋହଳ ଓ ବ୍ୟକ୍ତିଗତ ଆୟକର ଉପରେ ନିହାତି ମିଳିପାରେ । ତାହାସହିତ କୃଷିକୁ ଗୁରୁତ୍ୱ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ  ପ୍ରୋତ୍ସାହନ ଦେବା ସହିତ ମହିଳାଙ୍କ ପାଇଁ ଗୁରୁତ୍ୱ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏତେସବୁ କାର୍ଯ୍ୟକ୍ରମ ପାଇଁ ଅର୍ଥ ସଂଗ୍ରହ କରିବା ସରକାରଙ୍କ ପାଖରେ ବଡ଼ ଚ୍ୟାଲେଞ୍ଜ । ଏ ସମସ୍ତ ପ୍ରସଙ୍ଗକୁ ବିଚାରକୁ ନେଲେ ଏଥର କେନ୍ଦ୍ରୀୟ ବଜେଟ୍‌ରେ ଆମଦାନୀ ଶୁଳ୍କ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି ।

ସୂଚନା ଅନୁସାରେ, ଏଥର ସୁନା ଆମଦାନୀ ଉପରେ ଆମଦାନୀ ଶୁଳ୍କ ଅଧିକ ଲାଗିପାରେ। ବିଶେଷ କରି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ଏଥର ଅଧିକ ଆମଦାନୀ ଶୁଳ୍କ  ଅଧିକ ଲାଗୁ ହୋଇପାରେ । ଏହା ସହିତ ବିଭିନ୍ନ ଅଣ-ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଲାଗିପାରେ । ମୋଟ ଉପରେ ଆୟ ଉତ୍ସ ବୃଦ୍ଧି ପାଇଁ ଏଥର ବଜେଟରେ କେନ୍ଦ୍ର ସରକାର ଅଧିକ ଗୁୁରୁତ୍ୱ ଦେଇପାରନ୍ତି ବୋଲି ଅର୍ଥନୀତିଜ୍ଞ ରାଜୀଵ ସାହୁଙ୍କ  ମତ ।

ଏଥର କେନ୍ଦ୍ରୀୟ ବଜେଟରେ ଆୟ ବୃଦ୍ଧି ପାଇଁ ସରକାର ଉଦ୍ୟମ କରିବା ଏକ ସାଧାରଣ କଥା । କାରଣ ଏହା ଦେଶର ଅର୍ଥନୀତି ପାଇଁ ଏକାନ୍ତ ଜରୁରୀ । କିନ୍ତୁ ଆମଦାନୀ ଶୁଳ୍କ ପ୍ରସଙ୍ଗକୁ ବିଭାଗୀକରଣ କରିବା ସମୟରେ ଏହା ଯେଭଳି ଲୋକଙ୍କ ପକେଟକୁ ନ ବାଧେ ତାକୁ ଗୁରୁତ୍ୱ ଦିଆଯିବା ଦରକାର । ସ୍ପଷ୍ଟ ଭାବେ କହିଲେ ଆମଦାନୀ ଶୁଳ୍କରେ ସ୍ପଷ୍ଟତା ରଖାଯିବା ଜରୁରୀ ।  ଏକ୍ସପର୍ଟଙ୍କ ମତରେ ଆୟବୃଦ୍ଧି ଉଦ୍ୟମ ସମୟରେ କେଉଁ ସାମଗ୍ରୀ ଅତ୍ୟାବଶ୍ୟକ ଓ ଅନ୍ୟ କେଉଁ ସାମଗ୍ରୀ ଅଣଅତ୍ୟାବଶ୍ୟକ ସେଥିରେ ସ୍ପଷ୍ଟତା ରଖାଯିବା ଦରକାର ବୋଲି ମତ ରଖିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହା ସଚିବ ସୁଧାକର ପଣ୍ଡା । ଅର୍ଥାତ୍ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ  ଏଭଳି କିଛି ଜଟିଳ ନିଷ୍ପତି ନେବା ଅନୁଚିତ୍ ଯାହା ଲୋକଙ୍କ ପକେଟକୁ ବାଧିବ  ବୋଲି କହିଛନ୍ତି ଅର୍ଥନୀତି ବିଶାରଦ ବିଭୁ ପ୍ରଦାରବିନ୍ଦ ତ୍ରିପାଠୀ ।

ଏ ସମସ୍ତ ଆକଳନ ଭିତରେ ସ୍ପଷ୍ଟ ଭାବେ ବିଶେଷଜ୍ଞଙ୍କ ମତ ହେଉଛି ଆଗକୁ ନିର୍ବାଚନ ବର୍ଷ ଥିବାରୁ ଆୟବୃଦ୍ଧି ସହିତ ବିଭିନ୍ନ ବର୍ଗକୁ ବଜେଟରେ ଖୁସି କରିବା ପାଇଁ ଉଦ୍ୟମ କରାଯିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିପାରନ୍ତି  ।

ପଢ଼ନ୍ତୁ ଏହି ଖବର- http://ଆସୁଛି ଅନୁଭବ ମହାନ୍ତିଙ୍କ 'ରାବଣ'; ଆଜି ମନକଥା କହିଦେଲେ ଜାଗୃତି ଶୁକ୍ଳା
Published by:Soubhagya Mishra
First published: