Budget 2023: ଏଥର ବଜେଟରେ କର୍ମ ନିଯୁକ୍ତି ସୁଯୋଗ ହେବ ବ୍ୟାପକ!

Budget 2023: ଏଥର କେନ୍ଦ୍ରୀୟ ବଜେଟରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ସରକାରୀ ଭାବେ ସହଯତ୍ନ ପ୍ରୟାସ ହୋଇପାରେ ।

ବଜେଟରେ କର୍ମ ନିଯୁକ୍ତି ସୁଯୋଗ

ବଜେଟରେ କର୍ମ ନିଯୁକ୍ତି ସୁଯୋଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା କେନ୍ଦ୍ରୀୟ ବଜେଟ(Budget 2023)କୁ ନେଇ ଚାଲିଛି ଅଙ୍କକଷା । ବିଶେଷ କରି ବଜେଟରେ କେଉଁ ଦିଗକୁ ସରକାର ଗୁରୁତ୍ୱ ଦେବେ ତାକୁ ନେଇ ଚାଲୁ ରହିଛି ଆକଳନ ଓ ଅନୁଶୀଳନ। ଆଶା କରାଯାଉଛି ଏଥର କେନ୍ଦ୍ରୀୟ ବଜେଟ୍‌ରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ସରକାରୀ ଭାବେ ସହଯତ୍ନ ପ୍ରୟାସ ହୋଇପାରେ।

ଏହାସହିତ ଧନ୍ଦାମୂଳକ ଶିକ୍ଷା(Vocational education)କୁ ଗୁରୁତ୍ୱ ସହିତ ଉଦ୍ୟୋଗୀ ହେବାକୁ ଯୁବ ପୀଢିଙ୍କୁ ଉତ୍ସାହିତ କରିବା ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରେ । ଏହା ସହିତ ଟେକ୍‌ନୋଲୋଜି ବା ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ମିଳିପାରେ ବୋଲି ବିଶେଷଜ୍ଞଙ୍କ ମତ ।

BUDGET 2023: ବଜେଟ ପୂର୍ବରୁ ଉଠିଲା ଏହି ଦାବି; କଣ ସିନିୟର ସିଟିଜନ୍ସଙ୍କୁ ମିଳିବ ରିହାତି?

ଭୁବନେଶ୍ୱରର ବାସିନ୍ଦା ପ୍ରାଚୀ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ଆର୍ଥିକ ମନ୍ଦାବସ୍ଥା କାରଣରୁ ଆମେରିକା ସମେତ ପୃଥିବୀର କିଛି ରାଷ୍ଟ୍ରରେ କର୍ମଚାରୀ ଛଟେଇ ଅଭିଯାନ ଚାଲୁ ରହିଥିବାରୁ ସେ ଚିନ୍ତିତ । ଚିନ୍ତାର କାରଣ ହେଲା ଚାକିରି ଚାଲିଯିବାର ଭୟ । ପ୍ରାଚୀ କୁହନ୍ତି, ବିଦେଶରେ କାମ କରୁଥିବା ଭାରତୀୟ କର୍ମଚାରୀମାନେ ଅନ୍ୟ ଦେଶର କର୍ମଚାରୀଙ୍କ ତୁଳନାରେ ଦକ୍ଷ । କିନ୍ତୁ ମାନ୍ଦାବସ୍ଥା ପରିସ୍ଥିତି ଉପୁଜିଲେ ପ୍ରଥମେ ଭାରତୀୟଙ୍କୁ ହିଁ ଚାକିରିରୁ ବିଦା କରାଯାଉଛି । ତେଣୁ ଭାରତ ସରକାର ଏଥର ବଜେଟ୍‌ରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିସ୍ତୃତ ବ୍ୟବସ୍ଥା କରିବା ଉଚିତ୍ । ଅର୍ଥାତ୍ ଷ୍ଟାର୍ଟଅପ୍ ଓ ଏମଏସଏମ୍‌ଇ କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବା ଦରକାର, ଯଦ୍ୱାରା ଦେଶ ଭିତରେ କର୍ମ ସଂସ୍ଥାନ ପାଇଁ ଯୁବପିଢ଼ି ଆଗରେ ସୁଯୋଗ ରହିବ ।

କେବଳ ପ୍ରାଚୀ ନୁହନ୍ତି ତାଙ୍କ ଭଳି ଅନେକ ଯୁବପିଢ଼ିଙ୍କର ଅନୁରୂପ ମତ। କ୍ୟାରିୟର କନସୋଲଟାଣ୍ଟ ପ୍ରଦୀପ କୁମାର ପ୍ରାମାଣିକ କୁହନ୍ତି, ପ୍ରତି ଥର ବଜେଟ୍ ଆସିଲେ ଏଭଳି ସୁଯୋଗ ଆଶା କରିବା ସ୍ୱଭାବିକ । କିନ୍ତୁ ବାସ୍ତବରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିରେ ଏ ଉଦ୍ୟମ ପ୍ରତିଫଳିତ ହେଉନାହିଁ । ଏବେ ବିଦେଶରେ ଆରମ୍ଭହୋଇଥିବା ଛଟେଇ ଅଭିଯାନକୁ ଗୁରୁତ୍ୱ ଦେଇ ଦେଶ ଭିତରେ କର୍ମନିଯୁକ୍ତି ସୁଯୋଗ(Employment opportunities)ପ୍ରାଥମିକତା ପାଇବା ଜରୁରୀ ।

BUDGET 2023: ୫ଟି ପଏଣ୍ଟରେ ଜାଣନ୍ତୁ ବଜେଟ ତିଆରି କରିବାର ପୂରା ପ୍ରକ୍ରିୟା

ଅର୍ଥନୀତିଜ୍ଞ ପ୍ରଦୀପ ସାହୁ କୁହନ୍ତି, ପ୍ରତି ବଜେଟ୍‌ରେ ନିଯୁକ୍ତି ସୁଯୋଗ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥାଏ । ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥାଏ । କିନ୍ତୁ ବାସ୍ତବରେ ଏହା ପ୍ରତିଫଳିତ ହୁଏ ନାହିଁ ।  କର୍ମନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସହିତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗର ଆବଶ୍ୟକତା ରହିଛି ।

ଉତ୍କଳ ଚାମ୍ବର ଅଫ କମର୍ସ ୟୁସିସିଆଇ ର ସଭାପତି ବ୍ରହ୍ମାନନ୍ଦ ମିଶ୍ର କହିଛନ୍ତି, ସ୍କିଲ୍‌ଡ଼୍ ବା ଦକ୍ଷ କର୍ମଚାରୀ ସୃଷ୍ଟି କରିବା ଉପରେ ପ୍ରାଥମିକତା ଦିଆଯିବା ଜରୁରୀ । ଏଥିପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଉଚିତ୍ । ଏହାସହିତ ସାମଗ୍ରୀକ ଭାବେ ଶିଳ୍ପ,କୃଷି ଓ ଶିକ୍ଷାକ୍ଷେତ୍ରରେ କାରିଗରି ଜ୍ଞାନ କୌଶଳର ପ୍ରୟୋଗ ପାଇଁ ବଜେଟ୍‌ରେ ବ୍ୟାପକ ଧ୍ୟାନ ଦିଆଯିବା ଉଚିତ୍ ।

BUDGET 2023: ୧୦୦ରୁ ଅଧିକ ଲୋକଙ୍କ ଟିମ ତିଆରି କରନ୍ତି ବଜେଟ୍; ଏମିତି କରାଯାଏ ପ୍ରସ୍ତୁତି

ଗତ ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟ୍‌ରେ ଅର୍ଥମନ୍ତ୍ରୀ  ପ୍ରାୟ ୫୦ ଲକ୍ଷ କର୍ମନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦେଇ ବଜେଟ୍‌ରେ ବିଶେଷ ବ୍ୟବସ୍ଥା କରିଥିଲେ । ଏ ବ୍ୟବସ୍ଥାର ତର୍ଜମା ହେବା ସହିତ ସେହି ଆଧାରରେ ଆସନ୍ତା ଆର୍ଥିକ ବଜେଟ୍‌ରେ କର୍ମନିଯୁକ୍ତି ପାଇଁ ଘୋଷଣା କରାଯିବା ଦରକାର ।
Published by:Soumya Das
First published: