ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏଥର ବଦଳିବ କଟକ ଓ ଭୁବନେଶ୍ବରର ଡ୍ରେନେଜ୍ ସିଷ୍ଟମ୍; ବିଧାନ ସଭାର ଷ୍ଟାଡିଂ କମିଟିରେ ବସିଲା ବୈଠକ

ଏଥର ବଦଳିବ କଟକ ଓ ଭୁବନେଶ୍ବରର ଡ୍ରେନେଜ୍ ସିଷ୍ଟମ୍; ବିଧାନ ସଭାର ଷ୍ଟାଡିଂ କମିଟିରେ ବସିଲା ବୈଠକ

ବିଧାନ ସଭାର ଷ୍ଟାଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ଓ ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଟ୍ବିନସିଟି ବାସୀ ଏ ବର୍ଷ ସାମ୍ନା କରିଥିବା ସମସ୍ୟା ଆସନ୍ତା ବର୍ଷ ରହିବ ନାହିଁ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ କମିଟି ଅଧକ୍ଷ ପ୍ରଫୁଲ୍ଲ ସାମଲ ।

ଏଥର ବଦଳିବ କଟକ ଓ ଭୁବନେଶ୍ବରର ଡ୍ରେନେଜ୍ ସିଷ୍ଟମ୍; ବିଧାନ ସଭାର ଷ୍ଟାଡିଂ କମିଟିରେ ବସିଲା ବୈଠକ
ଏଥର ବଦଳିବ କଟକ ଓ ଭୁବନେଶ୍ବରର ଡ୍ରେନେଜ୍ ସିଷ୍ଟମ୍
  • News18 Odia
  • Last Updated: October 6, 2021, 1:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର/କଟର: ଏଣିକି ମୁକୁଳା ଡ୍ରେନରେ ପଡ଼ିବ ସ୍ଲାପ୍ । ଭୁବନେଶ୍ୱରର ୭୫ଟି ସ୍ଥାନ ବିପଦସଙ୍କୁଳ ଭାବେ ଚିହ୍ନଟ ହୋଇଛି । ଷ୍ଟାଣ୍ଡିଂ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି । ଏହା ସହ ପ୍ରାୟ ୬୫ କିଲୋମିଟର ଡ୍ରେନ ଉପରେ ରହିଛି ବେଆଇନ ନିର୍ମାଣ । ରାଜଧାନୀ ସମେତ ସମସ୍ତ ସହରାଞ୍ଚଳର ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ। ସହରାଞ୍ଚଳ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନ ସଭା ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସବୁ ଆଲୋଚନା ହୋଇଛି ।

ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ମୁକୁଳା ପଡ଼ିଥିବା ଡ୍ରେନରେ ସ୍ଲାବ ପକାଇବାକୁ ନିଷ୍ପତ୍ତି ହୋଇଛି। ରାଜଧାନୀର ମୁଖ୍ୟ ୧୩ଟି ଡ଼୍ରନର ପ୍ରସଶ୍ତିକରଣ ହେବ ଓ ୱଟର ଭଲ୍ୟୁମ ବଢ଼ାଯିବ। ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବ। ପ୍ରାଇଭେଟ ଲ୍ୟାଣ୍ଡ ଥିଲେ ଜମି ଅଧିଗ୍ରହଣ ହେବ। ଫେବୃଆରୀ ଶେଷସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସରିବ। ଏହା ପରେ ନିର୍ମାଣ କାମ ସରିବ। ଜବରଦଖଲ ହଟାଇବା ପାଇଁ ଜୋରଦାର ଉଦ୍ୟମ ହେବ ।

ଇସ୍କନ ମନ୍ଦିର ପାଖରେ ଥିବା ସମସ୍ୟା ପାଇଁ ୨୦ ଫୁଟ ବ୍ୟବଧାନର ଡ୍ରେନେଜ ନୟାପଲ୍ଲି ବେହେରା ସାହିରେ ହେବ ଓ ଜମୁ ଥିବା ପାଣି ସମସ୍ୟାର ସମାଧାନ ମଧ୍ୟ ହେବ। ସ୍ବେରଜ ଲାଇନ ଯେଉଁଠି ଖୋଳା ଯାଇଛି କାମ ସାରିବା ପାଇଁ କୁହାଯାଇଛି। ଏନଜିଟିର ନିୟମ ଅନୁସାରେ ୧୩ଟି ମେନ ଡ୍ରେନ କଭର ହୋଇପାରିବ ନାହିଁ। ମୁଖ୍ୟ ନାଳାକୁ ଯାଉଥିବା ଗାରବେଜକୁ ଜାଲି ଦେଇକି ଅଟକେଇବା ପାଇଁ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱରର ବିଧାୟକ ଅନନ୍ତ ନାରାୟଣ ଜେନା। ଏ ବର୍ଷ ଯେଉଁ ସମସ୍ୟା ଭୋଗିଲେ ରାଜଧାନୀବାସୀ ଆସନ୍ତା ବର୍ଷ ଆଉ ସେ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧକ୍ଷ ପ୍ରଫୁଲ୍ଲ ସାମଲ।

ବଦଳିବ କଟକ ଓ ଭୁବନେଶ୍ବରର ଡ୍ରେନେଜ୍ ସିଷ୍ଟମ୍


କଟକ, ଭୁବନେଶ୍ୱରର ଡ୍ରେନେଜ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। କିପରି ମୁକୁଳା ଡ୍ରେନ କଭର ହେବ, ଡ୍ରେନର ଦୁଇ କଡ଼ରେ ୧୦ ଫୁଟ ଉଚ୍ଚତାର ନେଟ୍ ଲାଗିବ ଓ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ, ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି । ଆଉ କେତେ ଡ୍ରେନର ଆବଶ୍ୟକତା ଅଛି, ତାର ଆକଳନ ଲାଗି କେଉଁ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ । କଟକ, ଭୁବନେଶ୍ୱରରେ NH କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ NHAIକୁ ଚିଠି ଲେଖାଯିବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁକୁଳା ଡ୍ରେନ ସମେତ ପୁରୀ ସହରର ଡ୍ରେନେଜ ସମସ୍ୟା ଉପରେ ବୌଠକରେ ଦୄଷଟି ଆକର୍ଷଣ କରିଥିଲେ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥିଭାଥନନଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ନିକଟରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭୁବନେଶ୍ୱରର ମୁକୁଳା ଡ୍ରେନରେ ଭାସି ଯିବାକୁ ନେଇ ତମ୍ବି ତୋଫାନ ହୋଇଥିଲା । ବିଏମସି ଓ ନଗର ଉନ୍ନୟନ ବିଭାଗର ଅବହେଳାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ।
Published by: Lipina Das
First published: October 6, 2021, 1:18 PM IST