କରୋନା ମହାମାରୀ ପାଇଁ ଏଥର ଅଷ୍ଟମୀରେ ଫିକା ପଡ଼ିଲା ବାଲେଶ୍ବରର ଆଖଡ଼ା ଖେଳ; ଅପେକ୍ଷା ଆସନ୍ତା ବର୍ଷକୁ

୧୯୨୫ ମସିହାରୁ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ତତ୍ତ୍ବାବଧାନରେ ଏହି ଆଖଡ଼ା ଖେଳ ଆରମ୍ଭ ହୋଇଥିଲା । ଉଦେଶ୍ୟ ଥିଲା କିଭଳି ଇଂରେଜ ବିରୋଧରେ ଲଢ଼େଇ କରିବା ।

କରୋନା ମହାମାରୀ ପାଇଁ ଏଥର ଅଷ୍ଟମୀରେ ଫିକା ପଡ଼ିଲା ବାଲେଶ୍ବରର ଆଖଡ଼ା ଖେ

କରୋନା ମହାମାରୀ ପାଇଁ ଏଥର ଅଷ୍ଟମୀରେ ଫିକା ପଡ଼ିଲା ବାଲେଶ୍ବରର ଆଖଡ଼ା ଖେ

  • Share this:
News18 Odia Digital

ବାଲେଶ୍ବର: ଜଗତ ଜନନୀ ଦୁର୍ଗା ପୂଜା ଅବ୍ୟବହିତ ନେଇ ସମରକଳା ଅଭ୍ୟାସ ଆରମ୍ଭ ହୋଇଛି । ଦିର୍ଘ 96 ବର୍ଷରୁ ଅଧିକ ହେବ ଏହି ପରମ୍ପରା ବଜାଇ ରଖିଛନ୍ତି ବାଲେଶ୍ବର ମହାବୀର ଆଖଡ଼ା ସଙ୍ଘ । ଦୁର୍ଗା ପୂଜାରେ ବାଲେଶ୍ବର ଜିଲ୍ଲାରେ ମୁଖ୍ୟ ଆକର୍ଷଣ ହେଉଥିବା ଆଖଡ଼ା ଖେଳ। ଏଣୁ ଅଷ୍ଟମୀରେ ମହାପ୍ରଭୁ ହନୁମାନଙ୍କ ଠାରେ ମନାସି ପୂଜା ଅର୍ଚ୍ଚନା କରିବା ପରେ ଏହା ଆରମ୍ଭ ହୋଇଥାଏ । ହେଲେ ଚଳିତ ଥର କୋଭିଡ କଟକଣାକୁ ନେଇ ସର୍ଦାର ଓ ସହଯୋଗୀଙ୍କୁ ଛାଡ଼ି ଆଉ କାହାକୁ ଭାଗ ନେବାକୁ ମିଳିନଥିଲା ଅନୁମତି। ଦୀର୍ଘ ୯୬ ବର୍ଷରୁ ଅଧିକ ଦିନ ହେବ ସମରକଳା ବଞ୍ଚାଇ ରଖିଛନ୍ତି ବାଲେଶ୍ବର ମହାବୀର ଆଖଡ଼ା ସଙ୍ଘ ।

୧୯୨୫ ମସିହାରୁ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ତତ୍ତ୍ବାବଧାନରେ ଏହି ଆଖଡ଼ା ଖେଳ ଆରମ୍ଭ ହୋଇଥିଲା । ଉଦେଶ୍ୟ ଥିଲା କିଭଳି ଇଂରେଜ ବିରୋଧରେ ଲଢ଼େଇ କରିବା । ଏହା ସହ ସମରକଳାରେ ପ୍ରଥମେ ମହାପ୍ରଭୁ ହନୁମାନଙ୍କ ପୂଜାର୍ଚ୍ଚନା ପରେ ମହାବୀର ଆଖଡ଼ା ସଙ୍ଘର ଖେଳାଳିମାନେ କଳା ନୈପୁର୍ଣ୍ଣ ଆରମ୍ଭ କରିଥାନ୍ତି । ବାଦ୍ୟର ତାଳେ ତାଳେ ଲୋକଙ୍କ କରତାଳିରେ ବାଡ଼ି, ଗଦା, ତରବାରୀ, ପଟା, ଢାଳ, ଫରି, ବନଟୀ ଓ ବାଜା ବ୍ୟବହାର କରି ଏହି ଦୁଃସାହସିକ କ୍ରୀଡ଼ା ଦେଖାଇ ଥାନ୍ତି ସମସ୍ତେ।

ବାଲେଶ୍ବରରେ ବହୁ ପୁରୁଣା ଆଖଡ଼ା ଖେଳ


‘‘ଗଣେଷ ପୂଜା ପର ଦିନଠାରୁ ଏହି ଖେଳର ଆରମ୍ଭ ହୋଇଥାଏ ଓ ଦୀର୍ଘ ଦିନର କଠିନ ଅଭ୍ୟାସ ପରେ ଖେଳାଳିମାନେ ଦୁର୍ଗା ପୂଜାରେ ଅଖଡ଼ା ପ୍ରଦର୍ଶନ କରିଥାନ୍ତି । ତେବେ ଏହି ଖେଳ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଯୁବପିଢ଼ି ଏଥିପ୍ରତି ଆଗ୍ରହୀ ହେଉନାହାନ୍ତି,’’ କହିଛନ୍ତି ମହାବୀର ଆଖଡ଼ା ସଙ୍ଘର ସଭାପତି ଗୋପୀନାଥ ସେନାପତି ସଭାପତି।

ତେବେ ଦଶହରାରେ ପ୍ରଦର୍ଶିତ ଏହି କଳା ପାଇଁ ଅଷ୍ଟମୀରେ ପ୍ରଥମେ ମହାବୀରଙ୍କ ପାଖରେ ପୂଜା କରିବା ସହିତ ସଲାମି ନେଇଥାନ୍ତି ଆଖଡ଼ା ଦଳ । ଏହି ସମରକଳା ବା ମାର୍ଶାଲ ଆର୍ଟ ଦ୍ବରା ଶାରରରିକ ଓ ମାନସିକ ଫିଟ ରୁହେ । କିଭଳି ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଏହି କଳାରେ ଶିକ୍ଷା ଦିଆଯାଇଥାଏ । ବିଶେଷ କରି ବୟସର ତାରତମ୍ୟ ମଧ୍ୟ ଏହି ଖେଳର ନଥାଏ।

ଚଳିତ ଥର କୋଭିଡ କଟକଣା ନେଇ ଅଷ୍ଟମୀରେ ଆଖଡ଼ା ଦଳଙ୍କୁ ପ୍ରଦର୍ଶନ କରିବା ପାଇଁ ଅନୁମତି ଦିଆଯାଇ ନାହିଁ। ତେବେ ଏହି କଳାକୁ ବଞ୍ଚାଇ ରଖିବା ପାଇଁ କେବଳ ଖଲିପା ଓ ଜଣେ ସହଯୋଗୀଙ୍କୁ ବାଡ଼ି ଖେଳ ଦେଖାଇ ସଲାମୀ ନେବାକୁ ଅନୁମତି ଦେଇଥିଲା ମାହାବୀର ଆଖଡ଼ା ସଙ୍ଘ। ଆଗାମୀ ଦଶହରାରେ କିନ୍ତୁ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁମତି ମିଳିନଥିବାରୁ ଆଖଡ଼ା ପ୍ରେମୀଙ୍କ ମନରେ ଦୁଃଖ ଦେଖା ଦେଇଛି ବୋଲି କହିଛନ୍ତି ସଙ୍ଘର ସମ୍ପଦକ ମନୋଜ କୁମାର ଦାସ ।

କରୋନା ମହାମାରୀ ପାଇଁ ଏଥର ଅଷ୍ଟମୀରେ ଫିକା ପଡ଼ିଲା ବାଲେଶ୍ବରର ଆଖଡ଼ା ଖେଳ


ସେହିପରି ଆଖଡ଼ା ଖେଳାଳି ମନୋଜ କୁମାର ରାଉତ କହିଛନ୍ତି, "କଳା ସଂସ୍କୃତି ସହ ଏହି ଦୁଃସାହସିକ କ୍ରୀଡ଼ାକୁ ଯେ ବଞ୍ଚାଇ ରଖିଛନ୍ତି ବାଲେଶ୍ବରର ଏହି ଆଖଡ଼ା ଖେଳାଳିମାନେ । ଦୀର୍ଘ ବର୍ଷ ହେବ ଏହି ସମରକଳା ପ୍ରର୍ଦଶନ କରୁଛନ୍ତି ସମସ୍ତେ । ତେବେ ନିଜର ସାହସ ଓ ଉଦ୍ୟମ ଯୋଗୁଁ ଏହି ସମରକଳାକୁ ବଞ୍ଚାଇ ରଖିଛନ୍ତି । କେବଳ ଯେ ପାଇକଙ୍କ ସମରକଳା ଥିଲା ତାହା ନୁହେଁ ଇଂରେଜକୁ କିଭଳି ହରାଇବାର କୈଶଳ ବାଲେଶ୍ବରରେ ମଧ୍ୟ ହୋଇଥିଲା ତାର ଏହା ଏକ ନମୁନା ଏବେ ବି ବଞ୍ଚିରହିଛି ।


ଏଥର କୋଭିଡ ପାଇଁ ଫିକା ପଡ଼ିଥିବା ବେଳେ ଆଗାମୀ ବର୍ଷକୁ ଆଖଡ଼ା ଖେଳାଳିଙ୍କ କୌଶଳରେ ବାଲେଶ୍ୱର ଦୁଲୁକିବ ବୋଲି ସମସ୍ତଙ୍କର ଆଶା ବାନ୍ଧିଛନ୍ତି ।
Published by:Lipina Das
First published: